ଆଳିପିଙ୍ଗଳ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମହାଘୋଟଲା

Creat A Revolution
           

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଗ୍ରାମାଞ୍ଚଳ ର ପ୍ରତ୍ୟେକ ଶ୍ରମିକ ଙ୍କୁ ଶହେ ଦିନର ନିଶ୍ଚିତ କାମ ଯୋଗାଇବା ନିମନ୍ତେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରିଛନ୍ତି | ଏହି ଯୋଜନା ମାଧ୍ୟମରେ ପଞ୍ଚାୟତ ଅଧିକାରୀ ଏବଂ ଲୋକ ପ୍ରତିନିଧିମାନେ ଶ୍ରମିକମାରଣା ନିତି ଅବଲମ୍ବନ କରୁଛନ୍ତି | ଶ୍ରମିକ ବଦଳରେ ମେସିନ ସହାୟତା ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର କାର୍ଯ୍ୟକରୀ ମହାଘୋଟଲା କରିଥିବା ଅଭିଯୋଗ ହୋଇଛି | ଏଭଳି ଏକ ଜଘନ୍ୟ ଘଟଣା ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ପଞ୍ଚାୟତରେ ଦେଖିବାକୁ ମିଳିଛି |

ବେଲବଣ ମଠ ନିକଟରେ ଥିବା ଜ୍ଞାନଚାନ୍ଦ କାନୁନଗୋ ଙ୍କ ପୈତୃକ ସମ୍ପତି କୁ କେତେକ ମାଟି ମାଫିଆ ବଳ ପୂର୍ବକ ବିଳମ୍ବିତ ରାତିରେ ମେସିନ ସାହାଯ୍ୟ ରେ ୩ ସହ ଟ୍ରିପ ମାଟି ଖୋଳି ବେଲବଣମଠ ସମୁଖ ପୋତିବା ପରେ ସେଠାରେ ଏକ ଫଳକ ନିର୍ମାଣ କରିଛନ୍ତି | ଏହି ସୂଚନା ଫଳକ ରେ ଦଶଲକ୍ଷ୍ୟ ଟଙ୍କା ଅନୁଦାନରେ ଏହି କାର୍ଯ୍ୟ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଟିତ କର୍ମ ନିଯୁକ୍ତି ଯୋଜନାରେ କରାଯାଇଛି | କାର୍ଯ୍ୟାଦେଶ ପଞ୍ଚାୟତ ଅଧିକାରୀ ଙ୍କ ନାମରେ ଅଛି | ଶ୍ରମିକ ବଦଳରେ ମେସିନ ରେ ରାତିଅଧିଆ କାର୍ଯ୍ୟ କରାଯାଇଛି | ସବୁଠାରୁ ଆଶ୍ଚର୍ଯ୍ୟର କଥା ମାତିମାଫିଆ ମାନେ ବେଆଇନି ଭାବେ ଚଞ୍ଚକତା କରି ଆଳିପିଙ୍ଗଳ ଗ୍ରାମର ଜ୍ଞାନ ଚାନ୍ଦ କାନୁନଗୋଙ୍କ ପୈତୃକ ଜମିରୁ ରାତିଅଧିଆ ବେଆଇନି ଭାବେ ମାଟି ଖୋଳି ନେଇଥିବାରୁ ଜ୍ଞାନ ଚାନ୍ଦ କାନୁନଗୋ ଘଟଣା ସମ୍ପର୍କରେ ଜଗତସିଂହପୁର ପୋଲିସ ନିକଟରେ ଅଭିଯୋଗ କରିବା ସାହିତ ନ୍ୟାୟାଳୟ ରେ ଏକ ମକଦମା ରୁଜୁ କରିଛନ୍ତି |


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading