ମଇଯୋରୀ ବିଦ୍ୟାଳୟରେ ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳନ

Creat A Revolution
           

ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) – ବାଙ୍କୀବ୍ଲକ ଅନ୍ତର୍ଗତ ମଇଯୋରୀ ବିଦ୍ୟାଳୟ ଠାରେ ସମସ୍ତ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥିତ ରେ ଆଜି ୭୬ ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି l ବିଦ୍ୟାଳୟ ଠାରେ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ବାଙ୍କୀ ୩୫ ନଂ ଜୋନ ର ଜିଲ୍ଲାପରିଷଦ ସଞ୍ଜୟ କୁମାର ପାତ୍ର ଏବଂ ବିଦ୍ୟାଳୟର ଚେୟାରମ୍ୟାନ ଶ୍ରମିକ ଦଳେଇ l ବିଦ୍ୟାଳୟରେ ଆଜି ୭୬ ତ ସାଧାରଣ ତନ୍ତ୍ର ଦିବସ କୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଖୁବ ଧୂମଧାମ ରେ ପାଳନ କରିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ସଞ୍ଜୁଲତା ପାତ୍ର ଏବଂ ସାଧାରଣ ତନ୍ତ୍ର ଦିବସରେ ମୂଳ ଲକ୍ଷ୍ୟ ପିଲା ମାନଙ୍କ ଭବିଷ୍ୟତ କଣ ରହିବ ଏହି ବିଷୟ ବସ୍ତୁ ବିଷୟରେ ବିଦ୍ୟାଳୟ ଠାରେ କହିଛନ୍ତି l

ବିଦ୍ୟାଳୟ ରେ ପ୍ରାୟ ୩୦୦ ରୁ ଉର୍ଦ୍ଧ ଛାତ୍ର ଏବଂ ଛାତ୍ରୀ ଙ୍କ ଉପସ୍ଥିତ ରେ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ କରାଯାଇଛି l ୧୯୪୭ ମସିହା ଅଗଷ୍ଟ ମାସ ରେ ଦେଶ ସ୍ୱାଧୀନତା ହୋଇ ଆଜିର ଦିନ ଜାନୁଆରୀ ମାସ ୨୬ ତାରିଖରେ ଭାରତ ଦେଶ ବିଶ୍ୱ ଦରବାର ରେ ପରିଚୟ ର ମାନ୍ୟତା ପାଇଥିଲା l ଯେଉଁ ପର୍ବକୁ ଆଜି ଜାନୁଆରୀ ୨୬ ସାଧାରଣ ତନ୍ତ୍ର ଦିବସ ରୂପେ ପାଳନ କରି ଆସୁଛେ, ୩୫ ନଂ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ସଂଜୟ କୁମାର ସାହୁ ସମ୍ବେଦନଶୀଳ ମାନ୍ୟତା ଏବଂ ପିଲାମାନେ ଭବିଷ୍ୟତରେ କିଭଳି ଭାବରେ ବିଜୟୀ ଲାଭ କରିବେ ବିଦ୍ୟାଳୟ ରେ ପିଲାମାନଙ୍କ ଗ୍ରହଣ ରେ ଆଲୋଚନା କରିଥିଲେ |


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading