ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ରକ୍ତ ଦାନ ଶିବିର।

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସମବାୟ ବିଭାଗ ପକ୍ଷରୁ ଚଳିତ ବର୍ଷ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ ବିଭିନ୍ନ ଆଲୋଚନା ,ସଭା ସମିତି, ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ଏହି ଅବସରରେ ଜିଲା ସମବାୟ ସମୂହ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଠାରେ ଏକ ସ୍ୱଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରକୁ ଜିଲା ସମବାୟ ସମୂହ ଉପ ନିବନ୍ଧକ ତୃପ୍ତି କଲ୍ୟାଣ ସେଠୀ ରକ୍ତଦାନ କରି ଶୁଭାରମ୍ଭ କରିଥିଲେ।ସମବାୟ ବିଭାଗର କର୍ମଚାରୀ ମାନେ ୫୧ୟୁନିଟ ରକ୍ତ ଦାନ କରିଥିଲେ।ଅତିରିକ୍ତ ସମବାୟ ଉପନିବନ୍ଧକ ସୁକାନ୍ତ କୁମାର ପାଢୀ, ଉପ ସହକାରୀ ଉପନିବନ୍ଧକ ଗଙ୍ଗାଧର କହଁରଙ୍କ ସହ ଜିଲାର ବରିଷ୍ଠ ସମାଜସେବୀ ତଥା ଫୁଲବାଣୀ କୁକୁଡା ଉତ୍ପାଦନ କାରୀ ସମବାୟ ସମିତିର ସମ୍ପାଦକ ଅଶୋକ ପରିଡା ରକ୍ତଦାନ କରିଥିଲେ।ରକ୍ତଦାନ ମହତଦାନ।ଲୋହିତ ରକ୍ତ କଣିକା ପ୍ରତି ତିନିମାସରେ ସ୍ୱତଃ ନଷ୍ଟ ହୋଇ ଯାଉଥିବାରୁ ପ୍ରତ୍ୟେକ ୧୮ବର୍ଷରୁ ୬୫ବର୍ଷର ସୁସ୍ଥ ବ୍ୟକ୍ତି ନିୟମିତ ବ୍ୟବଧାନରେ ରକ୍ତଦାନ କରିବା ଆବଶ୍ୟକ।ନିୟମିତ ରକ୍ତଦାନ କରିବା ଦ୍ୱାରା ରକ୍ତଚାପ ଜନିତ ରୋଗରୁ ଉପଶମ ମିଳିଥାଏ।କନ୍ଧମାଳ ଜିଲ୍ଲାରେ ବାର୍ଷିକ ପ୍ରାୟ ୭ହଜାର ୟୁନିଟ ରକ୍ତ ଆବଶ୍ୟକ ହୋଇଥାଏ।ଜିଲା ରକ୍ତ ଭଣ୍ଡାର ଅଧିକାରୀ ଜୟଦୀପ ଘୋଷ ଏବଂ ତାଙ୍କ ଟିମ ରକ୍ତ ସଂଗ୍ରହ କରିଥିଲେ। ଏହି ଅବସରରେ ଆମ ଓଡିଶା ପକ୍ଷରୁ ସମ୍ବାଦର ଜିଲା ପ୍ରତିନିଧି ଡ ରଞନ ପ୍ରଧାନ ସହଯୋଗ କରିଥିଲେ। ତେଣୁ ଆସନ୍ତୁ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading