କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଦାରିଙ୍ଗବାଡି ପଞ୍ଚାୟତ ରେ ବାର୍ଦ୍ଧକ୍ୟ ଭତ୍ତା ହରିଲୁଟ ହେଉଥିବା ଅଭିଯୋଗ ହୋଇଛି I ସୁ ଶ୍ରୀ ଚନ୍ଦ୍ରିକା ମଲ୍ଲିକ ଙ୍କ ନାମରେ ଦୁର୍ନୀତିର ଚରମ ସୀମା ଡେଇଁ ଥିବାରୁ ୱାର୍ଡ ସଭ୍ୟ ସଭ୍ୟା ଉପ ଜିଲ୍ଲପାଳଙ୍କୁ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଦିଆଯାଇଥିଲେ ସୁଧା ପ୍ରଶାସନ ଆଜିପର୍ଯ୍ୟନ୍ତ କୌଣସି ପ୍ରକାର ପଦକ୍ଷେପ ନେଇନାହିଁ ସେହି ପରିପ୍ରେକ୍ଷୀରେ ପୁଣିଥରେ ଦୁର୍ନୀତିର ଫର୍ଦ୍ଧା ପାସ୍ ହୋଇଛି I

ଏହା ଏକ ଲଜ୍ୟାସ୍ପଦ ବିଷୟ ଆମ ନଜରକୁ ଆସିଛି ସରପଞ୍ଚ ମରିଯାଇଥିବା ଲୋକମାନଙ୍କର ମଧୁବାବୁ ପେନ୍ସନ୍ ଟଙ୍କା ହଡ଼ପ୍ କରୁଛନ୍ତି ଏଭଳି ସରପଞ୍ଚ ପଞ୍ଚାୟତ ଅଧିକାରୀ ହେବା ସଭା ପାଉନି ଦାରିଙ୍ଗବାଡି ଞ୍ଚାୟତର ମୃତ ବ୍ୟକ୍ତି ମାନଙ୍କର ଭତ୍ତା ଖାତା ମୃତକ ପରିବାର ଲୋକେ ଖାତା ଫେରସ୍ତ କରିଥିବା ବେଳେ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକ ନିଜ ଘରେରଖି ପ୍ରତିମାସ ଭତ୍ତା ବଣ୍ଟନ ଦିନ ସେହି ଖାତା ଗୁଡ଼ିକ ନେଇ ପିଓ ଦୁଶାସନ ବେହେରା ଙ୍କଠାରୁ ଭତ୍ତା ଟଙ୍କା ମାଗି ନେଉଥିବା ଜଣାପଡିଛି ଏନେଇ ଆଠ ଗୋଟି ୱାର୍ଡର ସଭ୍ୟ ସଭ୍ୟା ଅଭିଯୋଗ କରିଛନ୍ତି ଅଭିଯୋଗ ପରେ କଳିଙ୍ଗ ୨୪ନିୟୁଜ୍ ର ବ୍ଲକ୍ ପ୍ରତିନିଧି କିଛି ୱାର୍ଡରେ ଯାଇ ମୃତ ପରିବାର ଲୋକଙ୍କୁ ଭେଟି ପଚରା ଉଚୁରା କରି ବୁଝିଥିବା ବେଳେ ପରିବାର ଲୋକେ ଭତ୍ତା ଖାତା ସରପଞ୍ଚଙ୍କୁ ଫେରସ୍ତ କରିଥିବା କହିଥିଲେ

ଯେଉଁ ଭିଡ଼ିଓ ଭାଇରାଲ ହେଉଛି ସେଥିରେ ଭିଡିଓ ରେକର୍ଡ ଫୁଟେଜ୍ ରୁଜଣା ପଡ଼ିଛି ସରପଞ୍ଚ ନିଜେ ଗ୍ରାମ ସେବକ ଦୁଶାସନ ବେହେରାଙ୍କୁ ଖାତା ଗୁଡ଼ିକ ନେଇକି ଦେଲେ ସେ ମୃତ ବ୍ୟକ୍ତିଙ୍କ ଟଙ୍କା କାହିଁକି ଦେଉଥିଲେ ଏହାର ତଦନ୍ତରେ ଜଣା ପଡ଼ିଛି ସେହି ଖାତା ଗୁଡ଼ିକ ଅଣ ଲେଖାରେ ଖାତା ଗୁଡ଼ିକ ଭିତରେ ଟଙ୍କା ରଖି ସରପଞ୍ଚଙ୍କୁ ଦେଉଥିବା ଦେଖିବାକୁ ମିଳିଛି ସେହି ବିଷୟରେ ସରପଞ୍ଚ ଏବଂଗ୍ରାମସେବକ ଦୁଇଜଣ ସମ୍ପୃକ୍ତ ଅଛନ୍ତି ବୋଲି ଜଣାପଡିଛି ଏବିଷୟ ନେଇ ସରପଞ୍ଚ ଙ୍କୁ ପଚାରିବାରୁ ସରପଞ୍ଚ ଜଣକ ମୁ ଜାଣିନାହିଁ ବୋଲି କହିଛନ୍ତି ଏଣୁ ଏହି ଦୁର୍ନୀତି ପଛର ସଠିକ୍ ତଦନ୍ତ କରି ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବିକରାଯାଉଛି
