ବନପାଳଙ୍କ ଅଫିସ ଆଗରେ ବନ ସୁରକ୍ଷା ସମିତିର ଧାରଣା

Creat A Revolution

କୋକସରା, କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ ରେଞ୍ଜ ଆମପାଣି ସେକ୍ସନ ବନପାଳଙ୍କ ନାଁ ରେ ଟଙ୍କା ଆତ୍ମସାତ ଅଭିଯୋଗ ସହ ଶ୍ରମିକଙ୍କ ପ୍ରାପ୍ୟ ଦାବିରେ ସୋମବାର ବନ ସୁରକ୍ଷା ସମିତି ପକ୍ଷରୁ ଆମପାଣି ବନପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ଦେଇଛନ୍ତି । ଆମପାଣି ଫରେଷ୍ଟର ଜଗନ୍ନାଥ ନାଗ ଶ୍ରମିକ ଲକ୍ଷାଧିକ ଟଙ୍କା ଭିଏସ୍‌ଏସ କମିଟି ସଭାପତିଙ୍କ ଦସ୍ତଖତ ଜାଲିଆତି କରି ଆତ୍ମସାତ କରିଥିବା ଅଭିଯୋଗ ହୋଇ ଆସୁଛି । ଏନେଇ ବିଭିନ୍ନ ସମୟରେ ୬ ଗୋଟି ବନ ସୂରକ୍ଷା ସମିତି ର କର୍ମକର୍ତ୍ତା ଓ ଶ୍ରମିକ ମାନେ ଅଭିଯୋଗ କରି ଆସୁଛନ୍ତି ।

ବନ ସୂରକ୍ଷା ସମିତି ପକ୍ଷରୁ ଆମପାଣି ସେକ୍ସନ ବନପାଳଙ୍କ ବିଭିନ୍ନ ଦୁର୍ନିତି ବିରୋଧରେ ସ୍ଥାନୀୟ ଧର୍ମଗଡ ରେଞ୍ଜ ଅଫିସର ଠାରୁ ଆରମ୍ଭ କରି ଡିଏଫଓ ସମେତ ଆଞ୍ଚଳିକ ବନ ସଂରକ୍ଷକ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବନପାଳଙ୍କ ବିରୋଧର କୌଣସି କାର୍ଯ୍ୟାନୁ ।ନ ଗ୍ରହଣ କରାଯାଉ ନାହିଁ । ଯାହାକୁ ନେଇ ୬ ଗୋଟି ବନ ସୁରକ୍ଷା ସମିତି ସମେତ ଶ୍ରମିକ ମାନେ ଆମପାଣି ବନପାଳ କାର୍ଯ୍ୟାଳୟ ଆଗରେ ସୋମବାର ଧାରଣା ଦେଇଥିଲେ । ଖବର ପାଇ ଧର୍ମଗଡ ରେଞ୍ଜ ଅଫିସର ଭବାନୀ ଶଙ୍କର କଅଁର ପହଞ୍ଚି ଆନ୍ଦୋଳନକାରୀ ଙ୍କ ସହ ଦିର୍ଘ ସମୟ ଧରି ଆଲୋଚନା କରି ମଙ୍ଗଳବାର ଏକ ବିଭାଗୀୟ ଟିମ ଆସି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଦୋଷୀ ଅଧିକାରୀ ଙ୍କ ବିରୋଧରେ କୌଣସି ଠୋସ ପ୍ରମାଣ ମିଳିବାପରେ କାର୍ଯ୍ୟାନୁ ।ନ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେଇଛନ୍ତି । ଏବଂ ଯେଉଁ ଶ୍ରମିକଙ୍କ ପ୍ରାପ୍ୟ ମିଳିନାହିଁ ତାହା ମଧ୍ୟ ତଦନ୍ତ ପରେ ପାରିଶ୍ରମିକ ପାଉଣା ପ୍ରଦାନ କରାଯିବ ବୋଳି କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଧାରଣା ରେ କନ୍ଦାଗଡ଼ ବନ ସୁରକ୍ଷା ସମିତି ସଭାପତି ଦୈତାରୀ ଦଳପତି, ରଏନଗୁଡା ସଭାପତି ରଘୁନାଥ ନାଏକ, ତଲାଗାଁ ସଭାପତି ଭଜମନ ନାଏକ, ନୂଆଗାଁ ସଭାପତି ଚକ୍ରଧର ବାଗ, ଜିତେନ୍ଦ୍ର ପଣ୍ଡା, ଚନ୍ଦ୍ରମଣି ନାଏକ, କେଶରୀ ପୂଝରୀ, ଯୁବନେତା ସନ୍ତୋଷ ମାଝୀ, ପିପଲଝାପର ସଭାପତି ସୁବାଷ ଖସେର୍ଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନି ହଂସ, ଶ୍ରମିକ ଭୁବନେ ନାଏକ, ଘାସିରାମ ବାଗ, କ୍ଷୀରସିନ୍ଧୁ ମାଝୀ, ଲାବାଣ୍ୟ ଗଣ୍ଡ, କେଦାର ବାଗ ସମେତ ଅନେକ ମହିଳା ଶ୍ରମିକ ଉପସ୍ଥିତ ରହିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!