ସାମ୍ନାକୁ ଆସିଲା ସାଇବର ଲୁଟେରାଙ୍କ ନୁଆ ଫର୍ମୁଲା, ଦେଖନ୍ତୁ କେମିତି ହୁଏ ଲୁଟ୍…

Creat A Revolution
           

କୋରାପୁଟ -: କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମାତିଛନ୍ତି ସାଇବର ଲୁଟିଆ। କଷ୍ଟମର କେୟାର ନମ୍ବରକୁ ଅଭିଯୋଗ ଦେବା ପରେ କିଛି କ୍ଷଣରେ ଭିନ୍ନ ସର୍ଭିସ ପ୍ରୋଭାଇଡରଙ୍କ ନମ୍ବରରୁ ଆସୁଛି ଗୁଗୁଲ ପେ’ ଓ ଫୋନ ପେ’ର ଠକେଇ। ଏମତି ଜାଲ ବିଛାଇଛନ୍ତି ଯେ ଗରାଖ ଠକେଇର ଶିକାର ହେବ ହିଁ ହେବ। ଆଜି ସାଇବର ଥାନାକୁ କୋରାପୁଟ ସହର ବିଏସଏନଏଲ ଗରାଖ ଠକଇେ ହୋଇଯିବା ଭୟରେ ଆସି ପହଞ୍ଚିଥିଲେ। ତାଙ୍କ ଗୁଗୁଲ ପେ’ ଓ ଫୋନ ପେ’ରୁ ଟଙ୍କା ଉଠାଣ ହୋଇଯିବା ଭୟ‌ରେ ସେ ଥାନାର ଦ୍ବାରସ୍ଥ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ ସପ୍ତା‌ହେ ତଳେ ଶ୍ରୀରାମ ସାହୁ ନାମକ ଜଣେ ବ୍ୟବସାୟୀ ତାଙ୍କ ନମ୍ବରକୁ ଏମଏନପି କରି ବିଏସଏନଏଲକୁ ଆସିଥିଲେ। ନମ୍ବର ଆକିଟିଭେସନ ହୋଇଥିଲେ ମଧ୍ୟ କଲ ଯିବା ଆସିବାହେଉ ନ ଥିଲା। ଏନେଇ ଅଭିଯୋଗ ଦେବା ପରେ କଲ ଯିବା ଆସିବା କରୁଥିବାବେଳେ ମେସଜ ଯିବା ଆସିବା କରୁ ନ ଥିଲା।

ଏନେଇ ସେ ଆଜି କଷ୍ଟମର କେୟାର ନମ୍ବରକୁ ଯୋଗଯୋଗ କରି ଅଭିଯୋଗ ଦେଇଥିଲେ। ଏହାର ଠିକ ଏକ ଘଣ୍ଟା ପରେ +୯୧୯୧୨୨୬୫୭୫୮୮ରେ ଏକ ଆସିଥିଲା। ଏହି ନମ୍ବରରେ ଖଣ୍ତି ହିନ୍ଦି ଓ ତେଲଗୁରେ କଥା ହୋଇ ପ୍ରଥମେ ସମସ୍ୟା ବିଷୟରେ ପଚାରିବା ପରେ ଫୋନ ପେ’ ନମ୍ବର ପଚାରି ଏକ ଅଜଣା ଏପ୍ଲିକେସନ ଡାଉନଲୋଡ କରିବାକୁ ଦେଇଥିଲେ। ଏଥିରେ ଶ୍ରୀ ସାହୁଙ୍କର ସନ୍ଦେହ ହେବାରୁ ସେ ଏହି ହ୍ବାଟସଆପ ମେସେଜକୁ ଅଣଦେଖା କରିଥିଲେ। ଏହାର ଠିକ ୧୦ ମିନିଟ ପରେ +୯୧୬୩୭୧୩୫୭୨୬୧ରୁ ଏକ କଲ ଆସିଥିଲା। ବିଏସଏନଏଲ ହେଡ ଅଫିସରୁ କହୁଛି ପରିଚୟ ଦେଇ ସମସ୍ୟା ସମ୍ପର୍କରେ କଥା ହୋଇଥିଲେ। ଏହାପରେ ଫୋନପେରେ ୫ ଟଙ୍କା ଛାଡିଲେ ଆପଣଙ୍କ ସମସ୍ୟା ସମାଧାନ ହୋଇଯିବ ବୋଲି କହିଥିଲେ। ଏହାପରେ ସେ ମଧ୍ୟ ଏକ +୯୧୮୪୦୯୦୭୧୦୮୮ରେ ହ୍ବାଟସଆପରେ ସେହିଭଳି ଢଙ୍ଗରେ ଅନଲାଇନ କମ୍ପ୍ଲ‌େନ କରିବାକୁ ଏକ ଆପ୍‌ ଦେଇଥିଲେ।

ଏହାକୁ ଅଣଦେଖା କରି ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ ବିଏସଏନଏଲର ୧୫୦୩କୁ ଯୋଗାଯୋଗ କରି ସମସ୍ୟା ଜଣାଇଥିବାବେଳେ କିପରି ଏହା ସାଇବର ଠକଙ୍କ ନିଟକୁ ତାଙ୍କ ତଥ୍ୟ ଗଲା ସେନେଇ ପଚାରିଥିଲେ। ବିଏସଏନଏଲ କଷ୍ଟମର କେୟାର ନମ୍ବର ଏନେଇ କୌଣସି ସୂଚନା ଦେଇ ପାରି ନଥିଲେ। ଏନେଇ ସେ କୋରାପୁଟ ବିଏସଏନଏଲ ସିଇଓ ପି.ଆର ଭୋଇଙ୍କୁ ଅଭିଯୋଗ କରିଥିଲେ। ସେ ଏଥି ପ୍ରତି ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସାଇବର ଥାନା ଅଧିକାରୀ ସସ୍ମିତା ପରିଡା କହିଛନ୍ତି ଯେ ମୌଖିବ ଭାବେ ଅଭିଯୋଗ ପାଇଛୁ, ଲିଖିତ ଅଭିଯୋଗ ପାଇବା ପରେ ନିୟମ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading