ଭଗବାନ ଶିବ ଏବଂ ରୁଦ୍ରାକ୍ଷଙ୍କ ଗଭୀର ସମ୍ପର୍କ, ରୁଦ୍ରାକ୍ଷ ଗଛର ଜନ୍ମ ବୃତ୍ତାନ୍ତ

Creat A Revolution
           

ଭଗବାନ ଶିବ ଏବଂ ରୁଦ୍ରାକ୍ଷଙ୍କ ମଧ୍ୟରେ ଗଭୀର ସମ୍ପର୍କ ଅଛି। ଭଗବାନ ଶିବଙ୍କ ବିଷୟରେ ଅନେକ ପୌରାଣିକ କାହାଣୀ ଅଛି। ଆପଣ ଭଗବାନ ଶିବଙ୍କୁ ରୁଦ୍ରାକ୍ଷର ମାଳା ପିନ୍ଧିଥିବାର ନିଶ୍ଚୟ ଦେଖିଥିବେ। ଭଗବାନ ଶିବଙ୍କ ସହ ଏହା ଜଡିତ ଥିବାରୁ ଏହାକୁ ବହୁତ ପବିତ୍ର ବୋଲି ବିଶ୍ୱାସ କରାଯାଏ ।ରୁଦ୍ରାକ୍ଷ ପରିଧାନ କରିବା ଦ୍ୱାରା ଜୀବନରୁ ସମସ୍ତ ପ୍ରକାରର ଅସୁବିଧା ଦୂର ହୋଇଯାଇଥାଏ । ଧାର୍ମିକ ଗ୍ରନ୍ଥ ଅନୁଯାୟୀ ରୁଦ୍ରାକ୍ଷ ଭଗବାନ ଶିବଙ୍କ ଲୁହରୁ ଉତ୍ପନ୍ନ ହୋଇଥିଲେ।

ତେଣୁ ଏହାକୁ ଭଗବାନ ଶିବଙ୍କର ସ୍ୱରୂପ ବୋଲି ବିବେଚନା କରାଯାଏ । ଯେତେବେଳେ ଭଗବାନ ଶିବ ଜୀବଜନ୍ତୁଙ୍କ କଲ୍ୟାଣ ପାଇଁ ଅନେକ ବର୍ଷ ଧ୍ୟାନ କରିବା ପରେ ତାଙ୍କର ଆଖି ଖୋଲିଥିଲେ , ସେତେବେଳେ ତାଙ୍କ ଅଖିରୁ ଲୁହ ଝରିଥିଲା ଏବଂ ମାତା ପୃଥିବୀ ରୁଦ୍ରାକ୍ଷ ବୃକ୍ଷକୁ ଜନ୍ମ ଦେଇଥିଲେ ।ରୁଦ୍ରାକ୍ଷକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ବୋଲି ବିଶ୍ୱାସ କରାଯାଏ। ଏହା ଦୁଇଟି ଶବ୍ଦ ଦ୍ୱାରା ଗଠିତ । ପ୍ରଥମ ଶବ୍ଦ ହେଉଛି ରୁଦ୍ର ଅର୍ଥାତ୍ ଭଗବାନ ଶିବ ଏବଂ ଦ୍ୱିତୀୟ ଶବ୍ଦ ହେଉଛି ଅକ୍ଷ ଅର୍ଥ ଆଖି । ବିଶ୍ୱାସ କରାଯାଏ ଯେ ଭଗବାନ ଶିବଙ୍କ ଆଖିରୁ ଯେଉଁଠି ଲୁହ ଝରି ପଡିଥିଲା ସେଠାରେ ରୁଦ୍ରାକ୍ଷ ବୃକ୍ଷ ଉଠିଥିଲା ।

ପୌରାଣିକ କଥା

ଦେବୀ ଭଗବତ ପୁରାଣଙ୍କ ଅନୁଯାୟୀ, ତ୍ରିପୁରାସୁର ନାମକ ଏକ ଅଶୁର ତାର ଶକ୍ତି ପାଇଁ ସେ ବହୁତ ଗର୍ବିତ ଥିଲା, ଯେଉଁଥିପାଇଁ ସେ ଦେବତାମାନଙ୍କୁ ଅସୁବିଧାରେ ପକାଇବା ଆରମ୍ଭ କରିଥିଲେ। ତ୍ରିପୁରାସରକୁ କୌଣସି ଦେବତା କିମ୍ବା ମୁନି ଋଷି ମଧ୍ୟ ହରାଇ ପାରିଲେ ପାହିଁ । ଏହି ଚିନ୍ତାରେ ଭଗବାନ ବ୍ରହ୍ମା, ବିଷ୍ଣୁ,ଏବଂ ଅନ୍ୟ ଦେବତା ମାନେ ତ୍ରିପୁରାସୁରାର ଆତଙ୍କ ଦୂର କରିବା ପାଇଁ ଭଗବାନ ଶିବଙ୍କ ନିକଟକୁ ପ୍ରାର୍ଥନା କରିବାକୁ ଯାଇଥିଲେ। ଯେତେବେଳେ ମହାଦେବ ଦେବତାମାନଙ୍କର ଏହି ଅନୁରୋଧ ଶୁଣିଲେ, ସେତେବେଳେ ସେ ଯୋଗ ଅବସ୍ଥାରେ ତାଙ୍କର ଆଖି ବନ୍ଦ କରିଦେଇଥିଲେ । କିଛି ସମୟ ପରେ, ଯେତେବେଳେ ଭଗବାନ ଶିବ ଆଖି ଖୋଲିଲେ, ସେହି ସମୟରେ ପୃଥିବୀ ପୃଷ୍ଠରେ ତାଙ୍କ ଆଖିରୁ ଲୁହ ଝରି ପଡିଥିଲା ।

ବିଶ୍ୱାସ କରାଯାଏ ଯେ ଯେଉଁଠାରେ ଭଗବାନ ଶିବଙ୍କ ଲୁହ ପଡିଥିଲା , ସେଠାରେ ରୁଦ୍ରାକ୍ଷ ବୃକ୍ଷ ଜନ୍ମି ଉଠିଥିଲା । ରୁଦ୍ରାକ୍ଷର ଅର୍ଥ ହେଉଛି ଶିବଙ୍କର ବିନାଶକାରୀ ତୃତୀୟ ଆଖି ।ସେଥିପାଇଁ ଏହି ଗଛରେ ଫଳୁଥିବା ଫଳଗୁଡ଼ିକୁ ‘ ରୁଦ୍ରାକ୍ଷ ‘ କୁହାଯାଉଥିଲା । ଏହା ପରେ ଭଗବାନ ଶିବ ଅଶୁର ତ୍ରିପୁରାସୁରକୁ ତାଙ୍କ ତ୍ରିଶୁଳରେ ବଦ୍ଧ କରିଥିଲେ ଏବଂ ପୃଥିବୀ ଓ ଦେବଲୋକଙ୍କୁ ତା’ ଅତ୍ୟାଚାରରୁ ମୁକ୍ତ କରିଥିଲେ । ଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ, ଯେତେବେଳେ ମାତା ସତୀ ଯଜ୍ଞକୁଣ୍ଡରେ ଡେଇଁ ଆତ୍ମହତ୍ୟା କରିଥିଲେ, ସେତେବେଳେ ମହାଦେବ ତାଙ୍କ ଜଳିଯାଇଥିବା ଶରୀରକୁ ନେଇ ତିନି ଲୋକରେ ବିଳାପ କରି ବିଚରଣ କରୁଥିଲେ । କୁହାଯାଏ ଯେ ଭଗବାନ ଶିବଙ୍କ ବିଳାପ ହେତୁ ତାଙ୍କ ଲୁହ ଯେଉଁଠାରେ ବି ପଡିଥିଲା ସେଠାରେ ରୁଦ୍ରାକ୍ଷ ବୃକ୍ଷ ଜନ୍ମ ହୋଇଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading