ଆଠଗଡ – ଭାରତୀୟ ଜନତା ଯୁବମୋର୍ଚ୍ଚା ଆଠଗଡ ତରଫରୁ ବାଉଁଶଦଣ୍ଡା ଛକରେ କଂଗ୍ରେସ ନେତା ଅଧିରଞ୍ଜନ ଚୌଧୁରୀ ମହାମହୀମ୍ ରାଷ୍ଟ୍ରପତିଙ୍କୁ ଦେଇଥିବା ଅଶାଳୀନ ମନ୍ତବ୍ୟ ରାଷ୍ଟ୍ରପତ୍ନୀ ସମ୍ବୋଧନକୁ ନେଇ ନିନ୍ଦା କରାଯାଇଛି । ଯୁବମୋର୍ଚ୍ଚା ତରଫରୁ ବାଉଁଶଦଣ୍ଡା ଛକରେ ଅଧିରଞ୍ଜନ ଚୌଧୁରୀ ,କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରାଗଲା । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଅଶ୍ୱିନୀ ସାହୁ,ଯୁବନେତା ତପନ ଲେଙ୍କା ,ମିଥୁନ ମଲିକ,ରମାକାନ୍ତ ସେନାପତି, ସତ୍ୟଜିତ ମଲିକ,ନୁର୍ଷିହ ସାହୁ, ଜଗଦାନନ୍ଦ ତ୍ରିପାଠୀ, ପ୍ରକାଶ ସେଠୀ, ସମୀର ପ୍ରଧାନ, ଅଶୋକ ନାୟକ, ତପନ ସାହୁ, ନିର୍ମଳ ପତ୍ରି, ନିରଂଜନ ଜେନା,ମହେନ୍ଦ୍ର ନାଥ ପ୍ରମୋଦ ବାରିକ, ଓ ଅନାନ୍ୟ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ରହି କାଯ୍ୟକ୍ରମ କୁ ସଫଳ କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.