କହିଲେ କୁଳକୁଟୁମ୍ବକୁ ଲାଜ ନକହିଲେ କୁଳ ଭାଷିଯାଉଛି
ଭୁବନେଶ୍ୱରରେ ଗର୍ଜନ କରି ତଣ୍ଟି ଛିଣ୍ଡିଗଲା ପଛେ ଶୁଣିଲେନି ମୋହନ
ଭୁବନେଶ୍ୱର -: ଅହୋରାତ୍ର ଧାରଣାରେ ଚାଷୀ ସଂଘ ଚାଷୀଙ୍କ ସହ ରାସ୍ତାରେ ଗର୍ଜିଲେ ବିଜେଡ଼ି ନେତା ପ୍ରଦୀପ ମାଝୀ ଉତ୍ସବରେ ମାତିଛନ୍ତି ମୋହନ, ରାସ୍ତାରେ ଚାଷୀ ହଟହଟା ଚାଷୀଙ୍କୁ ଲୁଟି ଜନ୍ମଦିନ ପାଳୁଛନ୍ତି, ମୋହନ ସରକାର ଧାନ ନେଲେ ଟଙ୍କା ଦେଲେନାହିଁ। ଲୋକେ କହିଲେଣି ମୋହନଙ୍କ ମୁହଁକୁ ଲାଜ ନାହିଁ। ଆମଠୁ ୧୪ କୁଇଣ୍ଟାଲରୁ ଅଧିକ ଧାନ ନେଇଛନ୍ତି, ହେଲେ ଟଙ୍କା ଦେଉ ନାହାନ୍ତି। ଏମିତି ହିଁ ଲୋକଙ୍କୁ ଠକି ଠକି ସରକାରକୁ ଆସିଛି ବିଜେପି। କଥା ଦେଇ ଠକିଦେଲେ ଡବଲ ଇଞ୍ଜିନ ସରକାର। ନିର୍ବାଚନ ପୂର୍ବରୁ ବଡ ବଡ଼ କଥା କହିଲେ, ହେଲେ ଜିତିଯିବା ପରେ ସାଧାରଣ ଲୋକଙ୍କୁ ନାମ ଦେଉଛନ୍ତି। ନିଜକୁ ଲୋକଙ୍କ ସରକାର କହୁଥିବା ବିଜେପି, ଏବେ ସେହି ଲୋକଙ୍କ ଦୁଃଖ ଶୁଣୁନାହାଁନ୍ତି। ୩-୪ ଦିନ ଧରି ନବରଙ୍ଗପୁର ଚାଷୀ ସଂଘ, ଲୋୟର ପିଏମଜିରେ ଖରା ବର୍ଷାରେ ରାତି ଅନିଦ୍ରା ହୋଇ ଧାରଣାରେ ବସିରହିଥିଲେ। ଦୀର୍ଘ ୪ ମାସ ହେଇଯିବ ଚାଷୀଙ୍କୁ ସେମାନଙ୍କ କଷ୍ଟଉପାର୍ଜିତ ଟଙ୍କା ମିଳିନାହିଁ।
ଧାନ ମଣ୍ଡିରେ ଧାନ ବିକ୍ରି ହୋଇଥିଲେ ସୁଦ୍ଧା, ସରକାର ଏଯାବତ ସେମାନଙ୍କୁ ଟଙ୍କା ଦେଇନାହାଁନ୍ତି। ନିର୍ବାଚନ ପୂର୍ବରୁ ଧାନର ଏମଏସପି ମୂଲ୍ୟ ବୃଦ୍ଧି କରିବା ନେଇ ପ୍ରତିଶୃତି ଦେଇଥିଲେ ମୋହନ ସରକାର। ସରକାରକୁ ଆସିବା ପରେ ନିଜର, ସମସ୍ତ ପ୍ରତିଶୃତି ପୂରଣ ହୋଇଥିବା କହିଛନ୍ତି ମୋହନ ମାଝୀ। ହେଲେ ଦୀର୍ଘ ୩-୪ ଦିନ ଧରି ଧାରଣାରେ ବସି ରହିଥିବା ଏହି ଗରିବ ଚାଷୀମାନଙ୍କ ଅବସ୍ଥା ଦେଖିଲେ, ବିଜେପି ସରକାରର ଅସଲ ମୁଖା ଖୋଲିଛି। ଧାରଣାରେ ବସିଥିବା ଚାଷୀ କହିଛନ୍ତି, ଏ ଡବଲ ଇଞ୍ଜିନ ସରକାରକୁ ଲାଜ ଲାଗିବା କଥା। ଏ ସରକାର ଚାଷୀଙ୍କର ଆଉ ଲୋକଙ୍କ ସରକାର ହୋଇଥିଲେ ଆମକୁ ଆଜି ରାଜରାସ୍ତାକୁ ଆସିବାକୁ ପଡି ନଥାନ୍ତା। ୩-୪ ଦିନ ଧରି ଏ ଗରିବ ଚାଷୀମାନେ ରାସ୍ତାରେ ବସିଥିଲେ ବି, ନା ନବରଙ୍ଗପୁର ବିଧାୟକ ନା କୃଷିମନ୍ତ୍ରୀ କେହି ବି ତାଙ୍କ ପାଖକୁ ଆସିନଥିଲେ। ଆମେ ଏଠି ଖରା ବର୍ଷାରେ ରାଜରାସ୍ତାରେ ବସିଥିଲେ ବି କେହି ଆମ ଦୁଃଖ ବୁଝି ନଥିଲେ। ଏମାନେ କେବଳ ବଟି ନେଇ ସାଧାରଣ ଗରିବ ଲୋକଙ୍କୁ ଲୁଟି ସରକାରକୁ ଆସିଛନ୍ତି। ବିଜେପି ନିଜକୁ ଲୋକଙ୍କ ସରକାର କହୁଛନ୍ତି । ଅଥଚ ଆମ ଭଳି ଗରିବ ଚାଷୀଙ୍କ ପାଖକୁ ଆସିବାକୁ ବିଜେପି ସରକାରର ଟାଇମ ନାହିଁ। ସୂଚନା ମୁତାବକ ପୂର୍ବରୁ ଏମାନେ ନବରଙ୍ଗପୁରରେ ବାରମ୍ବାର ଧାରଣା ଦେଇଥିଲେ ମଧ୍ୟ, ସରକାର ଏହାକୁ କର୍ଣ୍ଣପାତ କରିନଥିଲେ। ଯେଉଁଥିପାଇଁ ସେମାନଙ୍କୁ ବାଧ୍ୟ ହୋଇ ରାଜରାସ୍ତାକୁ ଆସିବାକୁ ପଡିଥିଲା। ରାଜଧାନୀର ଗାନ୍ଧୀମାର୍ଗରେ ଧାରଣା ଦେବାକୁ ପଡିଥିଲା। ତଥାପି ରାଜ୍ୟ ବିଜେପି ସରକାର ସବୁ ଜାଣିଶୁଣି ବି ଅନ୍ଧ ପାଲଟିଥିଲା। ମାତ୍ର କେଇଟା ଦିନ ଭିତରେ ମୋହନ ସରକାର ନିଜର ପ୍ରଥମ ଜନ୍ମଦିନ ପାଳିବେ। ରାଜ୍ୟସାରା ମୋହନଙ୍କ ଭଲ କାମର ପ୍ରଚାର ହେବ। ନିଜ ସଫଳତାର ରିପୋର୍ଟ କାର୍ଡ ଧରି ସରକାର ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ । ରାଜଧାନୀରେ ଚାଷୀଙ୍କ ଧାରଣା ମୋହନଙ୍କୁ ଅଡୁଆରେ ପକାଇଛି। ଏବେ ଦେଖିବାକୁ ବାକି ରହିଲା କେବେ ଚାଷୀଙ୍କ ଦାବି ଆଉ ପ୍ରତିଶ୍ରୁତି ପାଳନ କରୁଛନ୍ତି ମୋହନ ସରକାର। ଏ ରିପୋର୍ଟ ସମ୍ପର୍କରେ ଆପଣଙ୍କ ମତାମତ କଣ ସେ ବିଷୟରେ ଆମକୁ ଆମର କମେଣ୍ଟ ବକ୍ସ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ ଜାଣିବାକୁ ଆମ ବିଏନଏସ ଲାଇଭ ଚ୍ୟାନେଲକୁ ଲାଇକ, ସେୟାର ଓ ସବକ୍ରାଇବ କରିବାକୁ ଭୁଲନ୍ତୁନି।
