କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: ବିଦ୍ୟାଳୟ ଅଛି ବିଦ୍ୟାଳୟ ରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ଙ୍କ ସହ ଶିକ୍ଷକ ମଧ୍ୟ ନିଯୁକ୍ତି ପାଇଛନ୍ତି I କିନ୍ତୁ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ଅଭାବ ରୁ ପାଠପଢା ସମ୍ପୂର୍ଣ ମାତ୍ରା ରେ ବାଧାପ୍ରାପ୍ତ ହୋଇଛି I ସେପଟେ କିଛିଦିନ ତଳେ ବିଦ୍ୟାଳୟ ରେ ଥିବା ଏକ ମାତ୍ର କୋଠରୀ ର ମରାମତି କରାଯାଇଥିବା ବେଳେ ମରାମତି କାମ ନିମ୍ନ ମାନର ହୋଇଥିବା ନେଇ ଗ୍ରାମବାସୀ ଓ ଅଭିଭାବକ ମାନେ ତିବ୍ର ଅସନ୍ତୋଷ ଜାହିର କରିଛନ୍ତି I ଏଭଳି ଏକ ବିଦ୍ୟାଳୟ ରହିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସାଡୀଙ୍ଗିଆ ପଞ୍ଚାୟତ ର ବାନ୍ଦାଦଣି ଗାଁ ରେ I ବଣପାହାଡ ଘେରା ଏହି ବାନ୍ଦାଦଣି ପ୍ରାଥମିକ ବିଦ୍ୟାଳୟ ଟି ଏବେ ଘୋର ଅବ୍ୟବସ୍ଥା ମଧ୍ୟ୍ୟରେ ଗତି କରୁଛି I ଆଦିବାସୀ ବହୁଳ ଅଞ୍ଚଳ ମାନଙ୍କରେ ସ୍ୱତନ୍ତ୍ର ଭାବରେ ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ରାଜ୍ୟ ରାଜ କୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଛାତ୍ରଛାତ୍ରୀ ଙ୍କୁ ଗୁଣାତ୍ମକ ମାନର ଶିକ୍ଷା ଯୋଗାଇଦେବା ସହ ବିଦ୍ୟାଳୟ ମାନଙ୍କ ର ଭିତ୍ତିଭୂମିର ବିକାଶ କରୁଥିବା କହୁଥିବା ବେଳେ ଏହି ବାନ୍ଦାଦଣି ପ୍ରାଥମିକ ବିଦ୍ୟାଳୟ କୁ ଦେଖିଲେ ସରକାରଙ୍କ ଶିକ୍ଷା ବିଭାଗ ର ସଫଳତା ସମ୍ପୂର୍ଣ ବାରି ହୋଇପଡୁଛି I ସୂଚନା ଅନୁସାରେ ଦୀର୍ଘ ଚାଳିଶ ବର୍ଷ ହେବେ ଏହି ବାନ୍ଦାଦଣି ଗାଁରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା I ବିଦ୍ୟାଳୟ ଆରମ୍ଭ ହେବା ସମୟରେ ଗୋଟିଏ ମାତ୍ର କୋଠରୀ ନିର୍ମାଣ କରାଯାଇଥିଲା I ଆଜି ପର୍ଯ୍ୟନ୍ତ ସେହି କୋଠରୀ ରେ ହିଁ ଶିକ୍ଷାଦାନ ଚାଲୁ ରହିଥିବା ବେଳେ ଅନ୍ୟ କୌଣସି କୋଠରୀ ଆଜିପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ ।
ସ୍କୁଲ ରେ ବିଦ୍ୟୁତ୍ ନାହିଁ, ବିଦ୍ୟୁତ୍ ନଥିବାରୁ ପିଲା ମାନେ ଖରା ଦିନ ଆସିଲେ ଗରମ ରୁ ନାହିଁ ନଥିବା ଅସୁବିଧା ହେଉଛନ୍ତି।ସେପଟେ ବର୍ତମାନ ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏ ରହିଥିବା ବେଳେ ଷୋହଳ ଜଣ ଛାତ୍ରଛାତ୍ରୀ ଅଧୟନ ରତ ଅଛନ୍ତି ଓ ଦୁଇଜଣ ଶିକ୍ଷକ ମଧ୍ୟ୍ୟ ରହିଛନ୍ତି I କିନ୍ତୁ ଶ୍ରେଣୀ କୋଠରୀ ଅଭାବରୁ ଗୋଟିଏ କୋଠରୀ ରେ ଚାଲିଛି ପାଞ୍ଚଟି ଶ୍ରେଣୀ ର ଶିକ୍ଷାଦାନ I ଏହି ଶ୍ରେଣୀ ଗୃହ ସମସ୍ୟା କୁ ନେଇ କିଛିଦନ ତଳେ ଅଭିଭାବକ ମାନଙ୍କ ଦାବି କୁ ଆଖିଆଗରେ ରଖି ବିଦ୍ୟାଳୟ ରେ ଥିବା ଶ୍ରେଣୀ କୋଠରିକୁ ୨୦୨୩/୨୪ ଆର୍ଥିକ ବର୍ଷ ରେ ଆମ ଓଡ଼ିଆ ନବୀନ ଓଡିଶା ଯୋଜନା ମାଧ୍ୟମରେ ପାଞ୍ଚ ଲକ୍ଷ୍ୟ ଟଙ୍କା ବ୍ୟୟ ଅଟକଳରେ ମରାମତି କରାଯାଇଥିଲା I କିନ୍ତୁ ଏହି ସାଡୀଙ୍ଗିଆ ପଞ୍ଚାୟତ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ଙ୍କ ଅବହେଳା ପାଇଁ ପ୍ରଥମତଃ ମରାମତି କାମଟି ଅତି ନିମ୍ନ ମାନର ହୋଇଥିବା ଅଭିଭାବକ ମାନେ ଅଭିଯୋଗ କରିଥିବା ବେଳେ ଦ୍ଵିତୀୟ ରେ କାମଟି ବର୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ ହୋଇନଥିବା ଦେଖିବାକୁ ମିଳିଛି I ସେପଟେ ଏହି ବିଦ୍ୟାଳୟ ମରାମତି କାମ ର ବିଲ ସମ୍ପୃକ୍ତ ଯନ୍ତ୍ରୀ ଜଣକ ବର୍ତମାନ ପର୍ଯ୍ୟନ୍ତ ବିଲ କରିନଥିବାରୁ ମରାମତି କାମଟି ଅଧାରେ ଅଟକି ରହିଛି ବୋଲି କହିଛନ୍ତି I ଅନ୍ୟପଟେ ଏହି ଅର୍ଦ୍ଧ ନିର୍ମିତ କାମ ବିଷୟରେ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ ସୁନୀଲ କୁମାର ପାତ୍ର ଙ୍କୁ ପଚାରିବାରୁ ବିଲ ହୋଇନଥିବା କଥାକୁ ସ୍ୱୀକାର କରିବା ସହ ଠିକାଦାର ଙ୍କ ଅବହେଳା ପାଇଁ କାମଟି ସମ୍ପୂର୍ଣ ହୋଇପାରିନାହିଁ ବୋଲି କହିଛନ୍ତି I

ତେବେ ଉଭୟ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ଦୋଷ ଲଦାଲୁଦି ମଧ୍ୟ୍ୟରେ ସ୍କୁଲ ଗୃହ ମରାମତି କାମ ଅର୍ଦ୍ଧ ନିର୍ମିତ ହୋଇ ପଡିରହିଥିବା ବେଳେ ଅସୁବିଧା ଭୋଗୁଛନ୍ତି କୋମଳମତି ଛାତ୍ର ଛାତ୍ରୀ ମାନେ , ବିଦ୍ୟାଳୟ ରେ ବିଦ୍ୟୁତ୍ ନାହିଁ ବିଦ୍ୟୁତ୍ ନଥିବାରୁ ଖରା ଦିନ ଆସିଲେ ଗରମ ହେଉଥିବାରୁ ବହୁତ ଅସୁବିଧା ହେଉଥିବା ଅଭିଭାବକ ମାନେ କହିଛନ୍ତି।ସେପଟେ ବିଦ୍ୟାଳୟ ଚତୁରପାର୍ଶ୍ୱରେ ପାଚେରୀ ନଥିବା ଓ ବିଦ୍ୟାଳୟ ଟି ରାସ୍ତା ପାର୍ଶ୍ୱରେ ଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସବୁବେଳେ ବିପଦ ରହିଛି ଓ ବିଦ୍ୟାଳୟ ପରିସରରେ ପାଣିରେ ସୁବିଧା ପାଇଁ ଏକ ନଳକୂପ ଥିବା ବେଳେ ତାହା ଅଚଳ ହୋଇ ରହିଛି ଯାହାପାଇଁ ବିଦ୍ୟାଳୟଟି ଅନେକ ଅସୁବିଧାରେ ଗତି କରୁଛି Iତେବେ ଏହି ବିଦ୍ୟାଳୟ ରେ ଏକ ନୂତନ ଶ୍ରେଣୀ କୋଠରୀ ନିର୍ମାଣ କରିବା ସହ ବିଦ୍ୟାଳୟ ଶ୍ରେଣୀ କୋଠରୀ ମରାମତି କାମ କୁ ଶୀଘ୍ର ମରାମତି କରିବା ଓ ସ୍କୁଲ ଚତୁର୍ପାଶ୍ୱ ରେ ପାଚେରୀ ନିର୍ମାଣ ଓ ପିଇବା ପାଣିରେ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି I
Discover more from odia.bnslive.in
Subscribe to get the latest posts sent to your email.