ଯାଜପୁର -: ଆସନ୍ତା ୩୦ ତାରିଖ ବାରୁଣୀ ବୁଡ଼ର ସ୍ନାନ ଯୋଗ ଥିବା ବେଳେ ଯାଜପୁର ଜିଲ୍ଲା ପ୍ରଶାସନ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ ନିକଟରେ ୧୪୪ ଧାରା ଜାରି କରାଯାଇଛି । ୨୯ ଓ ୩୦ ତାରିଖ ପାଇଁ ଏହି କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ ।
ତେବେ କରୋନା କଟକଣା ପାଇଁ ୨ ବର୍ଷ ହେଲା ବାରୁଣୀ ବୁଡ଼ ବନ୍ଦ ରହିଥିଲା ବେଳେ ଚଳିତ ବର୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇବାକୁ ଆଶା ରଖିଥିଲେ । ଦଶାଶ୍ୱମେଧ ଘାଟ ନିକଟରେ ଏକ ବ୍ୟାରେଜ ନିର୍ମାଣ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ବାରୁଣୀ ବୁଡ଼ ବନ୍ଦ ନିଷ୍ପତ୍ତି ନିଆଯାଇଛି ।
ଯାଜପୁର ଜିଲ୍ଲାର ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତିବର୍ଷ ବାରୁଣୀ ବୁଡ଼ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ରାଜ୍ୟ ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୁଡ଼ ପାଇଁ ଭିଡ଼ ଲଗାନ୍ତି । କିନ୍ତୁ କରୋନା ପାଇଁ ୨ ବର୍ଷ ହେଲା ବୁଡ଼ ଉପରେ କଟକଣା ରହିଥିବା ବେଳେ ଚଳିତ ବର୍ଷ ଏହି ସୁଯୋଗ ମିଳିବ ବୋଲି ଶ୍ରଦ୍ଧାଳୁ ଆଶା ରଖିଥିଲେ । କାରଣ ଯେହେତୁ କୋଭିଡ କଟକଣା କୋହଳ ରହିଛି ତେବେ ବୁଡ଼ ପାଇଁ ବ୍ୟବସାୟୀ ବି ଦୋକାନ ଖୋଲିବା ପାଇଁ ସ୍ଥାନ ଚିହ୍ନଟ କରି ସାରିଥିଲେ ।
କିନ୍ତୁ ହଠାତ୍ ପ୍ରଶାସନ ପକ୍ଷରୁ ବାରୁଣୀ ଘାଟରେ ଦୁଇ ଦିନିଆ ଅର୍ଥାତ୍ ୨୯ ଓ ୩୦ ତାରିଖ ପାଇଁ ବାରୁଣୀ ଘାଟରେ ୧୪୪ ଧାରା ଜାରି କରାଯାଇଛି । ଯେହେତୁ ବର୍ଷତମାମ ବାରୁଣୀ ଘାଟରେ ଜଳ ମହଜୁଦ ରଖିବା ପାଇଁ ଏକ ବ୍ୟାରେଜ ନିର୍ମାଣ ଜାରି ରହିଛି ତେଣୁ କୈାଣସି ଦୁର୍ଘଟଣାକୁ ଏଡ଼ାଇବା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଚଳିତ ବର୍ଷ ବାରୁଣୀ ବୁଡ଼ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇ ସର୍ବସାଧାରଣଙ୍କୁ ଅବଗତ କରାଯାଇଛି ।
Discover more from odia.bnslive.in
Subscribe to get the latest posts sent to your email.