“ଭାରତୀୟ ସଂସ୍କୃତି ରେ ବିଜ୍ଞାନ” ବିଷୟରେ ଆଲୋଚନା ଚକ୍ର

Creat A Revolution
           

ପଦ୍ମପୁର (ଜିତୁ ଦାଶ) -: ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଶାଖା ଦ୍ଵାରା ଗତକାଲି ସନ୍ଧ୍ୟା ୭ ଟାରୁ ୮ଟା ପର୍ଯ୍ୟନ୍ତ ଏକ ଇ-ପାଠଚକ୍ର ,ଯାହାର ବିଷୟ ଥିଲା ” ଭାରତୀୟ ସଂସ୍କୃତିରେ ବିଜ୍ଞାନ ” ,online Google meet ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବରେ ସଂସ୍କୃତ ଭାରତୀ, ରାଜ୍ୟ ଶାଖା ସଭାପତି ତଥା ଦଧିବାମନ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଆୟୁଷ୍ମନ୍ତ ଷଡ଼ଙ୍ଗୀ ଯୋଗ ଦେଇଥିବା ବେଳେ, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ, ବରଗଡ଼ ଶାଖାର ଉପସଭାପତି ଶ୍ରୀ ଶ୍ୟାମବନ୍ଧୁ ବେହେରା ସଭାପତିତ୍ୱ କରିଥିଲେ। ଘେସଁ କଲେଜର ଶିକ୍ଷା ବିଭାଗର ଅଧ୍ୟାପିକା ସୁଶ୍ରୀ ମୌସୁମୀ ଶତପଥିଙ୍କ ସଂଯୋଜନାରେ ପରିଚାଳିତ ଏହି କାର୍ଯ୍ୟକ୍ରମ ସୁଶ୍ରୀ ମିତା ଭୋଇଙ୍କ ଦେଶ ଭକ୍ତି ଗୀତ ଏବଂ ଶ୍ରୀ ସୁମନ୍ତ ପଧାନ ଙ୍କ ବିବେକ ବାଣୀରୁ ଶୁଭାରମ୍ଭ ହୋଇଥିଲା। ଆଲୋଚକ ଶ୍ରୀ ଷଡ଼ଙ୍ଗୀ ଭାରତୀୟ ସଂସ୍କୃତି ଚାଲି ଚଳଣିରେ ଥିବା ବୈଜ୍ଞାନିକ ସତ୍ୟତାକୁ ଉପସ୍ଥାପନ କରିବା ସହ, ଆମ ସଂସ୍କୃତିରେ ଅଭିବାଦନ, ପୂଜାରେ ପୁଷ୍ପ, ଧୂପ, ଶଙ୍ଖ ଏବଂ ପ୍ରସାଦ ଇତ୍ୟାଦିର ଉପଯୋଗ, ତିଳକ ଲଗାଇବାର ତାତ୍ପର୍ଯ୍ୟ ଭଳି ଅନେକ ବୈଜ୍ଞାନିକ ରହସ୍ୟ ଭରା ତଥ୍ୟ ଅବତରଣ କରିଥିଲେ। ଲୋକମାନେ ସେହି ସଂସ୍କୃତିକୁ ଅନ୍ଧବିଶ୍ୱାସ ବୋଲି ନ ଭାବି ତାହାର ବୈଜ୍ଞାନିକ ରହସ୍ୟ ଜାଣିବାକୁ ଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଶେଷରେ ଶ୍ରୀ ଗୌତମ ସାମଲଙ୍କ ଧନ୍ୟବାଦ ଅର୍ପଣ ଏବଂ ଶାନ୍ତି ପାଠରେ କାର୍ଯ୍ୟକ୍ରମ ସାଙ୍ଗ ହୋଇଥିଲା। ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ବରଗଡ଼ ଶାଖା ର ସମ୍ପାଦକ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading