ପଦ୍ମପୁରରେ ଭାରତ ବିକାଶ ପରିଷଦର ନୂତନ ଶାଖା ଉଦଘାଟିତ

Creat A Revolution
           

ବରଗଡ( ଆଶୁତୋଷ ପାଣିଗ୍ରାହୀ ) -: ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନର ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଭାରତ ବିକାଶ ପରିଷଦ, ପଦ୍ମପୁରର ନୂତନ ଶାଖାକୁ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ମାନନୀୟ ସୁରେଶ ଜୈନ୍ ଜୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସୁରେଶ ଜୈନ୍, ଆଞ୍ଚଳିକ ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ସଂପାଦକ ଶୁଭାଶିଷ ମିଶ୍ର, ଶ୍ୟାମସୁନ୍ଦର ଶର୍ମା, ଗୋପୀନାଥ ମିଶ୍ର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ ।

ପଦ୍ମପୁର ନୂତନ ଶାଖା ପାଇଁ କର୍ମକର୍ତ୍ତା ଚୟନ କରାଯାଇଥିଲା । ସଭାପତି ଜୟନାରାୟଣ ତ୍ରିପାଠୀ, ଉପସଭାପତି ଦ୍ବାଦଶ ପ୍ରଧାନ, ସଂପାଦକ ଦିବ୍ୟ କିଶୋର ପଣ୍ଡା, ସଂଗଠନ ସଂପାଦକ କିଶୋର ପାତ୍ର, କୋଷାଧ୍ୟକ୍ଷ ଚନ୍ଦ୍ର ପୁରୋହିତ, ମହିଳା ପ୍ରମୁଖ ନନ୍ଦିନୀ ମିଶ୍ର, ସଂସ୍କାର ପ୍ରମୁଖ ଶାନ୍ତନୁ ପାଣିଗ୍ରାହୀ ଏବଂ ଉମାକାନ୍ତ ସାହୁ ସେବା ପ୍ରମୁଖ ଭାବେ ଶପଥଗ୍ରହଣ କରିଥିଲେ । ଏହି ସଭାରେ ଡଃ ବାଞ୍ଛାନିଧି ପଣ୍ଡା, ପଦ୍ମନାଭ ଯୋଶୀ, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ହିମାଂଶୁ ତ୍ରିପାଠୀ, ଭାସ୍କର ଦାଶ, ଦିଲିପ ଦାଶ, ଚନ୍ଦମଣୀ ସାହୁ, ଡଃ ମନୋଜ ପ୍ରଧାନ, ଡାକ୍ତର ଜୟକୃଷ୍ଣ ପଟେଲ, ଚଉବନ ସ୍ବାଇଁ, ସୁରେଶ ରାମଚନ୍ଦାନୀ, ସୁଶୀଳା ଯୋଶୀ, ନମିତା ପ୍ରଧାନ, ଚନ୍ଦ୍ରକାନ୍ତ ମହାଲିଙ୍ଗ, ଚମ୍ପାବତୀ ପ୍ରଧାନ, ରଶ୍ମିତା ପଣ୍ଡା ଉପସ୍ଥିତ ଥିଲେ । ପରିଶେଷରେ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading