ବାଲିକୁଦା ଥାନପତି ପରିସରରେ ବରିଷ୍ଠ ସାମ୍ବାଦିକ ଅଜୟ ଜେନାଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Creat A Revolution
           

ଜଗତସିଂହପୁର -: ଜଗତସିଂହପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଜେନାଙ୍କ ବିୟୋଗରେ ବାଲିକୁଦା ମା ଥାନପତିଙ୍କ ପୀଠ ପରିସରରେ ବାଲିକୁଦା ସାମ୍ବାଦିକମାନଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।ଏହି ଉପଲକ୍ଷେ ସାମ୍ବାଦିକମାନଙ୍କ ପକ୍ଷରୁ ସ୍ବର୍ଗତ ଅଜୟ କୁମାର ଜେନାଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ କରାଯିବା ପରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।

ଏହି ସ୍ମୃତି ସଭାରେ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ୟୁନିଅନର ସଭାପତି ଶୁଭଙ୍କର ଜେନା , ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା , ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ଦାସ , ପ୍ରତାପ କୁମାର ସିଂହ, ବାଲିକୁଦା ସାମ୍ବାଦିକ ୟୁନିଅନର ସଭାପତି ପିଣ୍ଟୁ ମୁଦୁଲି ,ସମ୍ପାଦକ ଶୁଶାନ୍ତ ମହାନ୍ତି , ଉପସଭାପତି ଅଶୋକ କୁମାର ରାୟ ,ଉପଦେଷ୍ଟା କମଳାକାନ୍ତ ବାରିକ , ଯାମେସ ଗଛାୟତ,ଅଶୋକ ପଣ୍ଡା ,କୁନା ବାରିକ ,ଗୀତା ମହାରଣା ବାଲିକୁଦା ଥାନପତି କମିଟି ସମ୍ପାଦକ ଗୁରୁଚରଣ ଦାସ ,ସମାଜସେବୀ ବିଷ୍ଣୁ ଚରଣ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ବର୍ଗତ ଜେନାଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading