ରେଡିଓ ସ୍ୱାତୀ ଦ୍ୱାରା ମେଧା ସମ୍ମାନ ପ୍ରଦାନ

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଫୁଲବାଣୀ ସ୍ଥିତ କାର୍ଯ୍ୟାଳୟ ରେ ରେଡିଓ ସ୍ୱାତୀ ତରଫରୁ ୨୦୨୫ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ଶ୍ରେଣୀ ରେ କନ୍ଧମାଳ ଜିଲ୍ଲା ପାଇଁ ଗୈାରବ ଆଣିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଧା ସମ୍ମାନରେ ସମ୍ମାନିତ କରିଅଛି । ଏହି କାର୍ଯ୍ୟକ୍ରମରେ ଏ+ ରେ ସର୍ବାଧିକ ନମ୍ବର ରଖି ଜିଲ୍ଲାରେ ପ୍ରଥମ ଓ ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଅନ୍ୱେଷା ସାହୁ, ବିକାଶ ରଞ୍ଜନ କର, ସାଇଶ୍ରୀୟା ସାହୁ ଓ ତପୋବନ ଉଚ୍ଚ ବିଦ୍ୟାଳୟ, ଚାଚେଂଡି ର ଦିପ୍ତିମୟି ବିଶୋଇ ଙ୍କ ସହିତ ସେମାନଙ୍କ ଅଭିଭାବକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ର ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ଛାତ୍ର ଛାତ୍ରୀ ମାନଙ୍କର ସଫଳତା ରେ ଶିକ୍ଷକଙ୍କ ପ୍ରଚେଷ୍ଟା ସହ ଅଭିଭାବକ ମାନଙ୍କ ଦାଇତ୍ୱ ଓ ଭୁମିକା କୁ ଗୁରୁତ୍ୱ ଦେଇଥିବା ବେଳେ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଲିଗୁଡା ର ପ୍ରଧାନ ଆଚାର୍ଯ୍ୟ ଶିଶିର କୁମାର ମହାପାତ୍ର ଛାତ୍ର ଛାତ୍ରୀ ମାନେ ନିଜ ନିଜର ମନ ବଳକୁ ସ୍ଥିର ଓ ଦୃଢ କରି ଶିକ୍ଷା ସାଧନ ର ପ୍ରଚେଷ୍ଠା କୁ ବଳବତର ରଖିବା ସହିତ ଭବିଷ୍ୟତ କର୍ମକ୍ଷେତ୍ରରେ ଆଦର୍ଶବାନ, ନିଷ୍ଠାପର ଓ କର୍ତବ୍ୟପରାୟଣ ହେବାର ପରାମର୍ଶ ଦେଇଥିଲେ । ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ବ୍ରଜ ନନ୍ଦ ତାଙ୍କର ବକ୍ତବ୍ୟ ରେ କୃତି ଛାତ୍ର ଛାତ୍ରୀ ଙ୍କ ପ୍ରାପ୍ତ ଗ୍ରେଡ ଓ ଲକ୍ଷ ସାଧନ କୁ ଗରୁତ୍ୱ ଦେବା ସହିତ କିଭଳି ଜଣେ ଜଣେ ସୁନାଗରିକ ହୋଇ ରାଷ୍ଟ୍ରର ବିକାଶ ପଥରେ ଅଗ୍ରଦୁତ ହୋଇ କାର୍ଯ୍ୟକରିବେ ସେଥିପାଇଁ ଆହ୍ୱାନ ଦେଇଥିଲେ । ଫୁଲବାଣୀ ସ୍ୱୟଂସାଶିତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପ୍ରଧାନ କୃତି ପିଲାମାନଙ୍କୁ ନିଜ ନିଜ ଭିତରେ ଥିବା ଦକ୍ଷତା କୁ ଅନ୍ୟମାନଙ୍କ ମଧ୍ୟରେ ଜାଗ୍ରତ କରାଇ ଏକ ପ୍ରେରଣା ଉତ୍ସ ସାଜିବା ସହିତ ନିଜର ଲକ୍ଷ୍ୟ ମାର୍ଗରୁ ବିଚୁ୍ୟତ ନହୋଇ ନିରନ୍ତର ଚେଷ୍ଟା ରଖିବା ପାଇଁ ଉପଦେଶ ପ୍ରଦାନ କରିଥିଲେ । ବରିଷ୍ଠ ଆଇନଜିବୀ ବିଜୟ କୃଷ୍ଣ ପଟ୍ଟନାୟକ ନିଜ ନିଜ ଭିତରେ ଥିବା ପ୍ରତିଭାକୁ ବଜାୟ ରଖିବା ସହିତ ଗବେଷଣାତ୍ମକ କ୍ଷେତ୍ର ରେ ବିନିଯୋଗକରି ରାଷ୍ଟ୍ରବିକାଶ ରେ କିଛି ନୂତନତ୍ୱ ସୃଷ୍ଟିକରିବା ପାଇଁ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ସ୍ୱାତୀ ଅନୁଷ୍ଠାନ ର ସଂପାଦକ ଇଂ ହରିଶଙ୍କର ରାଉତ ପିଲାମାନଙ୍କୁ ସ୍ୱାଭିମାନୀ ଓ ନିର୍ଭିକ ହୋଇ ନିଜର ଭବିଷ୍ୟତ ଗଢିତୋଳିବା ରେ ନିୟୋଜିତ ରଖିବାର ଦିଗଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନିପିଡୀତର ବରିଷ୍ଠ କର୍ମୀ ପ୍ରମୋଦ ନାୟକ ଓ ସ୍ୱାତୀ ଅନୁଷ୍ଠାନ ର କର୍ମକର୍ତା ମାନେ ଯୋଗଦେଇ କୃତି ଛାତ୍ର ଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନଙ୍କୁ ଉପଢୈାକନ ଓ ସମ୍ମାନ ଫଳକ ଦେଇ ମେଧା ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ସ୍ୱାତୀ ର ବରିଷ୍ଠ କର୍ମୀ ପ୍ରଦୀପ କୁମାର ସ୍ୱାଇଁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ମାନସ ପ୍ରଧାନ, ବିପ୍ରଚରଣ ସାହୁ, ସ୍ୱାଗତିକା ମାଝି, ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଏଥିରେ ସହଯୋଗକରିଥିଲେ । ପରିଶେଷରେ ଶାନ୍ତନୁ କୁମାର ମିଶ୍ର କୃତି ଛାତ୍ର ଛାତ୍ରୀ ଙ୍କ ଉଜ୍ୱଳ ଭବିଷ୍ୟତ କାମନା ସହିତ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମ ର ପରିସମାପ୍ତି କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading