ପୁଣି ବାଙ୍ଗାଲୋରରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବାକୁ ପୋଲିସର ଦ୍ୱାରସ୍ଥ ହେଲେ ପରିବାର

Creat A Revolution
           

କୋକସରା(ରଞ୍ଜନ କୁମାର ସାହୁ) – ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସି ପହଞ୍ଚିଛି । ବିଗତ କିଛି ମାସ ବ୍ୟବଧାନରେ କୋକସରା ବ୍ଲକର ୫/୬ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରିଥିବା ବେଳେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଖଳିଗଡ ଗ୍ରାମର ଗୋଇମାରୁପଡାର ମାଧବ ମାଝୀଙ୍କ ଭେଣ୍ଡିଆ ପୁଅ ଲାଲୁ ମାଝୀ(୩୦) ପରିବାରର ଆର୍ôଥକ ଅଭାବ ଯୋଗୁଁ ଗତ ୧୦ ଦିନ ତଳେ ଦାଦନ ଖଟିବାକୁ ବାଙ୍ଗାଲୋରରେ ଥିବା ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ ନିୟୋଜିତ ଥିଲେ ।

ହେଲେ ଗତ ଦୁଇଦିନ ଜ୍ୱର ହେଉଥିବା ବେଳେ ବୁଧବାର ସେ ରହୁଥିବା କଲୋନୀ ରେ ପ୍ରାଣ ହରାଇଥିବା ଜଣାପଡିଛି। ଏନେଇ ସାଥି ଶ୍ରମିକ ମାନେ ପରିବାର ଲୋକଙ୍କୁ ଫୋନରେ ସୂଚନା ଦେବାପରେ ଭେଣ୍ଡିଆ ପୁଅର ମୃତ୍ୟୁ ଖବର ପାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଘଟଣା ପରେ ମୃତକଙ୍କ ସମ୍ପର୍କୀୟ ପରିବାର ବନୁ ମାଝୀ, ବିରେନ କନ୍ଧ, ପଦ୍ମନ ଚଳାନ ଠିକାଦାରଙ୍କୁ ଯୋଗାଯୋଗ କରିବା ପରେ ଶବ ପଠାଇବାକୁ ମନା କରିବାରୁ ଯୁବକଙ୍କ ଶବ ଭିଟାମାଟିକୁ ପଠାଇବା ପାଇଁ ଆମପାଣି ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ପୋଲିସ ପ୍ରଶାସନ ଓ ଶ୍ରମ ବିଭାଗ ଏଦିଗରେ ଦୃଷ୍ଟି ଦେଇ ମୃତ ଦାଦନ ଶ୍ରମିକଙ୍କ ଶବ ଭିଟାମାଟି କୁ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। ଏନେଇ ଆମପାଣି ଥାନା ଆଇଆଇସି ବିଜୟଲକ୍ଷ୍ମୀ ହିକ୍କାଙ୍କ ପ୍ରତିକ୍ରିୟା ନେବାରୁ ଖବର ମିଳିଛି ଓ ଠିକାଦାରଙ୍କୁ ଯୋଗାଯୋଗ କରି ଶବ ପଠାଇବା ପାଇଁ ବ୍ୟବସ୍ଥା କରାଯିବା ନେଇ ଉଦ୍ୟମ ଜାରି ରହିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading