ପିଟି ପିଟି ହତ୍ୟା ପରେ ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗିଥିଲେ, ଦୁଇ ଦୋଷୀଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Creat A Revolution
           
Why South Africa's tentative moves toward restorative justice need support

ରାୟଗଡ଼ା: ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା ପରେ ଅଖାରେ ଭର୍ତ୍ତି କରି ନଦୀକୁ ଫିଙ୍ଗିଦେବା ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରୀନା ଚୌଧୁରୀ। ହତ୍ୟାକାଣ୍ଡରେ ସଂପୃକ୍ତ ଦୁଇ ଦୋଷୀ ମୋହନ ଅଟକା, ଲାଚି ପାଲକାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଜରିମାନା ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ଅନ୍ୟ ୧୦ ଦୋଷୀଙ୍କୁ ମଧ୍ୟ କୋର୍ଟ ୧୦ ବର୍ଷ ଲେଖାଁଏ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ୟ ୪ ଦୋଷୀଙ୍କ ବିରୁଦ୍ଧରେ ବିଚାର ଚାଲିଛି। ୨୦୧ ସେପ୍ଟେମ୍ବର ୮ ତାରିଖରେ କଲ୍ୟାଣସିଂହପୁର ଥାନା ଭେଜା ଗ୍ରାମର ଭୀମା ରାଓ ଅଟକାଙ୍କୁ ସେହି ଗ୍ରାମର ୧୬ ଜଣ ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା କରିଥିଲେ। ଦୋଷୀମାନେ ଭୀମା ରାଓଙ୍କୁ ଘର ଟାଣି ଆଣି ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିବା ପରେ ନିର୍ମମ ଭାବେ ପିଟିଥିଲେ।

ଏହା ପରେ ମୁର୍ମୂଷ ଅବସ୍ଥାରେ ଭୀମା ରାଓଙ୍କୁ ଏକ ଅଖାରେ ଭର୍ତ୍ତି କରି ନାଗାବଳୀ ନଦୀକୁ ଦୋଷୀମାନେ ଫିଙ୍ଗି ଦେଇଥିଲେ। ପରିବାର ଲୋକ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡରେ ସଂପୃକ୍ତ ୧୬ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚାର୍ଜସିଟ୍ ଦାଖଲ କରିଥିଲା। ଚାର୍ଜସିଟ୍ ଦାଖଲ ପରେ ରାୟଗଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମାମଲାର ବିଚାର ଆରମ୍ଭ ହୋଇଥିଲା। ମାମଲାର ବିଚାର କରି ୨୦୧୯ରେ କୋର୍ଟ ୧୦ ଜଣଙ୍କୁ ଦଣ୍ଡାଦେଶ ଶୁଣାଇଥିଲେ। ଗିରଫ ପରେ ମୋହନ ଅଟକା, ଲାଚି ପାଲକା ଜାମିନରେ ଘରକୁ ଯାଇଥିବା ବେଳେ ମାମଲାର ବିଚାରଣ ସମୟରେ ମୋହନ ଅଟକା ଫେରାର ହୋଇ ଯାଇଥିଲା। ଫଳରେ ବିଚାର ପ୍ରକ୍ରିୟା ବିଳମ୍ବ ହୋଇଥିଲା। ପୁଲିସ୍ ଫେରାର୍ ମୋହନ ଅଟକାକୁ ଗିରଫ କରିବା ପରେ ପୁଣି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରୀନା ଚୌଧୁରୀ ୧୮ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଦୋଷୀଙ୍କୁ ୧୦ ବର୍ଷ ଲେଖାଁଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାରେ କୋର୍ଟ ୧୬ ଦୋଷୀଙ୍କ ମଧ୍ୟରୁ ୧୨ ଜଣଙ୍କୁ ସଜା ଶୁଣାଇଥିବା ବେଳେ ଅନ୍ୟ ୪ ଜଣଙ୍କ ବିରୁଦ୍ଧରେ ବିଚାର ଚାଲିଛି। ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ୍ବର ମହାପାତ୍ର, ଦୋଷୀଙ୍କ ପକ୍ଷରୁ ଆଇନଜୀବୀ ପି. ଜଗନ ମୋହନ ରାଓ ମାମଲା ପରିଚାଳନା କରୁଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading