Creat A Revolution
କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଫୁଲବାଣୀ ବ୍ଲକ ଗୁମାଗଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାଡ଼ିସୁଗା ହରିଜନ ସାହି ଗ୍ରାମରେ ଟ୍ରାନ୍ସଫରମର ୧୫ଦିନ ହେଲା ପୋଡ଼ି ଯାଇଛି। ଫଳରେ ଗ୍ରାମବାସୀ ବିଦ୍ୟୁତ ସେବାରୁ ବଞ୍ଚିତ ରହିଛନ୍ତି।ବାଡ଼ିସୁଗା ହରିଜନ ସାହି ଗ୍ରାମବାସୀ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟକୁ ଯାଇ ବାରମ୍ବାର କନିଷ୍ଠ ଯନ୍ତ୍ରୀ ଏବଂ ଏସଡ଼ିଓ ଙ୍କୁ ଅବଗତ କରିଥିଲେ ସୁଦ୍ଧା ନୂତନ ଟ୍ରାନ୍ସଫରମର ବସାଉ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଆମେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ଏସଡ଼ିଓ ଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କେହି ମଧ୍ୟ ଫୋନ ଉଠେଇ ନଥିଲେ।
