ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ପାନୁଆ ଦିଗାଲ ଙ୍କ ଘର ପୋଡ଼ି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

Creat A Revolution
           

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା ର ଡୁଡ଼ୁକି ଗ୍ରାମପଞ୍ଚlୟତ ରେ ଥିବା କୌଲିପାଙ୍ଗା ଗ୍ରାମରେ ଆଜି ସକାଳ ପ୍ରାୟ ସାଢେ଼ ଦଶଟା ରୁ ଏଗାର ଟା ମଧ୍ୟରେ ପନୁଆ ଦିଗାଲ ଙ୍କ ଘର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସଂପୂଣ୍ଣ ଜଳିପୁଡ଼ି ନଷ୍ଟ ହୋଇଯାଇଛି l ପାନୂଆ ଦିଗାଲ ଙ୍କ ଘରେ ଚାରି ଭାଇ ଙ୍କ ପରିବାର ଲୋକେ ସମସ୍ତେ ମିଳି ମିଶି ଗୋଟିଏ ପରିବାର ହୋଇ ଏକାଠି ରୋଷେଇ ବାସ କରି ଅଭାବ ଅନାଟନ ମଧ୍ୟରେ ବି ଚଳୀ ଯାଉଥିଲେ l ହେଲେ ଦୁଃର୍ଭାଗ୍ୟ ର ବିଷୟ ଯେ କୌଣସି କାରଣ ରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସଂପୂଣ୍ଣ ଘର ଟି ଜଳି ପୋଡ଼ି ନଷ୍ଟ ହୋଇଯାଇଛି l

ପାନୂଆ ଦିଗାଲ ଏପରି ଅବସ୍ଥା ଦେଖି ନିକଟସ୍ଥ ଦମକ ବାହିନୀ ଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ହେଲେ ବିଡ଼ମ୍ବନା ର ବିଷୟ ଯେ ଶ୍ରୀ ଦିଗାଲ ଙ୍କ ଘର ଟାଉନ୍ ଠାରୁ ପାଖା ପାଖି ପଚିଶ ରୁ ତିରିଶ କିଲୋମିଟର ଦୂରରେ ଥିବରୁ ଦମକଳବାହିନୀ ପହଞ୍ଚିଲାବେଲକୁ ଶ୍ରୀ ଦିଗାଲ ଙ୍କ ଘର ସମ୍ପୂର୍ଣ ଜଳି ଯାଇଥିବା ବେଳେ ଘର ଘରଭିତରେ ଥିବା ଜିନିଷ ପତ୍ର ସାଙ୍ଗକୁ ନିଜର ବହୁମୂଲ୍ୟ ସାମଗ୍ରୀ କାଗଜ ପତ୍ର ଓ ଗୋଟିଏ ମାସ ପାରେ ଘରେ ପୁଅ ର ବାହା ଘର ଥିବାରୁ କିଛି ରଖିଥିବା ଟଙ୍କା ମଧ୍ୟ ପୋଡ଼ିଯାଇଥିବା ଜଣାପଡିଛି l ଏପରି ଦୁଃଖଦ ଖବର ପାଇ ବି. ଯେ. ପି .ର ଗ୍ରାମୀଣ ମଣ୍ଡଳ ଫୁଲବାଣୀ ସାଂସଦ ପ୍ରତିନିଧି ଶ୍ରୀ ରାଜେନ୍ଦ୍ର ମାଝୀ ନିଜର ସହଯୋଗୀ ମାନଙ୍କ ସହ ଶ୍ରୀ ଦିଗାଲ ଙ୍କ ଘରେ ପହଞ୍ଚି ପରିସ୍ଥିତିକୁ ଦେଖିବା ସହିତ ସ୍ଥାନୀୟ ଆର୍. ଆଇ. ଙ୍କୁ ଯୋଗା ଯୋଗ କରି ଉଚିତ୍ କ୍ଷତି ପୂରଣ ପାଇଁ ସଠିକ୍ ଅନୁଧ୍ୟାନ କରିବାକୁ ପରାମର୍ଶ ଦେବା ସହ ପାରିବାର ଲୋକଙ୍କୁ ବୁଝାସୁଝା କରି ଥିବା ଦେଖିବାକୁ ମିଳିଛି l ଶ୍ରୀ ମାଝୀ ଙ୍କ ସହିତ ତାଙ୍କ ସହଯୋଗୀ ମାନେ ଅବୁଲ୍ ଫାଜଲ୍ କହଁର,ସନାତନ ମଲ୍ଲିକ,ସୁରେନ୍ଦ୍ର କହଁର,ଲୋଚନ ମଲ୍ଲିକ ସୁରେଶ ମହାକୁଡ଼,ପ୍ରେମାନନ୍ଦ ବେହେରା, ବିଶ୍ଵାମିତ୍ର କହଁର ସମସ୍ତେ ମିଳି ମିଶି ପାରିବାର ଲୋକଙ୍କୁ ବୁଝାସୁଝା କରି ଥିବା ଦେଖିବାକୁ ମିଳିଛି l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading