ବାଲିଅନ୍ତା ଘଟଣାକୁ ନେଇ ମୁହଁ ଖୋଲିଲେ ପୀଡିତା
ସେହି ସମୟର ଭୟଙ୍କର କାହାଣୀ
ମୁଁ ଓ ମୋ ସାଙ୍ଗ ମାଉସୀ ଘର ଯାଉଥିଲୁ
ବାଲିଅନ୍ତା ଘଟଣାକୁ ନେଇ ମୁହଁ ଖୋଲିଲେ ପୀଡିତା, କହିଲେ- ସେହି ସମୟର ଭୟଙ୍କର କାହାଣୀ। କଣ ହୋଇଥିଲା କେମିତି ହୋଇଥିଲା ଏବଂ ପ୍ରଥମେ କିଏ ଆଟାକ୍ କରିଥିଲେ। ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ମାମଲା । ବାଲିଅନ୍ତା ଥାନା ରାମଚନ୍ଦ୍ରପୁର ବ୍ରିଜ୍ ଉପରେ ଯୁବକଙ୍କୁ ପିଟି ପିଟି ହତ୍ୟା । ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଭାଇରାଲ ଭିଡିଓକୁ ଆଧାର କରି ପୋଲିସ ଏକାଧିକ ବ୍ୟକ୍ତିଙ୍କୁ ଉଠାଇ ଆଣି ଜେରା କରୁଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯାଇପାରେ । ଏହି ଘଟଣାରେ ବର୍ତ୍ତମାନ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି।

ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣାରେ ମୁହଁ ଖୋଲିଲେ ଅଭିଯୋଗକାରିଣୀ ଯୁବତୀ। ସେ କହିଛନ୍ତି- ମୁ ଓ ମୋ ସାଙ୍ଗ ମାଉସୀ ଘର ଯାଉଥିଲୁ ବିପରୀତ ରାସ୍ତାରୁ ଅର୍ଥାତ ଭୁବନେଶ୍ୱର ଆଡ଼କୁ ଆସୁଥିଲେ। ଆଗରୁ ମୁଁ ସେମାନଙ୍କୁ କେବେ କେଉଁଠି ଦେଖିନଥିଲି।ସେମାନେ ପ୍ରଥମେ ଆମକୁ ଦେଖି ଚିଲାଇଲେ। ଆମେ ପଛକୁ ଚାହିଁବାରୁ ପୁଣି ବାଇକ୍ ଆଣି ଆମ ସ୍କୁଟିକୁ ବାଡେଇଲେ। ଆମେ ଦୁହେଁ ପଡିଗଲୁ। ସେହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ମୋ ବେକକୁ ଚିପିଦେଲା। ଡ୍ରେସ ଚିରିଦେଲା। ମୁଁ ଓ ମୋ ସାଙ୍ଗ ଚିତ୍କାର କଲୁ। ମୋ ସାଙ୍ଗକୁ ବହୁତ ଜୋରରେ ଯୁବକ ଜଣଙ୍କ ପିଟୁଥିଲେ। ମୋ ସାଙ୍ଗ ବେହୋସ୍ ହୋଇଗଲା ଘଟଣା ସ୍ଥଳରେ। ତା’ ପରେ ସ୍ଥାନୀୟ ଲୋକ ଆମକୁ ରକ୍ଷା ପାଇଁ ଚାଲି ଆସିଲେ। ଆମକୁ ସେଠାରୁ ଉଦ୍ଧାର କରିଥିଲେ।
ସେ ଆହୁରି କହିଛନ୍ତି-ମୋତେ ଓ ମୋ ସାଙ୍ଗକୁ ୨ ଯୁବକ ଅସଦାଚରଣ କରିଥିଲେ। ସ୍ଥାନୀୟ ଲୋକେ ଆସିଲେ ବୋଲି ମୁଁ ଆଜି ବଞ୍ଚିଛି ବୋଲି ଯୁବତୀଜଣକ କହିଛନ୍ତି। ତେଣୁ ପୋଲିସ ଘଟଣା ସ୍ଥଳରେ ଥିଲା, ସ୍ଥାନୀୟ ଲୋକେ ହତ୍ୟା କରିନାହାନ୍ତି ବୋଲି ଯୁବତୀ ଜଣକ କହିଛନ୍ତି। ଏହାସହ ଗିରଫ ଗ୍ରାମବାସୀଙ୍କୁ ଛାଡିଦେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି।ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ସହିତ କଥା ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ସହିତ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଗୁରୁବାର ବାଲିଅନ୍ତା ଅଞ୍ଚଳରେ ଦୁର୍ଘଟଣାକୁ କେନ୍ଦ୍ର କରି ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଅମାନୁଷିକ ଭାବେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କ ହାତ ଗୋଡ଼କୁ ବାନ୍ଧି ପିଟି ପିଟି ହତ୍ୟା କରାଯାଇଛି। ଅନ୍ୟ ଜଣେ ଯୁବକ ଏହି ଘଟଣାରେ ଗୁରୁତର ହୋଇଛନ୍ତି। ଏହି ଘଟଣା ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର କାଜ ନିକଟରେ ଘଟଥିଲା। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ସୁଦ୍ଧା ଯୁବକଙ୍କୁ ଉଦ୍ଧାର କରିପାରିନଥିଲା। ଶେଷରେ ଯୁବକ ଜଣଙ୍କ ଆଖି ବୁଜିଥିଲେ। ଏଘଟଣା ବର୍ତ୍ତମାନ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
Discover more from odia.bnslive.in
Subscribe to get the latest posts sent to your email.
