ଶନି ଦେବଙ୍କ କୃପା ପାଇଁ ଏହି ସବୁ ଉପାୟକୁ ପାଳନ କରନ୍ତୁ

Creat A Revolution
           

ଶନିବାର ଦିନଟି ପ୍ରଭୁ ଶନିଙ୍କୁ ସମର୍ପିତ । ଧାର୍ମିକ ମାନ୍ୟତା ଅନୁଯାୟୀ, ଯେଉଁ ମାନଙ୍କ ଉପରେ ଶନି ଦେବଙ୍କ କୃପା ରହିଥାଏ ତାଙ୍କ ଜୀବନରେ ସର୍ବଦା ସୁଖ ଓ ଆନନ୍ଦର ବାତାବରଣ ରହିଥାଏ। ଶନିଙ୍କ କୃପା ପ୍ରାପ୍ତି ପାଇଁ ଏହି ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ ..

Mata pita ki chaah – kohinoor


ଶନିବାର ଦିନ ଯେକୌଣସି ଲୁହା ବାସନରେ ସୋରିଷ ତେଲ ଭର୍ତ୍ତି କରି ନିଜ ମୁହଁ ସେଥିରେ ଦେଖନ୍ତୁ। ଏହାପରେ ସେହି ବାସନ ସହ ତେଲକୁ ଯେକୌଣସି ଅସହାୟଙ୍କୁ ଦାନ କରନ୍ତୁ। ଦାନ ଗ୍ରହଣ କରୁଥିବା ବ୍ୟକ୍ତି ବୟସରେ ବଡ଼ ହୋଇଥିଲେ ଖୁବ ଉତ୍ତମ। ପ୍ରତ୍ୟେକ ଦିନ ୧୦୮ ଥର ଶନିଦେବଙ୍କ ସରଳ ମନ୍ତ୍ରକୁ ଜପ କରନ୍ତୁ। ଘରର ବଗିଚାରେ ଶମି ବୃକ୍ଷ ଲଗାନ୍ତୁ ଓ ପୂଜା କରନ୍ତୁ। ଏହା ଘରର ବାସ୍ତୁଦୋଷ ଦୂର କରିବା ସହ ଶନିଙ୍କ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ। ଶନିଦେବଙ୍କ କୃପା ପ୍ରାପ୍ତି ପାଇଁ ନିଜ ମାତାପିତାଙ୍କ ସର୍ବଦା ସମ୍ମାନ ଓ ସେବା କରନ୍ତୁ। ଶନିବାର ଦିନ କଳା କିମ୍ବା ନୀଳ ରଙ୍ଗ ବସ୍ତ୍ର ଧାରଣ କରନ୍ତୁ ଓ ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ଦାନ କରନ୍ତୁ। ଶନିଦେବଙ୍କ ଯେକୌଣସି ମନ୍ଦିରକୁ ଯାଇ ପ୍ରଭୁଙ୍କ ନିକଟରେ ତେଲାଭିଷେକ କରନ୍ତୁ। ଶନିଦେବଙ୍କ ବିଶେଷ କୃପା ପ୍ରାପ୍ତି ପାଇଁ ନିୟମିତ ସକାଳେ ଓ ସନ୍ଧ୍ୟାରେ ନିୟମିତ ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଲିସା ପାଠ କରନ୍ତୁ। ଏପରି କରିବା ଦ୍ୱାରା ମଙ୍ଗଳ ଓ ଶନି ଶାନ୍ତ ରୁହନ୍ତି ଓ ଭଗବାନଙ୍କ ବିଶେଷ କୃପା ମିଳେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading