ସଡକ ଦୁର୍ଘଟଣା ହେଲେ ଜିଲ୍ଲାପାଳ ହିଁ ଉତ୍ତରଦାୟୀ, ସୁପ୍ରିମକୋର୍ଟ ଦେଲେ ଏଭଳି …

Creat A Revolution
           

ନୂଆଦିଲ୍ଲୀ -: ଏଣିକି ସଡ଼କ ଦୁର୍ଘଟଣା ପାଇଁ ଜିଲ୍ଲାପାଳମାନେ ଉତ୍ତରଦାୟୀ ହେବେ । ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ ସଡ଼କ ଦୁର୍ଘଟଣାଗୁଡ଼ିକର ତଦାରଖ କରିବେ ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବେ ।

ବିଚାରପତି ଜଷ୍ଟିସ୍ ଅଭୟ ମନୋହର ସାପ୍ରେଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା ସଂକ୍ରାନ୍ତ କମିଟି ଏ ବାବଦରେ ଓଡ଼ିଶା ସମେତ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଜାରି କରିଛନ୍ତି । କମିଟି ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି, ଜିଲ୍ଲାପାଳମାନେ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ସାହାଯ୍ୟ ଓ ହସ୍ପିଟାଲରେ ପହଞ୍ଚାଇବା ଦାୟିତ୍ୱ ନିର୍ବାହ କରିବେ । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସଡ଼କ ନିରାପତ୍ତା ଯୋଜନା ପ୍ରସ୍ତୁତ କରିବାକୁ ହେବ ।

https://youtu.be/ypDXSjh84qk
subscribe now

ଏହି ବ୍ୟବସ୍ଥାକୁ ପ୍ରଭାବଶାଳୀ କରିବା ପାଇଁ ପ୍ରତି ମାସର ରିପୋର୍ଟ ପୋର୍ଟାଲରେ ଅପଲୋଡ୍ କରିବାକୁ ପଡ଼ିବ । ଯାହାକୁ କି ରାଜ୍ୟ ଓ କେନ୍ଦ୍ରୀୟ ସମ୍ପୃକ୍ତ ଅଧିକାରୀମାନେ ସମୀକ୍ଷା କରିବେ । ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି, ସମସ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୩୦, ୨୦୨୨ ସୁଦ୍ଧା ଜିଲ୍ଲା ସଡ଼କ ସୁରକ୍ଷା କମିଟି(ଡିଆର୍ଏସ୍‌ସି) ଗଠନ ହେବ । କମିଟିରେ ଏସ୍‌ପି, ସିଏମ୍‌ଓ, ପୂର୍ତ୍ତ ମୁଖ୍ୟଯନ୍ତ୍ରୀ, ସଡ଼କ ପରିବହନ ମନ୍ତ୍ରାଳୟର କ୍ଷେତ୍ରୀୟ ଅଧିକାରୀ, ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ, ନଗର ପାଳିକା/ନଗର ପରିଷଦର କାଯ୍ୟନିର୍ବାହୀ ଅଧିକାରୀ, ରାଜ୍ୟ ରାଜମାର୍ଗ ପ୍ରଶାସକ ଓ ଏନ୍‌ଜିଓ ଆଦିର ପ୍ରତିନିଧି ସାମିଲ ହେବେ ।

କମିଟି ପକ୍ଷରୁ ଡିଆର୍ଏସ୍‌ସିର କାଯ୍ୟ, ନିୟମ ଓ ସର୍ତ୍ତ ଧାଯ୍ୟ କରାଯାଇଛି । ଡିଆର୍ଏସ୍‌ସି ସଡ଼କ ଦୁର୍ଘଟଣାକୁ ନେଇ ନିୟମିତ ବ୍ୟବଧାନରେ ସମୀକ୍ଷା କରିବେ । ଜିଲ୍ଲାରେ ହେଉଥିବା ସଡ଼କ ଦୁର୍ଘଟଣାଗୁଡ଼ିକୁ ନିୟମିତ ଭାବେ ରାଜ୍ୟ ସଡ଼କ ନିରାପତ୍ତା ପରିଷଦ (ଏସ୍‌ଆର୍ଏସ୍‌ସି)କୁ ସୂଚନା ଦେବେ । ଜିଲ୍ଲା କମିଟି ଦୁର୍ଘଟଣା ସ୍ଥଳର ଯାଞ୍ଚ, ବଡ ସଡ଼କ ଦୁର୍ଘଟଣାର ଫୋରେନ୍‌ସିକ୍ ଯାଞ୍ଚ, ବାହନର ସୂଚନା, ଦୁର୍ଘଟଣାର କାରଣ, ଦୁର୍ଘଟଣା ପାଇଁ ଦୋଷୀ ବ୍ୟକ୍ତି ଏବଂ ପୀଡ଼ିତଙ୍କ ତଥ୍ୟ ଆଦି ଏସ୍‌ଆର୍ଏସ୍‌ସିଙ୍କୁ ପଠାଇବେ ବୋଲି ସୁପ୍ରିମକୋର୍ଟ କମିଟି ପକ୍ଷରୁ ଜାରି ନିର୍ଦ୍ଦେଶରେ କୁହାଯାଇଛି । ଦେଶରେ ସଡ଼କ ସୁରକ୍ଷା ଚିନ୍ତାର କାରଣ ହୋଇଛି । ଗତ ବର୍ଷ ସଡ଼କ ଦୁର୍ଘଟଣାରେ ଦେଶରେ ୧.୫ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ଓ ଅନେକ ଆହତ ହୋଇଥିଲେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading