ଅନେକ ଲୋକେ ତେଲରେ ଛଣାଛଣି ଖାଦ୍ୟ ପ୍ରସ୍ତୁତ କରିବା ପରେ ସେ ପୁଣି ସେହି ତେଲକୁ ବ୍ୟବହାର କରିଥାଆନ୍ତି। ଛଣାଛଣି ପରେ ତେଲ ବଳିବା କାରଣ ସହ କିଛି ଲୋକଙ୍କ ଧାରଣା ଛଣା ତେଲରେ ଖାଦ୍ୟ ପ୍ରସ୍ତୁତ କରିବା ଦ୍ୱାରା ତାହା ଅଧିକ ସ୍ୱାଦିଷ୍ଟ ଲାଗିଥାଏ। ମାତ୍ର ଆପଣଙ୍କ ଏହି ଅଭ୍ୟାସ ରହିଛି କି ? ତେବେ ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହା କି ପ୍ରଭାବ ପକାଇଥାଏ। ବିଭିନ୍ନ ସମୟରେ ଘରେ ଛଣାଛଣି ଖାଦ୍ୟ ପ୍ରସ୍ତୁତ କରିବା ପରେ ତେଲ ବଳିଯାଏ। ସେହି ତେଲକୁ ରଖି ତା’କୁ ପୁର୍ନବାର ରୋଷେଇରେ ବ୍ୟବହାର କରୁ। ତେଲର ଏପରି ବ୍ୟବହାର ସ୍ୱାସ୍ଥ୍ୟ ପକ୍ଷେ ଖୁବ କ୍ଷତିକାରକ। ଏହା କର୍କଟ ଭଳି ବିଭିନ୍ନ ମାରାତ୍ମକ ରୋଗର କାରଣ। ଜାଣନ୍ତୁ କେଉଁ ସବୁ କାରଣରୁ ଛଣା ତେଲରେ ପୁନର୍ବାର ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ ..
ଛଣା ତେଲରେ ଫ୍ରି ରେଡ଼ିକଲସ ନାମକ ଏକ ପଦାର୍ଥ ତିଆରି ହୋଇଥାଏ। ବାରମ୍ବାର ଗରମ କରିବା ଫଳରେ ସେହି ତେଲର ଗନ୍ଧ ଉଡ଼ିଯାଏ ଓ ଆଣ୍ଟିଅକ୍ସିଡ଼ାଣ୍ଟର ପରିମାଣ କମ ହୋଇଯାଏ। ଫଳରେ କର୍କଟ , ଏସିଡ଼ିଟି, ହୃଦରୋଗ, ହେବାର ଅଧିକ ସମ୍ଭାବନା ସୃଷ୍ଟି ହେବା ସହ କୋଲେଷ୍ଟ୍ରୋଲର ପରିମାଣ ବୃଦ୍ଧି ହୋଇଥାଏ। ବେଳେ ବେଳେ ପକୋଡ଼ା, ଚିପସ ଆଦି ଫ୍ରାଏ ପାଇଁ ବ୍ୟବହୃତ ତେଲ ବଳକା ରହିଲେ, ସେଥିେ ପୁଣି ଆଉ କିଛି ତେଲ ମିଶାଇ ଖାଦ୍ୟ ପ୍ରସ୍ତୁତ କରିବା ଉଚିତ ନୁହେଁ। ଏହା ମଧ୍ୟ ଶରୀର ପାଇଁ ଖୁବ କ୍ଷତିକାରକ ହୋଇଥାଏ। ଏହା ପେଟ ଜନିତ ସମସ୍ୟା ସୃଷ୍ଟି କରିଥାଏ। ଖାଦ୍ୟ ବିଳମ୍ବରେ ଓ ଭଲ ଭାବେ ହଜମ ହୋଇନଥାଏ। ମୁଣ୍ଡ ବିନ୍ଧା, ଦୃଷ୍ଟି ଶକ୍ତି ଓ ସ୍ମରଣ ଶକ୍ତି ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ।
Discover more from odia.bnslive.in
Subscribe to get the latest posts sent to your email.
