ଫିରିଙ୍ଗିଆ(ସୁବ୍ରତ କୁମାର ମହାନ୍ତି ) -:

ତେବେ ବର୍ଷବର୍ଷ ଧରି ଏହି ଫିରିଙ୍ଗିଆ ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ ନିର୍ମାଣ ପାଇଁ ଦାବି ହୋଇଆସୁଥିଲା I ତେବେ କଥା ଦେଇ କଥା ରଖିଛନ୍ତି ରାଜ୍ୟ ସରକାର I ଶେଷରେ ଅଞ୍ଚଳ ବାସି ଙ୍କ ଦାବି ଏବେ ପୂରଣ ହୋଇଛି I କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ହିନ୍ଦୁସ୍ତାନ ପେଟ୍ରୋଲିୟମ ର ଏକ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି I ପେଟ୍ରୋଲ ପମ୍ପ ର ମଳିକ ତଥା ଫିରିଙ୍ଗିଆ ଅଂଚଳର ଜଣାଶୁଣା ସମାଜ ଶେବି ରତଙ୍ଗ ଗାଁ ର ପ୍ରଶାନ୍ତ କୁମାର ନାଏକ ଙ୍କ ନିମନ୍ତ୍ରଣ ରାକ୍ଷକରି ଏହି ପେଟ୍ରୋଲ ପମ୍ପ ର ଉଦଘାଟନି ଉତ୍ସବରେ ଫିରିଙ୍ଗିଆ

ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦ୍ଘାତନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟ୍ୟରେ ଫିରିଙ୍ଗିଆର ପୂର୍ବତନ ସରପଞ୍ଚ ବିଶ୍ୱରଞ୍ଜନ କହଁର, ବ୍ଲକ ବିଜେଡି ସଭାପତି ରଜନୀକାନ୍ତ ମଳିକ, ରତଙ୍ଗ ସରପଞ୍ଚ ପାର୍ବତୀ ମଳିକ, ବରିଷ୍ଠ ଶିକ୍ଷାବିତ ତ୍ରିନାଥ କହଁର, ସମାଜ ଶେବି ସଞ୍ଜୟ କୁମାର ଦିଗାଲ, ଜିଲ୍ଲାପରିଷଦ ସଭ୍ୟ ନୀଳଗିରି ଦିଗାଲ,ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ,ଶାନ୍ତି ସଦଭାବନା ସମିତି ସଭାପତି ପାଉଲ ଦିଗାଲ, ଯୁବ ସମାଜ ଶେବି ପ୍ରଦୀପ କୁମାର ସାହୁ ଙ୍କ ସହ ଅଂଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I ଅନ୍ୟପଟେ ପେଟ୍ରୋଲ ପମ୍ପ ଖୋଲିବା ଦ୍ୱାରା ଅଂଚଳବାସୀ ଙ୍କ ମଧ୍ୟ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ବେଳେ ରାଜ୍ୟସରକାର ଙ୍କ ସହ ପମ୍ପ ମାଲିକ ପ୍ରଶାନ୍ତ ନାଏକ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି I
