କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ ) କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି କାଳବୈଶାଖୀ ହେବା ଫଳରେ ବଜ୍ରାଘାତରେ ୧୧ଗୋରୁ ମୃତ ବରଣ କରିବା ସହିତ ପ୍ରବଳ ପବନ ଯୋଗୁଁ ଘର ଛପର ଉଡ଼ି ଯାଇଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଆଜି ଅପରାହ୍ନରେ ପ୍ରବଳ ବର୍ଷା,ପବନ ଓ ବଜ୍ରାଘାତ ହେବା ଫଳରେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଗୋରୁ ଗୁଡିକ ଗଛ ତଳେ ଲୁଚିଥିବା ସମୟରେ ଖଜୁରୀପଡ଼ା ପଞ୍ଚାୟତ ଗଞୁଗୁଡା ଗ୍ରାମରେ ବଜ୍ରାଘାତରେ ୪ ପଟ ଗୋରୁ ମୃତ୍ୟୁ ବରଣ କରିଥିବା ବେଳେ ଅରାପାଜୁ ପଞ୍ଚାୟତ ସସକେଡି ଗ୍ରାମରେ ୫ ପଟ ଗୋରୁ ଏବଂ ମାଟୁଙ୍ଗ ଗ୍ରାମରେ ୨ ପଟ ଗୋରୁ ମୃତ୍ୟୁବରଣ କରିଛନ୍ତି। ଏହି ବିଷୟରେ ଖଜୁରୀପଡ଼ା ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ଦେବାଶିଷ ସାହୁଙ୍କୁ ସୂଚନା ଦିଆଯାଇଥିଲା ଯାହା ଫଳରେ ଶ୍ରୀ ସାହୁ ,ସମେତ ଦଳପଡା ପ୍ରାଣୀ ଚିକିତ୍ସା ଅଧିକାରୀ ସହଦେବ କହଁର ଓ ଖଜୁରୀପଡ଼ା ବ୍ଲକ ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ ଘଟଣା ସ୍ଥଳରେ ପହଁଚି ଅନୁଧ୍ୟାନ କରିଥିଲେ । ସସକେଡି ଗ୍ରାମକୁ ଯିବା ସମୟରେ ରାସ୍ତା ନଥିବାରୁ ସମସ୍ତ ଅଧିକାରୀ ଚାଲି ଚାଲି ଯିବା ପାଇଁ ବାଧ୍ୟ ହୋଇଥିଲେ । ଅରାପାଜୁ ପଞ୍ଚାୟତ ସରାଚୁଡୁ ଗ୍ରାମରେ ଅକରୁପା ପ୍ରଧାନ, କୁନା ପ୍ରଧାନ କିଛି ଛପର ଉଡ଼ି ଯାଇଥିବା ବେଳେ ଓ କରୁଣାକର ଯାନୀ ଙ୍କ ଘର ଛପର ସମ୍ପୂର୍ଣ୍ଣ ଉଡ଼ି ଯାଇଛି । ଏହା ବ୍ୟତୀତ ଭାଳିଆପଡା ବିଦ୍ୟାଳୟ ଘର ଛପର ତଳେ ଖଜୁରୀପଡ଼ା ପୂର୍ବତନ ବିଜେପି ମଣ୍ଡଳ ସଭାପତି ଦଶରଥ ସାହୁ ଓ ବର୍ତ୍ତମାନ ଖଜୁରୀପଡ଼ା ବ୍ଲକ ସ୍ୱାସ୍ଥ୍ୟ ପ୍ରତିନିଧି ରାଈକିଶୋର ପ୍ରଧାନ କୈାଣସି କାର୍ଯ୍ୟରେ ଯାଇଥିବାବେଳେ ବର୍ଷା ଦାଉରୁ ରକ୍ଷା ପାଇଁ ଲୁଚି ଥିଲେ ଏହି ସମୟରେ ପବନ ଯୋଗୁଁ ଛପର ଉଡ଼ି ଯାଇଥିଲା ଅଳ୍ପକେ ଉଭୟ ବର୍ତ୍ତୀ ଯାଇଥିବା ସୂଚନା ଦେଇଛନ୍ତି ।
Discover more from odia.bnslive.in
Subscribe to get the latest posts sent to your email.