କନ୍ଧମାଳ ଜିଲ୍ଲା ପାଳ ଅମ୍ରିତ୍‌ ୠତୁରାଜଙ୍କ ଦୁର୍ଗମ ଅଞ୍ଚଳ, ଗସ୍ତ୧୦ ଦିନରେ ବୁଲିଲେଣି ୫୦ ଗାଁ

Creat A Revolution
           

ବାଲିଗୁଡ଼ା (ସାମୁଏଲ ପ୍ରଧାନ ) -: ରାଜ୍ୟରେ ସରକାର ବଦଳିଛନ୍ତି ଓ ଅନେକ ଜିଲ୍ଲାରେ ଜିଲ୍ଲା ପାଳ ବି ବଦଳିଛନ୍ତି । କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲା ପାଳ ଭାବେ ଯୋଗଦେଇଥିବା ଅମ୍ରିତ୍‌ ଋତୁରାଜ ସ୍ୱାଧୀନତା ଦିବସ ପରେ ବିଭିନ୍ନ ବ୍ଲକ ଗସ୍ତ କାର୍ଯ୍ୟ ଆରମ୍ଭ କରିଛନ୍ତି l ଗତ ୧୦ ଦିନ ମଧ୍ୟରେ ୫ଟି ବ୍ଲକର ପ୍ରାୟ ୫୦ଟି ଦୁର୍ଗମ ଏବଂ ଅପହଞ୍ଚ ଗାଁ ବୁଲି ସ୍ଥିତି ପରଖିଛନ୍ତି l ଗସ୍ତ ସମୟରେ ସେ ଲୋକଙ୍କ ସହିତ ସିଧାସଳଖ ସାମିଲ୍‌ ହୋଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ବିଭାଗ ଦ୍ୱାରା ଚାଲିଥିବା ଉନ୍ନୟନ ମୂଳକ ପ୍ରକଳ୍ପ ପରିଦର୍ଶନ କରି ଏଥିରେ କିଭଳି ଭାବେ ହିତାଧିକାରୀମାନେ ଉପକୃତ ହେଉଛନ୍ତି ସେ ନେଇ ମଧ୍ୟ ପଚାରି ବୁଝୁଛନ୍ତି l

କନ୍ଧମାଳ ଜିଲ୍ଲାରେ ବିଭିନ୍ନ ଅଞ୍ଚଳକୁ ଗମନା ଗମନ ସମସ୍ୟା ଯୋଗୁ ଜିଲ୍ଲା ପାଳ ଗସ୍ତବେଳେ କେତେବେଳେ କେଉଁ ଅଞ୍ଚଳକୁ ଚାଲି ଚାଲି ଯାଉଛନ୍ତି ତ ପୁଣି କେତେବେଳେ ଦୁଇ ଚକିଆ ଯାନରେ ଯାଉଛନ୍ତି l ଜିଲ୍ଲା ପାଳ ତାଙ୍କର ଅଚାନକ ଗସ୍ତ ଆରମ୍ଭ କରିଥିବା ବେଳେ ଇତିମଧ୍ୟରେ ଜି.ଉଦୟଗିରି, ଦାରିଙ୍ଗବାଡ଼ି, ତୁମୁଡ଼ିବନ୍ଧ, ରାଇକିଆ, ଟିକାବାଲି ବ୍ଲକର ପ୍ରାୟ ୫୦ଟି ଗ୍ରାମ ଗସ୍ତ କରିଥିବା ଦେଖାଯାଇଛି l ବୁଧବାର ଜିଲ୍ଲା ପାଳ ଟିକାବାଲି ବ୍ଲକକୁ ଅଚାନକ ଗସ୍ତରେ ଯାଇ ମାଦାଗୁଡ଼ା, ଗଣ୍ଡନାଜୁ, ଗାରିଡ଼ିଙ୍ଗିଆ, ସଲାଙ୍ଗିଆ, ପାଙ୍ଗାନାଜୁ ଅଞ୍ଚଳକୁ ଯାଇ ଡ଼ାଇଭରସନ କେନାଲ୍‌, ଜଳସେଚନ ପ୍ରକଳ୍ପ, ଛତୁଚାଷ ଭଳି ବିଭିନ୍ନ କାର୍ଯ୍ୟ ଉପରେ ସମୀକ୍ଷା କରି ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଛନ୍ତି। ଗସ୍ତବେଳେ ଟିକାବାଲି ବ୍ଲକ ଦାୟିତ୍ୱରେ ଥିବା ଚକାପାଦ ବିଡ଼ିଓ ଓ ବ୍ଲକର ଅନ୍ୟ କର୍ମଚାରୀଙ୍କ ସହିତ ନିର୍ବାଚିତ ଲୋକ ପ୍ରତିନିଧିମାନେ ମଧ୍ୟ ସାମିଲ୍‌ ହୋଇଥିଲେ l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading