ଗୋରେଖନାଥଙ୍କ ପୀଠରେ କୁଞ୍ଜଙ୍ଗ ସିଟି ସ୍କୁଲ ର 1981ବ୍ୟାଚ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ

Creat A Revolution
           

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା ) -: କୁଞ୍ଜଙ୍ଗ ସିଟି ସ୍କୁଲର 1981ମସିହା ବ୍ୟାଚର ସିଟି ଛାତ୍ର ଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ଗୋରେଖନାଥ ପୀଠରେ ଅନୁଷ୍ଠିତ ହୋଇଯାଇଛ । ଦୀର୍ଘ 42ବର୍ଷ ତଳେ ସାଙ୍ଗହୋଇ ପାଠ ପଢ଼ୁଥିବା ଓ ଶିକ୍ଷକତା ବୃତିରୁ ଅବସର ନେଇ ସାରିଥିବା ବରିଷ୍ଟ ବ୍ୟକ୍ତି ମାନଙ୍କର ଏହି ବିରଳ ସମାବେଶ ମନରେ ଆନନ୍ଦ ସୃଷ୍ଟି କରିଥିଲା ।

ଓଡିଶାର ବିଭିନ୍ନ ଜ଼ିଲ୍ଲାରୁ 42ରୁ ଅଧିକ ଅବସର ପ୍ରାପ୍ତ ଶିକ୍ଷକ ଓ଼ ଶିକ୍ଷୟିତ୍ରୀ ମାନେ ଏହି ବନ୍ଧୁ ମିଳନ ସମାବେଶରେ ଅଂଶ ଗ୍ରହଣ କରିଥଲେ । କଟକ ଜ଼ିଲ୍ଲା ନିଆଳି ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ କାଳନ୍ଦୀ ଚରଣ ପ୍ରଧାନଙ୍କ ସଭାପତିତ୍ୱରେ ବନ୍ଧୁ ମିଳନ ସଭାରେ ରବୀନ୍ଦ୍ର କୁମାର ସ୍ୱାଇଁ, ଶିକ୍ଷକ ସୁରେନ୍ଦ୍ର ନାଥ ପଟ୍ଟନାୟକ, ରମେଶ ଚଦ୍ର ପରିଡା, ପ୍ରଭାତ ଦାସ, ଶିକ୍ଷୟିତ୍ରୀ ମନୋରମା ସ୍ୱାଇଁ, ଶାନ୍ତି ଦେବୀ, ସୌଦାମିନୀ ପରିଡା ପ୍ରମୁଖ ଅଂଶ ଗ୍ରହଣ କରି 42ବର୍ଷ ତଳର ଛାତ୍ର ଓ଼ କିଶୋର ଜୀବନର ମୁହୂର୍ତ୍ତ କୁ ମନେପକାଇ ପରିବେଶ କୁ ଭାବମୟ କରିଥିଲେ । ଏଥି ସହିତ ଅବସର ଜୀବନର ଅନୁଭୂତି ପାରିବାରିକ ସମସ୍ୟା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading