ମଝିଆଁ ଭାଇର ଛୁରା ମାଡ଼ରେ ବଡଭାଇର ମୃତ୍ୟୁ ଘଟଣା,ଦଶ ଦିନ ପରେ ହତ୍ୟା କାରି ଭାଇକୁ ଗିରଫ କଲା ପୋଲିସ

Creat A Revolution


ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -: ବହୁ ଚର୍ଚିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସୁମେର ବନ୍ଧ ପଞ୍ଚାୟତ ଅଧୀନରେ ଥିବା ଲଦାପଦର ଗାଁ ର ମୁରୁଡ଼ ସାହିରେ ମଝିଆଁ ଭାଇର ଛୁରା ମାଡ଼ରେ ବଡ଼ ଭାଇର ମୃତ୍ୟୁ ହେବା ଓ ସାନ ଭାଇ ଗୁରୁତର ଆହତ ହେବା ଘଟଣାରେ ହତ୍ୟା କାରି ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୋଲିସ I ତେବେ ଦଶ ଦିନ ପରେ ପୋଲିସ ର ଗିରଫ ଦାରି ଭୟରେ ଅଭିଯୁକ୍ତ ହତ୍ୟାକାରୀ ଜଣକ ଫେରାର ହୋଇଯାଇଥିବା ବେଳେ ଶେଷରେ ଏକ ବିଶେଷ ସୂତ୍ରରୁ ରୁ ଅଭିଯୁକ୍ତ ଜଣକ ସାଡୀଙ୍ଗିଆ ବଜାର ବୁଲୁଥିବା ସମୟରେ ଫିରିଙ୍ଗିଆ ପୋଲିସ ତାକୁ ଗିରଫ କରିଥିବା ଜଣାପIଛି I

ସୂଚନା ଅନୁସାରେ ଏହି ମୁରଡ଼ସାହି ଗାଁର କୃଷ୍ଣ କହଁର, ମଝିଆଁ ଭାଇ ରାମ କହଁର ଓ ସାନ ଭାଇ ଲକ୍ଷ୍ମଣ କହଁର ଙ୍କ ମଧ୍ୟରେ କୌଣସି କଥାକୁ ନେଇ ବାଚଶା ହୋଇଥିଲା I ଏଥିରେ ଉତକ୍ଷିପ୍ତ ହୋଇ ମଝିଆ ଭାଇ ଏକ ଧାରୁଆ ଛୁରୀରେ ମଝିଆ ଭାଇ ରାମ କହଁର ବଡ଼ ଭାଇ କୃଷ୍ଣ କହଁର ଓ ସାନ ଭାଇ ଲକ୍ଷ୍ମଣ କହଁର ଙ୍କୁ ଆକ୍ରମଣ କରିଥିଲା I ତେବେ ମଝିଆ ଭାଇର ଛୁରା ମାଡ଼ରେ ବଡ ଭାଇ କୃଷ୍ଣ କହଁର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାନ ଭାଇ ଲକ୍ଷ୍ମଣ କର ଗୁରୁତର ଆହତ ହୋଇ ମେଡିକାଲ ରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି I ଅନ୍ୟପଟେ ଘଟଣା ବିଷୟ ରେ ଖବର ପାଇ ଫିରିଙ୍ଗିଆ ପୋଲିସ ଘଟଣା ସ୍ଥଳରେ ପହଂଚି ଶବ କୁ ଜବତ କରିବା ସହ ଥାନାରେ ୪୧/୨୦୨୫ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ହତ୍ୟା କାରି ଭାଇ ରାମ କହଁର ଫେରାର ହୋଉଯାଇଥିଲା I

ତେବେ ଡେରିରେ ହେଲେବି ଶେଷରେ ହତ୍ୟା କାରି ଭାଇ କୁ ପୋଲିସ ଗିରଫ କାରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ଗୋପୀନାଥ ପ୍ରଧାନ I ସୂଚନା ହୋଗ୍ୟଯେ ହତ୍ୟାକାରି ରାମ କହଁର ମାଓ ସଙ୍ଘଠନ ର ଜଣେ ସକ୍ରିୟ ସଦସ୍ୟ ଭାବରେ ଆଗରୁ କାମ କରୁଥିବା ବେଳେ ସେ ଜଣେ ହାର୍ଡଖୋର ମାଓବାଦୀ ଭାବରେ ଗତ ୨୦୨୨ ମସିହାରେ ତତ୍କାଳୀନ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଙ୍କ ପାଖରେ ଆତ୍ମ ସମର୍ପଣ କରିଥିଲା ଓ ସେ ମାଓ ସଂଗଠନ ରେ ରହି ଅନେକ ଅପରାଧିକ କାର୍ଯ୍ୟକଳାପ ରେ ସାମିଲ ଥିବା ମଧ୍ୟ୍ୟ ଜଣାପଡିଥିଲା I ସେହି ଦିନଠାରୁ ସେ ଜିଲ୍ଲାପୋଲିସ ମୁଖ୍ୟାଳୟ ର ବେରେକ ରେ ରହି ଆସୁଥିଲା I ଗତ କିଛି ମାସ ହେଲା ସେ ନିଜ ଗାଁକୁ ଫେରିଥିଲା I ନିଜ ଭାଇଙ୍କୁ ହତ୍ୟା କରିସାରିଲା ପରେ ମଧ୍ୟ୍ୟ ଅଂଚଳର କିଛି ଲୋକଙ୍କୁ ଜୀବନ ରୁ ମାରିଦେବା ପାଇଁ ଧମକ ଦେଇଆସୁଥିଲା I ଯାହାପାଇଁ ଏହି ହତ୍ୟା କାରି ଙ୍କୁ ଧରିବାରେ ପୋଲିସପାଇଁ ଏକବଡ଼ ଚ୍ୟାଲେଞ୍ଚ ସୃଷ୍ଟି ହୋଇଥିଲା I ଅଭିଯୁକ୍ତ ଗିରଫ ହେବା ପରେ ଅଞ୍ଚଳବାସୀ ମଧ୍ୟ୍ୟ ଅଶ୍ୱସ୍ଥି ଲାଭ କରିଛନ୍ତି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!