ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ରେ ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Creat A Revolution
           

ବାଙ୍କୀ (ବ୍ରହ୍ମାନନ୍ଦ ପ୍ରଧାନ) -: ବାଙ୍କୀବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ପାଳନ କରାଯାଇଛି, ପ୍ରଧାନ ଆଚାର୍ଯ୍ୟ ଜୟଦେବ ରାଉତ ସଂଯୋଜନା ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପ୍ରଥମେ ଶିକ୍ଷକେନ୍ଦ୍ର ରେ ସ୍ୱାଗତ ସଂଗୀତ କାର୍ଯ୍ୟକ୍ରମ ହୋଇଥିଲା, ତାପରେ ପିଲାମାନେ ନାଚ ଗୀତ କଳା ପରିବେଷଣ କରିଥିଲେ,ସମ୍ପାଦକ ଚିତ୍ତରଞ୍ଜନ ସାହୁ ଅତିଥି ଭାବରେ ପରିଚୟ ପ୍ରଦାନ ସହିତ ବିବରଣୀ ପାଠ କରିଥିଲେ l

ପରିଚାଳନା କମିଟି ର ସଭାପତି ତଥା ବୈଦ୍ୟେଶ୍ୱର ର କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବରେ ବାଙ୍କୀ ନିର୍ବାଚନ ମଣ୍ଡଳୀ ର ବିଧାୟକ ପାର୍ଥି ଶ୍ରୀ ତୁଷାରକାନ୍ତ ଚକ୍ରବର୍ତ୍ତୀ ମହୋଦୟ ଯୋଗ ଦେଇଥିବା ବେଳେ ମୁଖ୍ୟବାର୍ତ୍ତା ଭାବରେ ପୂର୍ବତନ ଅଧକ୍ଷା ସତ୍ୟନାରାୟଣ ସାମନ୍ତ ଯୋଗ ଦେଇଛନ୍ତି, ସନମାନିତ ଅତିଥି ଭାବରେ ସମାଜସେବୀ ଶ୍ରୀ ପୂର୍ଣଚନ୍ଦ୍ର ସାହୁ , ବୈଜ୍ଞାନିକ ଉଦୟନାଥ ସାହୁ, ସାଂସଦ ପ୍ରତିନିଧି ଜୟନ୍ତ ବେଉରା, ଅବସର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ବଳରାମ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ, ଧନ୍ୟବାଦ କୃତଜ୍ଞତା ଅର୍ପଣ କରିଛନ୍ତି ଶିକ୍ଷାକେନ୍ଦ୍ର କୁ ଶିକ୍ଷକ ଜୟଦେବ ରାଉତ, ବାର୍ଷିକ ଉତ୍ସବ ଟି ପୂର୍ଣ୍ଣାଙ୍ଗ ଶିକ୍ଷକେନ୍ଦ୍ର ରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading