କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ରେ ଗଣମାଧ୍ୟମକୁ ଅଣଦେଖା

Creat A Revolution
           

କୋକସରା(ରଞ୍ଜନ କୁମାରସାହୁ) -: ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବ୍ଲକ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି କାର୍ଯ୍ୟକ୍ରମ ର ପ୍ରସାର ପ୍ରଚାର କରିବା ପାଇଁ ବ୍ଲକ ର ସାମ୍ବାଦିକ ଙ୍କୁ ଜଣାଇବା ପାଇଁ ଗାଇଡ଼ ଲାଇନ ରହିଛି। ହେଲେ କୋକସରା ବ୍ଲକ ରେ ସରକାର ଙ୍କ ଦୂର ପ୍ରସାରି କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର ପାଇଁ କୌଣସି ସାମ୍ବାଦିକ ଙ୍କୁ ସୂଚନା ପ୍ରଦାନ କରା ଯାଉନଥିବା ଅଭିଯୋଗ ହୋଇଛି। ସୂଚନା ମତେ ରବିବାର ରାଜ୍ୟର ସରକାର ଙ୍କ ପକ୍ଷରୁ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ପ୍ରତି ବ୍ଲକ ସଦର ମହକୁମା ବ୍ଲକ ପ୍ରଶାସନ ପକ୍ଷରୁ ରେ ଅନୁଷ୍ଠିତ ହୋଇଥିବା ବେଳେ ଅନୁରୂପ ଭାବେ କୋକସରା ବ୍ଲକ ରେ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ତେବେ ଏହି କାର୍ଯ୍ୟକ୍ରମ ମିଶନ ଶକ୍ତି ବିଭାଗ ଓଏଲଏମ ଦ୍ୱାରା ଆୟୋଜିତ ହୋଇଥିବା ବେଳେ କୋକସରା ବ୍ଲକ ସଭାଗୃହ ରେ କୌଣସି ପ୍ରଶାସନିକ ଅଧିକାରୀ ଙ୍କ ଅନୁପସ୍ଥିତି ରେ କାଶିବାହାଲ ସମିତି ସଭ୍ୟ ଗଜାନନ ନିଆଁଲ ଓ ପିଇଓ ବିରଞ୍ଚି ଖର୍ସେଲ ଉପସ୍ଥିତ ରହି ଲକ୍ଷପତି ଦିଦି କାର୍ଯ୍ୟକ୍ରମ ର ବିଭିନ୍ନ ଦିଗ ଉପରେ ପରାମର୍ଶ ଦେବାସହ ଉପସ୍ଥିତ ମିଶନ ଶକ୍ତି ଅଧିନସ୍ଥ ୩୦୫ ମହିଳା ଲକ୍ଷପତି ଦିଦି କର୍ମଚାରୀ ଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧନା ଦେଇଛନ୍ତି।କାର୍ଯ୍ୟକ୍ରମ କୁ ବି ଏଲ ସି ସୌମ୍ୟ ରଞ୍ଜନ ପଣ୍ଡା ପରିଚାଳନା କରିଥିବା ବେଳେ ବ୍ଲକ ପ୍ରୋଗ୍ରାମ ମେନେଜର ସୁରେଶ କୁମାର ରାଉତ ଅନୁପସ୍ଥିତ ଥିବାରୁ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଲକ୍ଷପତି ଦିଦି ଭଳି ସରକାରୀ କାର୍ଯ୍ୟକ୍ରମ ରେ ମିଡିଆ କର୍ମି ଙ୍କୁ ଅଣଦେଖା କରିବା କେତେଦୂର ସମାଚୀନ ବୋଳି ସାମ୍ବାଦିକ ମାନେ ପ୍ରଶ୍ନ କରିଛନ୍ତି। ଏନେଇ ଓ ଏଲ ଏମ ର ବ୍ଲକ ସଂଯୋଜକ ସୁରେଶ ରାଉତ ଙ୍କ ପ୍ରତିକ୍ରିୟା ନେବାରୁ କମ ସମୟ ମଧ୍ୟରେ କାର୍ଯ୍ୟକ୍ରମ ଆୟୋଜନ ହୋଇ ଥିବା ଓ ମୁଁ ଛୁଟି ରେ ଥିବା କାରଣରୁ ମିଡିଆ କର୍ମି ଙ୍କୁ ଖବର ଦେବାରେ ଅସୁବିଧା ହୋଇଛି ବୋଲି ସ୍ୱୀକାର କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading