ପ୍ରସୃତି ସ୍ତ୍ରୀ କୁ ବୁର୍ଲା ଭୀମସାର ଆଇସିୟୁ ରେ ଛାଡି ବର୍ଡର ଗଲେ ଯବାନ। ସାଙ୍ଗରେ ୧୩ ଦିନର ଶିଶୁ କନ୍ୟାକୁ ଛାଡିଯାଇଛନ୍ତି ଯବାନ |ବାପା ମାଁ ଥାଇ ସୁଦ୍ଧା ଅନାଥ ଯବାନଙ୍କ ନବଜାତକ | ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ଟେଙ୍ଗନାମାଲ ଗାଁର ଦେବରାଜ ଗଣ୍ଡ ସଶସ୍ତ୍ର ସୀମା ବଳରେ କାର୍ଯ୍ୟରତ ଥିବାବେଳେ ସ୍ତ୍ରୀ ଲିପି ଗଣ୍ଡ ୨୮ ତାରିଖରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି | ତେବେ ସେହି ସମୟରେ ଦେବରାଜ ସାଙ୍ଗରେ ଥିଲେ | ସ୍ତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲାରେ ଆଇସିୟୁରେ ଅଚେତ ଅବସ୍ଥାରେ ୨୯ ତାରିଖରୁ ଅଛନ୍ତି ଲିପି |
ତେବେ ସଶସ୍ତ୍ର ସୀମା ବଳରୁ କଲ୍ ଆସିବାପରେ ସ୍ତ୍ରୀ ଓ ଶିଶୁକୁ ଛାଡି ବୋର୍ଡର ଅଭିମୁଖେ ଦେବରାଜ | ସେପଟେ ସ୍ତ୍ରୀକୁ ରକ୍ତ ଦରକାର ପଡୁଥିବାବେଳେ ଗତକାଲି ଦିନ ସାରା ବ୍ଲଡ ବ୍ୟାଙ୍କରେ କାକୁତି ମୀନତି ହୋଇଛନ୍ତି ଯବାନ। ସମାଜସେବୀ ଲକ୍ଷ୍ମୀ ପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ୪ଜଣ ଆସି ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତଦାନ କରିଛନ୍ତି | ଆସନ୍ତା ୪ଦିନ ପାଇଁ ଏଡଭାନ୍ସ ଆକାରରେ ରକ୍ତ ପ୍ରଦାନ କରିଛନ୍ତି। ଏହା ସହ ଯବାନଙ୍କ ଭାଇ ଧର୍ମରାଜ ଗଣ୍ଡ ମଧ୍ୟ ଉପସ୍ଥିତ ଥିଲେ।
