ଗୁଆର ଏପରି ଭାବରେ କରନ୍ତୁ ବ୍ୟବହାର, ମା ଲକ୍ଷ୍ମୀ ହେବେ ସନ୍ତୁଷ୍ଟ … ହୋଇବ ଧନର ବର୍ଷା

Creat A Revolution
           

ଗୁଆକୁ ସାଧାରଣ ଭାବେ କିଛି ଲୋକ ପାନରେ ଖାଇଥାନ୍ତି। ସେପରି ପୂୂଜା ପାଠରେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ତେବେ ପୂଜାରେ ବ୍ୟବହାର ହେଉଥିବା ଏହି ସବୁ ଗୁଆର ଆକାର ଛୋଟ ହୋଇଥାଏ। ତେବେ ଛୋଟ ହୋଇଥିଲେ ମଧ୍ୟ ଏହାର ଅନେକ ଚମତ୍କାରୀ ଲାଭ ରହିଛି। ଶାସ୍ତ୍ରରେ ଗୁଆକୁ ପାର୍ବତୀ ଓ ଗଶେଶଙ୍କ ସ୍ୱରୂପ ବୋଲି ମନାଯାଏ। ଏଥିପାଇଁ ଏଥିରେ ଅନେକ ପ୍ରକାରର ଉପାୟ, ପ୍ରତିକାର କରାଯାଇଥାଏ। ମାନ୍ୟତା ରହିଛି କି, ଗୁଆର ପ୍ରତିକାର କଲେ ଧନ ଲାଭ ହୋଇଥାଏ।ଏହାକୁ ନେଇ କିଛି ନିୟମ ରହିଛି ଯେଉଁଥିରେ ଅନେକ ଧନ ଲାଭ ହୋଇଥାଏ। ସମସ୍ତଙ୍କୁ ଏହା ସମ୍ପର୍କରେ ଜଣାନଥାଏ।

मांगलिक कार्य पूजा में क्यों चढ़ाई जाती है पान और सुपारी, जाने इसके पीछे का  महत्व | Why betel and betel nut are offered in Manglik work worship, know  the importance behind

ଆସନ୍ତୁ ଜାଣିବା , ଗୁଆର ବ୍ୟବହାର କିଭଳି କରାଯାଇଥାଏ –

-ଗୁଆ ଅଖଣ୍ଡିତ ହୋଇଥାଏ। ଏଥିପାଇଁ ଏହାକୁ ଗୌରୀ ଓ ଗଣେଶଙ୍କର ସ୍ୱରୂପ ଭାବି ପୂଜା କରାଯାଇଥାଏ ଏବଂ ପୂଜା ସମୟରେ ଭଗବାନଙ୍କୁ ଅର୍ପଣ ମଧ୍ୟ କରାଯାଏ। ଶୁକ୍ରବାର କିମ୍ବା କୌଣସି ପୂର୍ଣ୍ଣିମା ଦିନ ମା’ ଲକ୍ଷ୍ମୀଙ୍କୁ ଗୁଆ ଚଢ଼ାନ୍ତୁ। ଏହାପରେ ଏହା ଉପରେ ଲାଲ ସୂତା ଗୁଡ଼ାଇ ବାକ୍ସରେ ରଖି ଦିଅନ୍ତୁ। ଏହାକୁ ଏମିତି ରଖିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ, ଯଦ୍ଦ୍ଵାରା ଧନ ଅଯଥା ନଷ୍ଟ ହୁଏ ନାହିଁ।

-ଯଦି କୌଣସି କାର୍ଯ୍ୟ ହେଉ ନାହିଁ କିମ୍ବା ଏଥିରେ ପ୍ରତିବନ୍ଧକ ଆସୁଛି, ତା’ ହେଲେ କୌଣସି ମାସର ଗଣେଶ ଚୌଥ ଦିନ ଭଗବାନ ଗଣେଶଙ୍କୁ ଗୁଆ ଓ ଲବଙ୍ଗ ଅର୍ପଣ କରନ୍ତୁ। ଯେତେବେଳେ ବି ଆପଣ କାମକୁ ଯିବେ, ଏହି ଗୁଆ ଓ ଲବଙ୍ଗକୁ ପାଖରେ ରଖିବେ। ଏମିତି କରିବା ଦ୍ୱାରା ଆପଣଙ୍କ କାର୍ଯ୍ୟରେ ନିଶ୍ଚୟ ସଫଳତା ମିଳିବ।

-ସକାଳ ସ୍ନାନ ପରେ ଘରର ଠାକୁର ଘରେ ଭଗବାନ ଗଣେଶଙ୍କ ସାମ୍ନାରେ ପାନ ପତ୍ର ଉପରେ ଅକ୍ଷତ, ସିନ୍ଦୁର ଓ ଘିଅରେ ସ୍ୱସ୍ତିକ ଅଙ୍କନ କରନ୍ତୁ। ଏବେ ଏହା ଉପରେ ଗୁଆ ରଖି ଗୁଡ଼ାଇ ଦିଅନ୍ତୁ। ଏହାପରେ ଗଣେଶଙ୍କୁ ଅର୍ପଣ କରିବା ପରେ ଏହାକୁ ଧନ ରଖିଥିବା ସ୍ଥାନରେ ରଖି ଦିଅନ୍ତୁ। ଏମିତି କରିବା ଦ୍ୱାରା ଅର୍ଥର ଅଭାବ ରହି ନ ଥାଏ।

-ଶନିବାର ଦିନ ଅଶ୍ୱତ୍ଥ ବୃକ୍ଷ ତଳେ ଏକ ଗୁଆ ଓ ଏକ ମୁଦ୍ରା ରଖି ଦିଅନ୍ତୁ। ପରଦିନ ସେଠାକୁ ଯାଇ ଗଛକୁ ପ୍ରଣାମ କରିବା ପରେ ଏହାର ପତ୍ର ନେଇ ସେଥିରେ ଗୁଆ ଏବଂ ମୁଦ୍ରାକୁ ଗୁଡ଼ାଇ ରଖନ୍ତୁ। ଏହାପରେ ଏହାକୁ ବାକ୍ସରେ ରଖି ଦିଅନ୍ତୁ। ଏହି ଉପାୟ କରିବା ଦ୍ୱାରା ବ୍ୟବସାୟରେ ବୃଦ୍ଧି ଘଟିଥାଏ। ଏଥି ସହିତ ବାକ୍ସ ମଧ୍ୟ କେବେ ବି ଖାଲି ରହେ ନାହିଁ।

-ଯେବେ ଗୁରୁବାର ଦିନ ପୁଷ୍ୟ ନକ୍ଷତ୍ରର ଯୋଗ ସୃଷ୍ଟି ହେବ, ସେହି ଦିନ ସ୍ନାନ କରିବା ପରେ ଏକ ରୁମାଲରେ ଗୁଆ, ଏକ ହଳଦୀ ଖଣ୍ଡ ଏବଂ ନଡ଼ିଆର ଏକ ଗୋଲା ବାନ୍ଧି ଦିଅନ୍ତୁ। ଏହାପରେ ପ୍ରତିଦିନ ଏହାକୁ ଧୂପ, ଦୀପ ଦିଅନ୍ତୁ। ଏମିତି କରିବା ଦ୍ୱାରା ଧନ ଲାଭର ଯୋଗ ସୃଷ୍ଟି ହେବ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading