ବାଲିଆପାଳ ରାଧାମୋହନ ମନ୍ଦିରରେ ଶ୍ରୀ ଚୈତନ୍ୟ ଦେବଙ୍କ ଜନ୍ମ ଉତ୍ସବ ସହିତ ହୋଲି ଉତ୍ସବ ପାଳିତ

Creat A Revolution
           

ବାଲିଆପାଳ (ପ୍ରଭାକର ମଲ୍ଲିକ) -: ରଙ୍ଗର ଉତ୍ସବ ଓ ଭାଇଚାରା ର ପର୍ବ ହୋଲି ଉତ୍ସବ ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ର ବାଲିଆପାଳରେ ଡ଼ା ହରେକୃଷ୍ଣ ଦାସ ଙ୍କ ପ୍ରଚେଷ୍ଟା ରେ ନିର୍ମିତ ରାଧା ମୋହନ ମନ୍ଦିରରେ ଶୁକ୍ରବାର ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ୫୩୭ ତମ ଜନ୍ମ ଉତ୍ସବ ସହିତ ରାଧା ମୋହନ ଙ୍କ ହୋଲି ଉତ୍ସବ ପାଳିତ ହୋଇଯାଇଛି। ଗୌଡିୟ ବୈଷ୍ଣବ, ଇସ୍କନ୍ ବୈଷ୍ଣବ ଙ୍କ ସହିତ ବାଲିଆପାଳ ଅଞ୍ଚଳର ସନାତନ ଧର୍ମାବଲମ୍ବୀ ମହିଳା ଓ ପୁରୁଷ ଭକ୍ତ ମାନେ ଯୋଗ ଦେଇଥିଲେ। ଶୁକ୍ରବାର ପ୍ରାତଃ ରେ ମଙ୍ଗଳ ଆଳତୀ ହୋଇ ପୂଜାର୍ଚ୍ଚନା ହେବା ପରେ ଦର୍ଶନ ଆରତୀ ହୋଇଥିଲା। ଅପରାହ୍ନ ପର୍ଯ୍ୟନ୍ତ ଦୈନ ଦିନ ପୂଜାର୍ଚ୍ଚନା କରାଯାଇ ଅପରାହ୍ନ ଠାରୁ ଅଖଣ୍ଡ ନାମ ସଂକୀର୍ତ୍ତନ ସହିତ ଶ୍ରୀ ଚୈତନ୍ୟ ମହାପ୍ରଭୁ ଙ୍କ ଆବିର୍ଭାବର କିମ୍ବଦନ୍ତୀ ଆଲୋଚନା କରା ଯାଉଥିଲା। ଅପରାହ୍ନ ପାଞ୍ଚଟା ରେ ଭକ୍ତ ମଣ୍ଡଳୀ ନାମ ସଙ୍କୀର୍ତ୍ତନ ସହିତ ଆଖ ପାଖ ଅଞ୍ଚଳ ପରି କ୍ରମା କରିଥଲେ।

ଯାହାଦ୍ଵାରା ଆଖ ପାଖ ଅଞ୍ଚଳ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଥିଲା। ସନ୍ଧ୍ୟା ସମୟର ଶ୍ରୀ ଚୈତନ୍ୟ ଦେବଙ୍କ ଅଭିଷେକ ପର୍ବ ସମାପନ ପରେ ମହାପ୍ରଭୁ ଙ୍କୁ ବିଭିନ୍ନ ଫଳ ରସ ସହିତ , ଅଘୋର ଚନ୍ଦନ, ଚନ୍ଦନ,ଗଙ୍ଗାଜଳ ମିଶ୍ରଣ ରସରେ ସ୍ନାନ କରଯାଇଥିଲା। ପ୍ରଭୁଙ୍କ ସ୍ନାନ ସମୟ ରେ ମହମନ୍ତ୍ର ର ତାଳେ ତାଳେ ଭକ୍ତିର ଭାବ ବିଭୋର ହୋଇ ମହିଳା ପୁରୁଷ ଭକ୍ତ ମନେ ଅଖଣ୍ଡ ନୃତ୍ୟ କରିଥିଲେ। ସନ୍ଧ୍ୟା ରେ ଗୌର ଆଳତୀ ଶେଷ ହେବା ପରେ ହରି କଥା ଆଲୋଚନା କରାଯାଇଥିଲା। ପରି ଶେଷ ରେ ରାଧା କୃଷ୍ଣଙ୍କ ପାଖରେ ଲାଗିଥିବା ଫଗୁ ଭକ୍ତ ମାନେ ନିଜ ନିଜ ମଧ୍ୟରେ ବୋଳି ହୋଇ ହୋଲି ଖେଳିଥିଲେ। ବ୍ରହ୍ମଚାରୀ ଆଦୈତ୍ୟ କୃଷ୍ଣ ଦାସ, ହରେକୃଷ୍ଣ ଦାସ ବ୍ରହ୍ମଚାରୀ, ସୁରଥ କୃଷ୍ଣ ଦାସ ଙ୍କ ସହିତ ମନ୍ଦିରର ପ୍ରତିଷ୍ଠତା ଡା. ହରେକୃଷ୍ଣ ଦାସ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ତଦାରଖ କରିବା ସହିତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ।

https://youtu.be/1ZQM2Smdd0M
subscribe now


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading