ବଡଖବରକୁ ଅପଦସ୍ତ କରିବାକୁ ପ୍ରୟାସ କରାଯାଉଛି – ସୁର ରାଉତରାୟ

Creat A Revolution
           

ଭୁବନେଶ୍ୱର -:  ଗୋଟିଏ ମିଡିଆକୁ ଅପଦସ୍ତ କରିବାକୁ ପ୍ରୟାସ କରାଯାଇଛି। ଜଣେ ସାମ୍ବାଦିକଙ୍କୁ ଜାଣିଶୁଣି ହଇରାଣ କରାଯାଇଛି। ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି। ଆକ୍ରୋଶମୂଳକ ଭାବେ ଏପରି ପଦକ୍ଷେପ ନିଆଯାଉଛି  ବୋଲି ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ଘଟଣାରେ  ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଛି EOW। ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି।

ଗତକାଲି ରାତିରୁ ଅର୍ଦ୍ଧେନ୍ଦୁଙ୍କୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରୁ ଉଠାଇ ନେଇ ଜେରା କରୁଥିବା EOW ପକ୍ଷରୁ ଆଜି ତାଙ୍କୁ ଗିରଫ କରାଯାଇଛି। ଏନେଇ ବିଭାଗୀୟ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ଚାୱଲାଙ୍କ ନିକଟରୁ ଅର୍ଦ୍ଧେନ୍ଦୁ ଦାସ ନିଜ ଚ୍ୟାନେଲ ପାଇଁ ପ୍ରାୟ କୋଟିଏ ଟଙ୍କାର  ଜିନିଷ କିଣିଥିଲେ। ମାତ୍ର ସେ ଏହି ଟଙ୍କା ଦେଇ ନ ଥିବା ନେଇ ବ୍ୟବସାୟୀଜଣକ ଋଙଡ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାର ଖୋଳତାଡ଼ କରି EOWପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading