ବାଲେଶ୍ୱରରେ କରୋନା ଟିକା ଚୋରୀ ! ପ୍ରଘଟ ଭୟରେ ସାମ୍ବାଦିକଙ୍କୁ ଆକ୍ରମଣ …

Creat A Revolution
           

ବାଲେଶ୍ୱର/ବାଲିଆପାଳ – ଆଜି ପ୍ରାଥମକି ସ୍ୱାସ୍ଥ୍ୟ କେନ୍ଦ୍ର ଲଙ୍ଗଳେଶ୍ୱରରେ କୋରନା ଟୀକା ଦିଆ ଯାଉଥିବା ବେଳେ । ଲୋକଙ୍କ ବହୁ ମାତ୍ରାରେ ଭିଡ ଦେଖିବାକୁ ମିଳିଥିଲା । ଅନ ଲାଇନ ୧୦୦ ଓ ଅଫ ଲାଇନ ୨୦୦ଟି ଟୀକା ଆସି ଥିବା ବେଳେ, ବହୁ ଦୂର ଦୁରାନ୍ତରୁ ଲୋକ ମାନେ ଆସି ନ ଖାଇ ନ ପିଇ ରାତି ୪ ରୁ ଦିନ ଦୁଇଟା ପର୍ଯ୍ୟନ୍ତ ଲାଇନ ରେ ଛିଡା ହଇ ଟୀକା ନ ପାଇ ଘରକୁ ଫେରି ଯାଇ ଥିଲେ । ୨୦୦ ଟିକାରୁ ୧୭୦ ଟିକା ଦେଇ ବାକି ସବୁ ଟିକା ପଛପଟ ଗେଟ ଦେଇ ନିଜ ନିଜ ସମ୍ପର୍କୀୟ ମାନଙ୍କୁ ଲୁଚି କରି ଟୀକା ଦେଉଥିଲେ, ସେଠାରେ ଆମ ପ୍ରତିନିଧି ସୁବାସ ଦାସ ଜାଇ ପହଁଞ୍ଚି ଥିଲେ ଓ ଲୋକ ଙ୍କ ପ୍ରତିକ୍ରିୟା ନେଇଥିଲେ ।

ଲୋକଙ୍କ କହିବା କଥା ୨୦୦ ଅଫ୍ ଲାଇନ୍ ଟୀକାରୁ ୧୭୦ ଗଲା ଆଉ ଟୀକା ଗଲା କୁଆଡେ । ପୁଣି ଅଳ୍ପ ସମୟ ପରେ ଜାଇ ଦେଖନ୍ତି ତ ଲୁଚି କରି ଟୀକା ଦିଆ ଚାଲି ଥିଲା, ସାମ୍ବାଦିକ ସୁବାଷ ଦାଶ ଜାଇ ଭିଜୁଆଲ କରିବାରୁ ଟୀକା ଦେଉଥିବା ଷ୍ଟାପ ଜଗନ୍ନଥ ସେଠି ହଠାତ ଝାମ୍ପି ଉଠିଥିଲେ ଏବଂ ଭିଡ଼ିଓ ଉତ୍ତୋଳନ କରୁଥିବା ମୋବାଇଲକୁ ଛଡାଇ ନେଇଯାଇ, ଆପଣ କିଏ ବୋଲି ପ୍ରଶ୍ନ କରିଥିଲେ । ଏହାପରେ ସୁବାଷ ନିଜେ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ । କିନ୍ତୁ ସାମ୍ବାଦିକ ନା ଶୁଣି ବାବୁ ଜଣକଙ୍କ ବ୍ଲଡ ଗରମ ହୋଇ ଉଠିଥିଲା । ପରେ ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରି ଚାଲିଯାଇଥିବା ଶୁଣିବାକୁ ମିଳୁଛି । ଏଭଳି ସ୍ପର୍ଶକାତର ଘଟଣାରେ ଯଦି ବିଭାଗୀୟ କତ୍ତୃପକ୍ଷ କୈାଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନ ନିଅନ୍ତି ତେବେ ଆଗକୁ ପରିସ୍ଥିତି ଭୟଙ୍କର ହେବ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading