ବାଲିଆପାଳ ପୋଲିସକୁ ବଡ ସଫଳତା, ଗିରଫ ହେଲେ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

Creat A Revolution
           


ବାଲିଆପାଳ( ଜ୍ୟୋତିରାଦିତ୍ୟ ମହାନ୍ତି ) -: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖପରାପଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଦିନ ଦ୍ୱିପହରରେ ବନ୍ଧୁକ ଏବଂ ମାରଣାସ୍ତ୍ର ଦେଖାଇ ଡକାୟତି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା ମିଳିଛି । ଡକାୟତି ଘଟଣାରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରୁ ଗିରଫ କରିଛି ପୋଲିସର ସ୍ୱତନ୍ତ୍ର ଟିମ୍‌,ଗତ ସେପ୍େଟମ୍ବର ୮ ତାରିଖରେ ୬ ଜଣ ଦୁବୃର୍ତ୍ତ ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇ ଭୟଭୀତ କରିବା ସହ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ।

ଏହା ସହ ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ ମାରି କ୍ୟାସ କାଉଣ୍ଟରରୁ ୧୩ ଲକ୍ଷ ୮୦ ହଜାର ୪୪୪ ଟଙ୍କା ଲୁଟ କରିବା ସହ କର୍ମଚାରୀ ମାନଙ୍କୁ ଗୋଟିଏ ରୂମରେ ବନ୍ଦ କରି ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ଅଭିଯୁକ୍ତଙ୍କୁ ଧରିବା ପାଇଁ ବାଲେଶ୍ୱର ଏସ୍‌ପି ଏବଂ ଡିଆଇଜି, ଇଷ୍ଟର୍ଣ୍ଣ ରେଞ୍ଜ ବାଲେଶ୍ୱରଙ୍କ ନିର୍ଦ୍ଦେଶରେ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ବସ୍ତା ଏସଡିପିଓ ସମର୍ଥ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏହି ଟିମ୍‌ଗୁଡ଼ିକ ତଦନ୍ତ ଓ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ।

ତଦନ୍ତ ସମୟରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ପୋଲିସ ଚଢ଼ାଉ କରିଥିଲା, ପଶ୍ଚିମବଙ୍ଗର ସନ୍ଦେଶଖାଲି ଥାନା ଅଧୀନ ରାମପୁର, ଜୀବନତଳା ଥାନା ଅଧୀନ ଚଣ୍ଡିବାଲି, ସୋନାରପୁର ଏବଂ ମହେନ୍ଦ୍ରପୁର ଥାନା ଅଞ୍ଚଳର ଚାଟପୁର ଆଦି ସ୍ଥାନରେ ଚଢ଼ାଉ କରାଯାଇ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ ବାଇକ, ଗୋଟିଏ ଦେଶୀ ବନ୍ଧୁକ ସମେତ ୩ ରାଉଣ୍ଡ ଅଫୁଟା ଗୂଳି ଜବଦ କରିଛି ପୋଲିସ, ଏହି ଘଟଣା ରେ ସମ୍ପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଧରିବା ସହ ଲୁଟ୍ ଟଙ୍କା ଓ ଘଟଣାରେ ବ୍ୟବହୃତ ସାମଗ୍ରୀ ଜବତ କରିବା ପାଇଁ ଚଢଉ ଜାରି ରହିବ ବୋଲି ବାଲିଆପାଳ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବସ୍ତା ଏସଡିପିଏ ସମର୍ଥ ବେହେରା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading