ବିମାନରେ ମହୁଆଙ୍କୁ ହେଲା କମେଣ୍ଟ ! ରାଗିଗଲେ TMC ସାଂସଦ ?

Creat A Revolution
           

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶିତ ହେବା ପରେ ବିଜୟୀ ବିଜେପି ଓ ଗାଦିଚ୍ୟୁତ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳୁଛି। ଉଭୟପକ୍ଷ ପରସ୍ପରକୁ ନିଶାଣ କରିବାକୁ କୁଣ୍ଠାବୋଧ କରୁନଥିବାବେଳେ ନେତା, ମନ୍ତ୍ରୀ ଓ କର୍ମୀ ଏଥିରୁ ବାଦ ପଡୁନାହାନ୍ତି। ନିକଟରେ ଏଭଳି ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଟିଏମ୍‌ସି ସାଂସଦ ମହୁଆ ମୈତ୍ର ବିମାନ ଯାତ୍ରା କରୁଥିବାବେଳେ କେତେକ ଯାତ୍ରୀ ତାଙ୍କୁ ଆପତ୍ତିଜନକ ବ୍ୟବହାର ପ୍ରଦର୍ଶନ କରିଥିବା ମହୁଆ ଅଭିଯୋଗ କରିଛନ୍ତି। ଗୁରୁବାର ମହୁଆ ଇଣ୍ଡିଗୋ ବିମାନରେ କଲକାତାରୁ ନୂଆଦିଲ୍ଲୀ ଯାତ୍ରା କରୁଥିଲେ। ବିମାନରେ ଚଢିଥିବା କେତେକ ବ୍ୟକ୍ତି ତାଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥିଲେ। ତେବେ ବିମାନଟି ଦିଲ୍ଲୀରେ ଅବତରଣ କରିବା ପରେ ଏହି ବ୍ୟକ୍ତିମା​‌େ​‌ନ ତାଙ୍କୁ ଘେରିଯିବା ସହ ‘ଜୟ ଶ୍ରୀରାମ’, ‘ଚୋର ଚୋର ଟିଏମ୍‌ସି ଚୋର’, ‘ପିଇସୀ ଚୋର, ପୁତୁରା ଚୋର’ (ମମତା ଓ ଅଭିଷେକ ବାନାର୍ଜୀଙ୍କୁ ଲକ୍ଷ୍ୟ କରି) ଭଳି ସ୍ଲୋଗାନ ଦେଇଥିଲେ। ସେମାନେ ମହୁଆଙ୍କର ଭିଡିଓ ରେକର୍ଡିଂ କରିଥିବା ସେ ଅଭିଯୋଗ କରିଛନ୍ତି। ମହୁଆ ଏହି ପ୍ରସଙ୍ଗରେ ଇଣ୍ଡିଗୋ କର୍ତ୍ତୃପକ୍ଷ, କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଙ୍କ ଦୃଷ୍ଟି ଆକର୍ଷଣ କରିିଛନ୍ତି। ତେବେ ଏହି ଘଟଣା ପଛରେ ସତ୍ୟ କଣ ? ଆପଣଙ୍କ ମତାମତ କମେଣ୍ଟ କରି ଜଣାନ୍ତୁ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading