ବିଦ୍ୟୁତ୍ ଆଲୁଅ ରୁ ବଞ୍ଚିତ ବାଡାଯୋଡି ଅଞ୍ଚଳ ବାସୀ, ଅନ୍ଧକାରରେ ରହୁଛନ୍ତି ଅନେକ ଗାଁ

Creat A Revolution
           

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -:

ବିଦ୍ୟୁତ ଆଲୁଅରୁ ବଞ୍ଚିସ୍ବାଦିନତା ବହୁତ ବର୍ଷ ବିତିଯାଇଥିଲେ ସୁଧା ଆଜିବି ଅନ୍ଧକାର ଭିତରେ ରହି ଆସୁଛନ୍ତି ଅପହଞ୍ଚ ଇଲାକାର ଜନସାଧାରଣ । ବିଦ୍ୟୁତ ଆଲୁଅ ଦେଖିବା ଏକ ଅଞ୍ଚଳ ବାସୀ ଙ୍କ ପାଇଁଁ ସପ୍ନ । ଡିବିରି ଆଲୁଅ ରେ ବିତୁଛି ଦିନ ଗୋଟିଏ ଦିନ ନୁହେଁ ମାସ ମାସ ବର୍ଷ ବର୍ଷ । କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ମାଳ ମାଳ ଯୋଜନା ପ୍ରସ୍ତୁତ କରି ଅଞ୍ଚଳ ବିକାଶ ପାଇଁ ଯୋଜନା ପରେ ଯୋଜନା ପ୍ରସ୍ତୁତ କରି ଅଞ୍ଚଳ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରନ୍ତି ସତ କିନ୍ତୁ ଆଜିବି ବିଦ୍ୟୁତ ଆଲୁଅ ରୁ ବଞ୍ଚିତ ।

ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପରସାହି ପଞ୍ଚାୟତ ଅନ୍ତର୍ଗତ ବାଢାଯୋଡି ରେ ୨୦ ଉର୍ଦ୍ଧ ଘର ରହିଥିବା ବେଳେ ମାଦାପାଙ୍ଗା ୭ ରୁ ଉର୍ଦ୍ଧ ପରିବାର ଆଜି ପର୍ଯ୍ୟନ୍ତ ଅଞ୍ଚଳ ବାସୀ ବିଦ୍ୟୁତ ଆଲୁଅ ରୁ ବଞ୍ଚିତ ରହି ଆସୁଥିବା ବେଳେ ବାରମ୍ବାର ବିଦ୍ୟୁତ ଆଲୁଅ ସଂଯୋଗ ପାଇଁ ଦାବି କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସ୍ଥାନୀୟ ଗ୍ରାମବାସୀ ସମେତ ସ୍ଥାନୀୟ ସରପଞ୍ଚ ରଶ୍ମିତା କହଁର ଅଭିଯୋଗ କରିଛନ୍ତି । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଏହି ଭଳି ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳ ର ନିରିହ ଜନସାଧାରଣ ବିଦ୍ୟୁତ ସଂଯୋଗ ହୋଇ ନଥିବା ଯୋଗୁ ଅନ୍ଧକାର ରାତିରେ ଛାତ୍ର ଛାତ୍ରୀ ପାଠ ପଢିବା ପାଇଁ କେଣ୍ଡେଲ କିମ୍ବା ଡିବିରି ଆଲୁଅ ହିଁ ସାହା ଭରଷା । ଅନ୍ୟ ପଟେ ଏହି ଭଳି ଭୂଙ୍ଗିଯୋଡି ପଞ୍ଚାୟତ ଗାଜୁରିଘାଟି ଗାଁ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଅବସ୍ଥିତ ଜଙ୍ଗଲ ଘେରା ଗାଁ କୁଜିକେତା ସାହି ଏଠି ୪ ପରିବାର ରହି ଆସୁଛନ୍ତି ହାରାହାରି ଜନସଂଖ୍ୟା ୨୫ ରୁ ଉର୍ଦ୍ଧ ପରିବାର ପାଇଁ ଭରଷା ଡିବିରି ଆଲୁଅ ହିଁ ଏକମାତ୍ର ଭରଷା ।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପାଇ ପାରିବେ ବିଦ୍ୟୁତ ଆଲୁଅ,ଶୁଣି ପାରିବେ ପ୍ରଶାସନ ତାହା ଦେଖିବାକୁ ବାକି ରହିଛି । ଏଠାକାର ଛୋଟ ଛୋଟ କୋମଳ ଶିଶୁ ମାନଙ୍କ ପାଇଁ ପାଠ ପଢିବା କଷ୍ଟ କର ଥିବା ବେଳେ ରାତ୍ରି ସନ୍ଧ୍ୟା ସମୟରେ ଘର ବାହାର କୁ ଆସିବା ପାଇଁ ଏଠାକାର ଲୋକ ଭୟରେ ଯିବନ ଜାପାନ ନିର୍ଭର କରନ୍ତି । ଏଠାକାର ଜନସାଧାରଣ ବାରମ୍ବାର ବିଦ୍ୟୁତ ଆଲୁଅ ପାଇଁ ଦାବିପତ୍ର ଦେଇଛନ୍ତି ସତ କିନ୍ତୁ ଫଳ ହିଁ ନାହିଁ । ଯୋଜନା ମାଳ ମାଳ କାହା ପାଇଁ ନିରିହ ଜନସାଧାରଣ ଙ୍କ ପାଇଁ । ଆଜିର ଦିନରେ ଗାଁ ଗାଁ ରେ ଘରେ ଘରେ ବିଦ୍ୟୁତ ଆଲୁଅ ରହିଛି କିନ୍ତୁ ଭୂଙ୍ଗିଯୋଡି ଠାରୁ ୧୦ କିଲୋମିଟର ଦୂର ରେ ଅବସ୍ଥିତ ଏହି ଜଙ୍ଗଲ ଭରା ପାହାଡ଼ ବଣ ପାହାଡ ଘେରା ଦୁର୍ଗମ ପାହାଡିଆ ଛୋଟ ଗାଁ ଟିଏ ଅତି ସୁନ୍ଦର ଘେରା ରେ ଏହି ଗାଁ ଟି ରହିଛି କିନ୍ତୁ ସ୍ବପ୍ନ ବାକି ରହିଛି ବିଦ୍ୟୁତ ଆଲୁଅ ଅପେକ୍ଷା ରେ ଚାହିଁ ବସିଛନ୍ତି ଅଞ୍ଚଳ ର ନିରିହ ଗରିବ ପରିବା ର ତେଣୁ ଏଠିକାର ଅଞ୍ଚଳ ବାସୀ ଗୋପିନାଥ କହଁର,କିଙ୍ଗା କହଁର,ଲସିବନ କହଁର,ନନ୍ଦି କହଁର, ବିଦ୍ୟୁତ ଆଲୁଅ ଯୋଗାଇ ଦେବା ପାଇଁ ସରକାର ଙ୍କୁ ନିବେଦନ ସହ ଅନୁରୋଧ କରିଛନ୍ତି ପଞ୍ଚାୟତ ବାସୀ ।

କିନ୍ତୁ ଅଞ୍ଚଳ ସମସ୍ୟା ପାଇଁ ବାଢାଯୋଡି ଗାଁ ର ଜନସାଧାରଣ ବାରମ୍ବାର ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ଅଧିକାରୀ ଙ୍କୁ ଦାବି କରିଥିଲେ ମଧ୍ୟ କୈାଣସି କତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଞ୍ଚଳ ନିରିହ ଜନସାଧାରଣ ଅଭିଯୋଗ କରିଛନ୍ତି । ଏ ବିଷୟରେ କନିଷ୍ଠ ଯନ୍ତ୍ରୀ ଜୟଦେବ ସାହୁ ଙ୍କୁ ପଚାରିବାରୁ ମୋ ପାଖରେ ସଠିକ୍ ଖବର ନାହିଁ । ଉଚିତ୍ ତଦନ୍ତ କରି ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ। ବାକି ରହିଛି କେତେ ବର୍ଷ ପରେ ବାଢାଯୋଡି, ମାଦାପାଙ୍ଗା,କୁଜିକେତା ବାସୀ ବିଦ୍ୟୁତ ଆଲୁଅ ପାଇ ପାରିବେ ତାହା ଦେଖିବାକୁ ବାକି ରହିଛି । ତେଣୁ ପ୍ରଶାସନ ଅପହଞ୍ଚ ଇଲାକା ରେ ରହି ଆସୁଥିବା ଅଞ୍ଚଳ ବାସୀ ଙ୍କ ପାଇଁ ବିଦ୍ୟୁତ ଆଲୁଅ ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ୱାଡମେମ୍ବର ଗବ୍ରି ଦିଗାଲ, କାଳିଦାସ କହଁର,ଦଶନାମ କହଁର, ରଘୁନାଥ କହଁର, ଚକ୍ରଧର କହଁର, ତ୍ରିଲୋଚନ କହଁର, ତୁମ୍ବେଶ୍ଵର କହଁର,ଲବ କହଁର,କୁଶ କହଁର, ମାଳତୀ କହଁର ଦାବୀ କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading