ଅତାବିରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚିତ

Creat A Revolution
           

ବରଗଡ଼/ଅତାବିରା(ନିରଞ୍ଜନ ତ୍ରିପାଠୀ)-: ଆଜି ଅତାବିରା ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ସକାଳ ୧୦ ଟାରୁ ଆରମ୍ଭ ହୋଇ ଅପରାହ୍ନ ୩ ଟାରେ ଶେଷ ହୋଇଥିଲା । ସନ୍ଧ୍ୟା ୪ଟାରେ ଫଳାଫଳ ଘୋଷଣା ହୋଇ ନବ ନିର୍ବାଚିତ କର୍ମକର୍ତ୍ତlଙ୍କୁ ସ୍ଵାଗତ ଜଣାଯାଇଥିଲା ।

ଏହି ନିର୍ବାଚନ ପ୍ରକ୍ରିୟାରେ ସଭାପତି ପଦ ପାଇଁ ସୁଶାନ୍ତ ମିଶ୍ର ଓ ଯୁଗ୍ମ ସହ ସମ୍ପାଦକ ଭାବେ ଜଗନ୍ନାଥ ରାଓ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ପଦ ପାଇଁ ତ୍ରିପୁରାରୀ ଚାନ୍ଦ ଓ ରୋହିତ ମହାପାତ୍ରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇ ରୋହିତ ମହାପାତ୍ର ୧୪ଟି ଭୋଟ ପାଇଥିବା ବେଳେ ୨୩ଟି ଭୋଟ ପାଇ ଶ୍ରୀ ଚାନ୍ଦ ବିଜୟୀ ହୋଇଥିଲେ ଠିକ ସେହିପରି ସମ୍ପାଦକ ପଦ ପାଇଁ ଦିଲିପ ସ୍ୱାଇଁ ଓ ଅରବିନ୍ଦ ସୁଶାରିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇ ଶ୍ରୀ ସ୍ୱାଇଁ ୧୩ଟି ଭୋଟ ପାଇଥିବା ବେଳେ ଶ୍ରୀ ଶୁସାରୀ ୨୪ଟି ଭୋଟ ପାଇ ବିଜୟୀ ହୋଇଥିଲେ। ପ୍ରକାଶ ଥlଉକି ଶ୍ରୀ ସ୍ୱାଇଁ ଦ୍ଵିତୀୟ ଥର ପାଇଁ ସମ୍ପାଦକ ପଦବୀରେ ଜୟଯୁକ୍ତ ହୋଇଥିବାରୁ ଓକିଲ ମହଲରେ ଖୁସିର ଲହରୀ ଖେଳିଯାଇଥିଲା। ଅତାବିରାରେ ମୋଟ ୪୨ ଜଣ ଆଇନଜୀବୀ ରହିଥିବା ବେଳେ ୩୭ ଜଣ ଏହି ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରି ଭୋଟ ଦେଇଥିଲେ । ହିତେନ୍ଦ୍ର ପ୍ରଧାନ ଏହି ନିର୍ବାଚନ ପ୍ରକ୍ରିୟାର ନିର୍ବାଚନ ଅଧିକାରୀ ଦାୟିତ୍ଵ ତୁଲାଇ ଥିଲେ ।

ନିର୍ବାଚନ ଶେଷ ହେବା ପରେ ସଂଘର ପୂର୍ବତନ ସଭାପତି ରାକେଶ ପାଢ଼ୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading