ଆଇନଜୀବୀଙ୍କ ବିୟୋଗରେ ଶୋକ

Creat A Revolution
           

ଜଗତସିଂହପୁର -: ଜଗତସିଂହପୁର କୋର୍ଟରେ କାର୍ଯ୍ୟରତ ଆଇନଜୀବି ପଳାଶୋଳ ଗ୍ରାମର ହେମନ୍ତ କୁମାର ବାରିକଙ୍କ ଗତକାଲି ରାତିରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପିଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା ।

ତାଙ୍କ ବିୟୋଗରେ ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ ଦିନିକିଆ କାର୍ଯ୍ୟବନ୍ଦ ହୋଇଥିଲା । ଏହି ଅବସରରେ ଆୟୋଜିତ ଶୋକସଭାରେ ସଂଘ ସଭାପତି ଗଗନ ଚନ୍ଦ୍ର ଦାଶ ସଭାପତିତ୍ବ କରିଥିଲାବେଳେ ବରିଷ୍ଠ ଆଇନଜୀବି ରବିନ୍ଦ୍ରନାଥ ମହାନ୍ତି,ଗୋରାଚାନ୍ଦ୍ କାନୁନଗୋ, ବିଳାସ ଚନ୍ଦ୍ର ଲେଙ୍କା, ଶ୍ରୀକାନ୍ତ ନନ୍ଦ,ଘନଶ୍ୟାମ ଶତପଥି, ପ୍ରମୋଦ କୁମାର ସ୍ବାଇଁ, ଯୁଧିଷ୍ଠିର ମିଶ୍ର, ସୁବ୍ରତ ଶତପଥୀ, ରବିନ୍ଦ୍ର କୁମାର ସ୍ବାଇଁ,ରାଜକିଶୋର ବେହେରା, ପ୍ରଶାନ୍ତ କୁମାର ସ୍ବାଇଁ,ମହେଶ୍ ଚନ୍ଦ୍ର ମହାନ୍ତି,ଵୀରନାରାୟଣ ପାତ୍ର ପ୍ରମୁଖ ସ୍ବର୍ଗତ ଆତ୍ମାର ସଦ୍ ଗତି କାମନା କରିଥିଲେ ।

ସଂପାଦକ ନରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ନାରାୟଣ ମହାନ୍ତି, ଚନ୍ଦ୍ର ଶେଖର ନାୟକ, ପ୍ରସନ୍ନ କୁମାର ମହାନ୍ତି, ଯୁଗ୍ମ ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତି, ପ୍ରକାଶ ଚନ୍ଦ୍ର ରାୟ, ତନ୍ମୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ତିର୍ତ୍ତୋଲ ବାର୍ ରେ ମଧ୍ୟ ଶୋକସଭା କରାଯାଇ କୋର୍ଟ କାର୍ଯ୍ୟ ବନ୍ଦ ରଖାଯାଇଥିଲା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading