କରଡାପଲ୍ଲୀ ଜମାତ ପକ୍ଷରୁ ବାର୍ଷିକ ଇଜତେମା

Creat A Revolution
           

ତିଗିରିଆ -: ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତସ୍ଥିତ କରଡାପଲ୍ଲୀର ଜାମା ମସଜିଦ ପରିସରରେ ୱକଫେ ନୌ (ଧର୍ମ ପାଇଁ ନିଜକୁ ଉତ୍ସର୍ଗ କରିଥିବା ବ୍ୟକ୍ତିବିଶେଷ) ମାନଙ୍କୁ ନେଇ ବାର୍ଷିକ ଇଜତେମା ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।

ମୌଲବୀ ସୟଦ କଲିମୁଦ୍ଦିନ ସାହେବ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଞ୍ଜାବରୁ ଆସିଥିବା ସର୍ବ ଭାରତୀୟ ଅହମ୍ମଦିୟା ମୁସଲିମ ସଙ୍ଗଠନ ର ଶିକ୍ଷା ବିଭାଗ ସମ୍ପାଦକ ଶେଖ ଫରିଦ ଅହମ୍ମଦ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କାଦିୟାନ ପଞ୍ଜାବ ର ମୌଲବୀ ରଇସୁଦ୍ଦିନ ଖାଁ,ମହମ୍ମଦ ସଫାରତ,ଭଦ୍ରକର ମୌଲବୀ ଶେଖ ଇସ୍ହାକ, ଖୋର୍ଦ୍ଧା କେରଙ୍ଗ ର ମୌଲବୀ ମିର ଅବଦୁଲ ହାଫିଜ, କଟକ ଜିଲ୍ଲା ଇନଚାର୍ଜ ମୌଲବୀ ହଲିମ ଅହମ୍ମଦ, ପଙ୍କାଳ ମୌଲବୀ ଅବଦୁଲ ଇସମାଇଲ ଖାଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଆୟୋଜିତ ଇଜତମା କାର୍ଯ୍ୟକ୍ରମରେ ରେ ଯୋଗଦେଇଥିବା ଶିଶୁ ଓ ଯୁବକ ଯୁବତୀ ମାନଙ୍କୁ ଅତିଥିମାନେ ମୁସଲିମ ଧର୍ମ ପ୍ରତି କୁ ଉତ୍ସର୍ଗ କରିବା ପାଇଁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ କୁ ଶେଖ ଅସରଫ ଅଲ୍ଲୀ,ପନିଆ ଖାଁ,ଶେଖ ରହିମ, ଜମିଲ ମହମ୍ମଦ, ଜଲୁ ଖାଁ,ଯୁବକ ସଙ୍ଘ ସଭାପତି ସରାଫତ ଖାଁ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading