କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ ) -: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କୁ ନେଇ ବ୍ଲକ ସ୍ଥରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ରେ କାର୍ଯ୍ୟରତ ମନରେଗା ସମ୍ପ୍ରସାରଣ ଅଧିକାରୀ ସୁମନ୍ତ କୁମାର ଉଠାଣ ସିଂ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ମନରେଗା ଜନଶୁଣାଣୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର ଯୋଗ ଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ରେ ପ୍ରକଳ୍ପ ପ୍ରସାଶିକା ଦେବଯାନୀ ଭୂୟାଁ, ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ନିର୍ବାହୀ ଯନ୍ତ୍ରୀ ଜୟ ପ୍ରକାଶ ଜେନା, ମନରେଗା ପରିଦର୍ଶକ ସଞ୍ଜୟ କୁମାର ଦିଗାଲ, ବରିଷ୍ଠ ସାମ୍ବାଦିକ ତଥା ମନରେଗା ସମିକ୍ଷକ ମହାଦେବ ସାହୁ, ବିଶିଷ୍ଠ ସମାଜ ସେବି ଅକ୍ଷୟ କୁମାର ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I ସେପଟେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହି ମନରେଗା ମାଧ୍ୟମ ରେ ନିଜନିଜ ବିଭାଗ ଦ୍ୱାରା ହେଉଥିବା ଉନ୍ନୟନ କାର୍ଯ୍ୟକ୍ରମ ଗୁଡିକ ର ବିବରଣୀ ପାଠ କରିବା ସହ ମନରେଗା ର ସଫଳ ରୂପାୟନ ବିଷୟରେ ବକ୍ତବ୍ୟ ରଖିଥିଲେ I
ତେବେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ୍ୟ କାର୍ଯ୍ୟକ୍ରମ କୁ ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ ପରିଚାଳନା କରିଥିବା ବେଳେ ଏପିଓ ସୁମନ୍ତ ଉଠାଣ ସିଂ ବିଗତ ଦିନ ମାନଙ୍କରେ ଏହି ଫିରିଙ୍ଗିଆ ବ୍ଲକ ଅଧୀନରେ ମନରେଗା ଯୋଜନା ରେ କିଭଳି କାମ ହୋଇଛି ଓ ଅଭିଯୋଗ କଣ ରହିଛି ସେ ବିଷୟରେ ବିବରଣୀ ପାଠ କରିଥିଲେ I ତେବେ ସୂଚନା ଯୋଗ୍ୟଯେ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ର ସଫଳ ରୂପାୟନ ଓ ଶ୍ରମିକ ଙ୍କୁ କର୍ମ ନିଯୁକ୍ତି ଯୋଗାଇବାରେ ଏହି ଫିରିଙ୍ଗିଆ ବ୍ଲକ ଶ୍ରେଷ୍ଠ ରେ ଥିବା ବେଳେ ପାଇଁ ଚଳିତ ୨୦୨୪/୨୫ ଆର୍ଥିକ ବର୍ଷରେ ମଧ୍ୟ୍ୟ ଆଗୁଆ ରହିଛି I ଚଳିତ ଆର୍ଥିକ ବର୍ଷାରେ ଏହି ଫିରିଙ୍ଗିଆ ବ୍ଲକ ର ସମୁଦାୟ ୨୪ ଟି ପଞ୍ଚାୟତ ରେ ୨୮୭୭ ଟି ପ୍ରକଳ୍ପ ସମ୍ପୂର୍ଣ ହୋଇ ସାରିଥିବା ବେଳେ ଏହି ପ୍ରକଳ୍ପ ଗୁଡିକରେ ବ୍ଲକ ର ୨୨୩ ଟି ପରିବାର ତିନିଶହ ଦିନ କାର୍ଯ୍ୟ ସମ୍ପୂର୍ଣ କରିସାରିଥିବା ବେଳେ ୧୭୩୮ ଟି ପରିବାର ଦୁଇଶହ ଦିନ ଓ ୬୮୧୮ ଟି ପରିବାର ଶହେ ଦିନର କାମ କରିସାରିଛନ୍ତି I ଏହାସହ ବ୍ଲକ ରେ ସମୁଦାୟ କୋଡିଏ ହଜାର ପାଞ୍ଚସହ ତେସ୍ତରି ଟି ପରିବାର କୁ ପ୍ରଶାସନ ତରଫରୁ ଜବକାର୍ଡ ପ୍ରଦାନ କରାଯାଇ ପାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯୭୬୯ ଜଣ ଶ୍ରମିକ ଙ୍କୁ କର୍ମନିଯୁକ୍ତି ଦିଆ ଯାଇପାରିଛି ଓ ୧୬୬୧୦୮ ଟି ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି I ତେବେ ଚଳିତ ବର୍ଷ ମଧ୍ୟ୍ୟ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନାରେ ବ୍ଲକ ସଫଳତା ହାସଲ କରିବ ବୋଲି ଆଶା ରଖିଛନ୍ତି ବ୍ଲକ କର୍ତ୍ତୃପକ୍ଷ I

ସେପଟେ ଅନୁଷ୍ଠିତ ହୋଇଥିବା ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ଭିଆରପି ମାନଙ୍କ ସହ ସମସ୍ତ ପଞ୍ଚାୟତ ର ସରପଞ୍ଚ ଗ୍ରାମରୋଜଗାର ସେବକ,ଗାଁ ସାଥି ଓ ହିତାଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ଅଭିଯୋଗ ଉପସ୍ଥାପନା କରିଥିଲେ I ସେପଟେ ଡିଣ୍ଡିରାଗାଁ ପଂଚାୟତ ର ବିଭିନ୍ନ କାମରେ ଫଳକ ଲାଗିନଥିବା ଓ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ବିଭିନ୍ନ କାର୍ଯ୍ୟ ଠିକ ଭାବରେ ପରିଚାଳନା ହେଉନାଥୁବାରୁ କିଛି ହିତାଧିକାରୀ ଅଭିଯୋଗ କରିଥିବା ବେଳେ ନୂଆପଦର ପଞ୍ଚାୟତ ର ଜଣେ ମହିଳା ତାଙ୍କୁ ଜବକାର୍ଡ ଥିଲେ ମଧ୍ୟ୍ୟ ତାଙ୍କୁ କାମ ଯୋଗାଇ ଦିଆଯାଉନଥିବା ନେଇ ଅଭିଯୋଗ କରିଥିଲେ I ଅନ୍ୟପଟେ ଏହି ଜନ ଶୁଣାଣି କାର୍ଯ୍ୟକ୍ରମ ରେ ସମସ୍ତଙ୍କୁ ଡକାଯାଇଥିବା ବେଳେ ବ୍ଲକ ରେ କାର୍ଯ୍ୟରତ ସମିତି ସଭ୍ୟ ମାନଙ୍କୁ କୌଣସି ଚିଠି ହୋଇନଥିବା ଫିରିଙ୍ଗିଆ ବ୍ଲକ ର ସମିତି ସଭ୍ୟ /ସଭ୍ୟା ସଙ୍ଘ କ୍ଷଭ ପ୍ରକାଶ କରିଥଲେ।ଏହାସହ ସମିତି ସଭ୍ୟ/ସଭ୍ୟା ମାନେ ବୈଠକ ରେ ଅନୁପସ୍ଥିତି ରହିଥିବା ଦେଖିବାକୁ ମିଳିଥିଲା I
