୨ କିଲୋମିଟର ଗଲେ ମିଳୁଛି ପିଇବା ପାଣି, ପାନୀୟ ଜଳ ସମସ୍ୟା

Creat A Revolution

କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ମେଟାମାହା ପଦା ଗ୍ରାମ ବାସୀ ଚୂଆ ପାଣି ହିଁ ଭରଷା। ଏହି ଦିଗରେ ପାନୀୟଜଳ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦିର୍ଘ ବର୍ଷ ବର୍ଷ ଧରି ଏଠାକାର ଗୋଟିଏ ସାହିର ଲୋକେ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଖରା ବର୍ଷା ସବୁ ବେଳେ ପାନୀୟଜଳ ପାଇଁ ଅଞ୍ଚଳବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି ।

ଖରା ଦିନେ ନାଳ ଚୁଆ ପାଣି ବ୍ୟବହାର କରୁଥିବା ବେଳେ ବର୍ଷା ଦିନେ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି । ଅନ୍ୟ ପଟେ ଏହି ପାନୀୟଜଳ ଅସୁବିଧା କୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି । ସରକାର ପାନୀୟଜଳ ସୁବିଧା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରନ୍ତି ସତ କିନ୍ତୁ କେତେକ ସ୍ଥାନରେ ଆଜି ଚୂଆ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ମେଟାମାହା ପଦା ସାହି ରେ ଦିର୍ଘ ବର୍ଷରୁ ୧୦ ଟି ପରିବାର ବାସ କରୁଛନ୍ତି । ପାନୀୟଜଳ ଅଭାବରୁ ଚୁଆ ପାଣି ସଂଗ୍ରହ କରିବାକୁ ୨ କିଲୋମିଟ ଯିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି ସାହି ବାସିନ୍ଦା । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ମେଟାମାହା ପଦା ସାହିରେ ନଳକୂପ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ନର୍ମଦା ପୂଜାରୀ, ସାବିତ୍ରୀ ପାତ୍ର, ଚନ୍ଦ୍ରାବତୀ ପୂଜାରୀ, ସାଇବାନୀ ପୂଜାରୀ, ସୁନାଫୁଲ ବେହେରା, ସୁଲୋଚନା ନାୟକ ଗଣେଶ ନାୟକ, ପ୍ରଫୁଲ୍ଲ ବେହେରା ସମେତ ମେଟାମାହା ପଦା ସାହି ବାସିନ୍ଦା ଦାବି କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!