କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଞ୍ଚଳରେ ଦିନକୁଦିନ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଥିବା ବେଳେ ଏହି କାରବାର ଉପରେ ରୋକ ଲଗେଇବା ପାଇଁ ଫିରିଙ୍ଗିଆ ପୋଲିସ ମଧ୍ୟ୍ୟ ରୀତିମତ ଭାବରେ ବିଭିନ୍ନ ଜାଗାରେ ଚଢ଼ାଉ କରିବା ସହ ବିଭିନ୍ନ ଅଂଚଳରୁ ବସ୍ତାବସ୍ତା ଗଞ୍ଜେଇ ଜବତ କରିବା ସହ ମାଫିଆ ମାନଙ୍କୁ ଗିରଫ କାରି ଜେଲ ପଠେଇବାରେ ଲାଗିପଡ଼ିଛି I ଗତ ଦୁଇଦିନ ତଳେ ଏହି ଫିରିଙ୍ଗିଆ ପୋଲିସ ଦୁଇଟି ଦାମି କାର ସହ ଚାରିଜଣ ବିହାରୀ ଗଞ୍ଜେଇ ମାଫିଆ ଙ୍କୁ ଗିରଫ କାରି ତାଙ୍କ ପାଖରୁ ବିପୁଳ ପରିମାଣର ପରିମାଣରେ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲା I ଏହି ଘଟଣାକୁ ଦୁଇଦିନ ନପୂରୁଣୁ ଏହି ଫିରିଙ୍ଗିଆ ପୋଲିସ ଶୁକ୍ରବାର ପୁଣି ଏକ କାର ସହ ୨୫ କିଲୋ ଗଞ୍ଜେଇ କୁ ଜବତ କରିବା ସହ ଦୁଇଜଣ ଚାଲାଣ କାରି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି I ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟ୍ୟରେ ଜଣେ ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପଟା କେରି ଗାଁ ର ପାଣ୍ଡୁରୁ କହଁର ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ଫିରିଙ୍ଗିଆ ଥାନା ପ ଲା ବୃଡି ପଞ୍ଚାୟତ ଅଧୀନରେଥିବା ଗଲେସୁଗା ଗାଁ ର ନୀଳକଣ୍ଠ କହଁର ବୋଲି ଜଣାପଡିଛି I ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ସମୟରେ ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ କୁ ଏକ ବିଶ୍ଵସ୍ଥ ସୂତ୍ରରୁ ଖବର ମିଳିଥିଲା I ଖବର ମିଳିବା ପରେ ସଦର ଏସ୍ଡ଼ିପିଓ ଶୁଭ୍ରଜିତ ବିଶ୍ୱାଳ ଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଦୀପକ କୁମାର ରାଉତ ଙ୍କ ସହ ଏଏସଆଇ ଶ୍ରୀକାନ୍ତ ପାତ୍ର ଙ୍କ ନେତୃତ୍ୱ ରେ ଏକ ଟିମ ଏହି ଗଞ୍ଜେଇ ଭର୍ତି କାରକୁ କାଶିନୀପଦର ଗାଁ ପାଖ ରାସ୍ତାରେ ଧରିବାରେ ସଫଳ ହୋଇଥିଲେ I କାର ଟିକୁ ଯାଞ୍ଚ କରିବା ସମୟରେ କାର ର ଡ଼ିକିରୁ ୨୫ କିଲୋ ଗଞ୍ଜେଇ ବାହାରିଥିଲା ଏବଂ ଏହି ଗଞ୍ଜେଇ ଗୋଛାପଡା ଅଂଚଳରୁ ରାଜଧାନୀ ଭୁବନେଶ୍ୱର କୁ ଚାଲାଣ ହେଉଥିବା ଜଣାପଡିଥିଲା I ପରେ ଏହି ଘଟଣାକୁ ନେଇ ଫିରିଙ୍ଗିଆ ଥାନାରେ ୧୦୮/୨୦୨୫ ରେ ଏକ ମାମଲା ରୁଜୁ କରି ଶୁକ୍ରବାର ଦୁଇ ଅଭିଯୁକ୍ତ ଙ୍କୁ ଜବତ କାର ଓ ଗଞ୍ଜେଇ ସହ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତ ଦାୟିତ୍ୱ ରେ ଥିବା ପୋଲିସ ଅଧିକାରୀ ଦୀପକ କୁମାର ରାଉତ ସୂଚନା ଦେଇଛନ୍ତି I
Discover more from odia.bnslive.in
Subscribe to get the latest posts sent to your email.