ଭଙ୍ଗା ଦଦରା ଘରେ ଭାଗ୍ୟବତୀ ବେହେରା ଓ ମାର୍ଖଣ୍ଡ ବେହେରା ମିଳୁନାହିଁ ପ୍ରଧାନମନ୍ତ୍ରୀ ଆବାସ

Creat A Revolution

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) -: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ମଗଡ଼ିଙ୍ଗିଆ ଗ୍ରାମର ସ୍ୱାମୀ ସ୍ତ୍ରୀ ଭାଗ୍ୟବତୀ ବେହେରା ଓ ମାର୍ଖଣ୍ଡ ବେହେରା ଭଙ୍ଗା ଦଦରା ଘରେ ଦୟନୀୟ ଭାବରେ କାଟୁଛନ୍ତି । କୁଲି ମଜୁରି ଯାଇ ଯେତିକି ମିଳୁଛି ସେତିକି ପରିବାର ଚଳିବା କଷ୍ଟ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି ।

ଦିର୍ଘ ବର୍ଷ ରୁ ଭଙ୍ଗା ଦଦରା ଚାଳ ଛପର ଘର ବିତୁଛି ଜୀବନ ଫେଲ୍ ମାରିଛି ସରକାର ଙ୍କ ତରଫରୁ ଘର ଖଣ୍ଡିଏ । ଘର ଛପର ନଷ୍ଟ ହେବାକୁ ଗଲାଣି ଘରର କାନ୍ଥ ସବୁ ଫାଟି ଆଁ କରିଛି । ଏପରି ବିପଦ ସଙ୍କୁଳ ଘରେ ବୃଦ୍ଧ ବୃଦ୍ଧା ରାତ୍ରି ଜାପନ କରୁଛନ୍ତି । ଘରର ମରାମତି କରିବା ପାଇଁ ହାତ ରେ ସମ୍ଭଳ ନାହିଁ । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି ଭାଗ୍ୟବତୀ ବେହେର ।

ଖରା ଓ ବର୍ଷା ରେ ଘରର ଛପର ନଷ୍ଟ ହେବାରୁ ବର୍ଷା ପାଣି ଘର ଭିତରେ ଜମିକି ରହୁ ଥିଲା ଯାହା ଫଳରେ ପରିବାର ଲୋକେ ଘର ଖଣ୍ଡିଏ ପାଇଁ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି । ଦିନେ ନୁହେଁ କି ମାସେ ନୁହେଁ ବର୍ଷ ବର୍ଷ ମାଟି ଘରେ ହିଁ ବିତୁଛି ଜୀବନ । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ଭାଗ୍ୟବତୀ ବେହେରା ଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି । ଅନ୍ୟ ପଟେ ଦେଖିବାକୁ ବାକି ରହିଛି ସରକାର ଗରିବ ମୁଣ୍ଡକୁ ଛାତ କେବେ ଯୋଗାଇ ଦେଉଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!