କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଆଧାର କାର୍ଡ ରେ ତ୍ରୁଟି ଓ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଅବହେଳା ପାଇଁ ଜଣେ ୭୫ ବର୍ଷର ବୃଦ୍ଧା ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି I ଏଭଳି ଏକ ସଙ୍ଗିନ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ଜଜେଶପାଙ୍ଗା ପଞ୍ଚାୟତ ର ଲଦଡି ଇପିରିପାଙ୍ଗା ଗାଁ ର ଚମ୍ପା ଦିଗାଲ ନାମକ ଜଣେ ବୃଦ୍ଧା ଙ୍କୁ ଷାଠିଏ ବର୍ଷ ପରେ ଯୋଗ୍ୟ ହିତାଧିକାରୀ ଭାବରେ ମଧୁବାବୁ ପେନସନ ଯୋଜନା ରେ ସାମିଲ କରି ଭତ୍ତା ଯୋଗାଇ ଆସୁଥିଲେ I ଗତ ଦୁଇବର୍ଷ ତଳେ ଭତ୍ତା ହିତାଧିକାରୀ ମାନଙ୍କ ର ବ୍ୟାଙ୍କ ଆକାଉଣ୍ଟ ରେ ଆଧାର କାର୍ଡ ସଂଯୋଗୀ କରଣ ପ୍ରକ୍ରିୟା ସମୟରେ ତାଙ୍କ ଆଧାର କାର୍ଡ ରେ ତ୍ରୁଟି ଯୋଗୁଁ ଭତ୍ତା ପାଇବାରୁ ସେ ବଞ୍ଚିତ ହୋଇଥିଲେ I ଭତ୍ତା ପାଇବା ତାଲିକାରେ ତାଙ୍କ ନା ରହିଥିଲେ ମଧ୍ୟ୍ୟ ବୃଦ୍ଧା ଜଣକ ପ୍ରାୟ ସତର ମାସ ପର୍ଯ୍ୟନ୍ତ ଭତ୍ତା ପାଇପାରିନଥିଲେ I ଇତିମଧ୍ୟରେ ବୃଦ୍ଧା ଜଣକ ବାରମ୍ବାର ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ରେ କାର୍ଯ୍ୟରତ ଅଧିକାରୀ ମାନଙ୍କ ପର୍ଯ୍ୟନ୍ତ ପହଂଚି ବହୁବାର ଅଭିଯୋଗ ମଧ୍ୟ୍ୟ କରିଆସିଛନ୍ତି I ତଥାପି ତାଙ୍କର ସମସ୍ୟା ର ସମାଧାନ ହୋଇପାରିନଥିଲା I ଶୁକ୍ରବାର କିଛି ସାମ୍ବାଦିକ ଘଟଣା ସମ୍ପର୍କରେ ଖବର ପାଇ ସମ୍ପୃକ୍ତ ବୃଦ୍ଧା ପାଖକୁ ପହଂଚିବା ପରେ ପଞ୍ଚାୟତ କାର୍ଯ୍ୟଳୟ ରେ ବୃଦ୍ଧା ଙ୍କ ଭତ୍ତା ପାଇବା ଘଟଣାରେ ବହୁ ଅବହେଳା ପ୍ରଦର୍ଶନ କରାଯାଇଛି I ପରେ ସାମ୍ବାଦିକ ମାନେ ବୃଦ୍ଧା ଙ୍କ ଏହି ଭତ୍ତା ବିଷୟକୁ ନେଇ ଫିରିଙ୍ଗିଆ ବ୍ଲକ ରେ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ଜ୍ଞାନରଞ୍ଜନ ସଠି ଙ୍କୁ ଜଣାଇବାରୁ ତୁରନ୍ତ ଅଫିସ ରେ ଥିବା କାଗଜ ପାତ୍ର କୁ ଯାଞ୍ଚ କରିବା ସହ ଅନଲାଇନ ମାଧ୍ୟମରେ ଦେଖିବା ପରେ ସମସ୍ତ ତଥ୍ୟ ସାମନା କୁ ଆସିଥିଲା I ଘଟଣା ର ସତ୍ୟତା ଜାଣିବା ପରେ ଅଧିକାରୀ ଜଣକ ତୁରନ୍ତ ସମୃକ୍ତ ବୃଦ୍ଧା ଙ୍କୁ ଗୋଟିଏ ମାସର ଭତ୍ତା ଟଙ୍କା ପ୍ରଦାନ କରିବା ସହ ଆଗାମୀ ମାସେ ମଧ୍ୟରେ ବୃଦ୍ଧ ଙ୍କୁ ରହିଯାଇଥିବା ସମସ୍ତ ଟଙ୍କା ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି I ସେପଟେ ଘଟଣାକୁ ନେଇ ସାମ୍ବାଦିକ ମାନଙ୍କ ସହଯୋଗ ଓ କାର୍ଯ୍ୟରତ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ତୁରନ୍ତ ପଦକ୍ଷେପ ପରେ ବୃଦ୍ଧା ଜଣକ ତାଙ୍କର ବାର୍ଦ୍ଧକ୍ୟ ଭତ୍ତା ପାଇପାରିଥିବା ରୁ ବୃଦ୍ଧା ଙ୍କ ସହ ସ୍ଥାନୀୟ ଲୋକେ ମଧ୍ୟ୍ୟ ସାମ୍ବାଦିକ ଓ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I
ଆଧାର କାର୍ଡ ରେ ତ୍ରୁଟି ଓ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ସତର ମାସ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ୭୫ ବର୍ଷୀୟ ବୃଦ୍ଧା
Creat A Revolution
