ଯଦି ଆପଣ ଇନଷ୍ଟାଗ୍ରାମ ସ୍କ୍ରୋଲିଂ କରୁଛନ୍ତି, ତେବେ ଏହା ମଦ ପିଇବା ସଙ୍ଗେ ସମାନ
ଆପଣ ନିଶ୍ଚୟ ଫୋନ ବ୍ୟବହାର କରୁଥିବେ । ଏଥିରେ ଇନଷ୍ଟାଗ୍ରାମ ଆଉ ୟୁଟ୍ୟୁବ ତ ନିଶ୍ଚୟ ଥିବ । ଆଜିକାଲି ରିଲ୍ସ ହେଉ କିମ୍ବା ୟୁଟ୍ୟୁବ ସର୍ଟସରେ ସ୍କ୍ରୋଲିଂ କରି ସମୟ କାଟିବା ଏକ ସାଧାରଣ କଥା ପାଲଟିଗଲାଣି, କିନ୍ତୁ ନିକଟରେ ଜଣେ ନ୍ୟୁରୋସାଇନ୍ଟିଷ୍ଟ ଏକ ଏଭଳି ଚେତାବନୀ ଦେଇଛନ୍ତି, ଯାହାକୁ ଶୁଣିଲେ ଆପଣ ଏବେ ହିଁ ଇନଷ୍ଟା ଡିଲିଟ୍ କରିଦେବେ ।
ଯଦି ଆପଣ ଇନଷ୍ଟାଗ୍ରାମ ସ୍କ୍ରୋଲିଂ କରୁଛନ୍ତି, ତେବେ ଏହା ମଦ ପିଇବା ସଙ୍ଗେ ସମାନ । ଆପଣ ଜଣେ ନିଶାଗ୍ରସ୍ତ ବ୍ୟକ୍ତି ସହ ସମାନ କହିଲେ କିଛି ଅତ୍ୟୁକ୍ତିୁ ହେବ ନାହିଁ । ଆପଣ କହିବେ ଏ କି ଅଜବ କଥା । ଇନଷ୍ଟାଗ୍ରାମ ସହିତ ମଦର କି ସମ୍ପର୍କ ? କିନ୍ତୁ, ଏଭଳି ରିପୋର୍ଟ ଆସିଛି ଅତ୍ୟଧିକ ସର୍ଟ-ଫର୍ମ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କ ମସ୍ତିଷ୍କରେ ରିୱାର୍ଡ ପାଥୱେରେ ଅଧିକ କାର୍ଯ୍ୟକଳାପ ଦେଖାଯାଏ, ଯାହା ମଦ କିମ୍ବା ଜୁଆ ଭଳି ନିଶା ସମୟରେ ହୁଏ । ଏପରିକି ଏହା ମସ୍ତିଷ୍କ ଉପରେ ମଦ ପିଇବା ସଦୃଶ କ୍ଷତିକାରକ ପ୍ରଭାବ ପକାଇପାରେ ।
ଆପଣ ଦୈନିକ କେତେ ସମୟ ରିଲ୍ସ ଆଉ ସର୍ଟ୍ସରେ ବିତାଉଛନ୍ତି ? ଯଦି ଅତ୍ୟଧିକ ସମୟ ରିଲ୍ସ ଆଉ ସର୍ଟ୍ସରେ ଦେଖୁଛନ୍ତି ଏହାର କୁପ୍ରଭାବ ବିଷୟରେ ଜାଣନ୍ତୁ । ପ୍ରତ୍ୟେକ ୟୁଜର୍ସମାନେ ଦୈନିକ ହାରାହାରି ୧୫୧ ମିନିଟ ଅର୍ଥାତ୍ ଅଢ଼େଇ ଘଣ୍ଟା ଭିଡିଓ ଦେଖନ୍ତି, ଯାହା ନିଦ ଓ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇବା ସହ ଡିପ୍ରେସନ ଆଦି ବଢାଇଥାଏ । ନ୍ୟୁରୋଲୋଜିଷ୍ଟଙ୍କ କହିବାନୁସାରେ ସର୍ଟ ଭିଡିଓ ଦେଖିବା ମସ୍ତିଷ୍କରେ ଡୋପାମାଇନ ସ୍ତର ବୃଦ୍ଧି କରେ, ଯାହା ଆନନ୍ଦ ଅନୁଭବ କରାଏ । କିନ୍ତୁ, ଏହା ଅତ୍ୟଧିକ ହେଲେ ମସ୍ତିଷ୍କର ରିୱାର୍ଡ ସିଷ୍ଟମକୁ ‘ହାଇଜାକ’ କରି ନିଶାରେ ପରିଣତ କରେ । ଯାହା ଫଳରେ ଦୁର୍ବଳ ଲାଗିବା ସହ ମନ ଅଶାନ୍ତ ରହିଥାଏ ।
ରାତିରେ ଅତ୍ୟଧିକ ସ୍କ୍ରୋଲିଂ ହିପୋକାମ୍ପସକୁ ପ୍ରଭାବିତ କରି ସ୍ମୃତିଶକ୍ତି ଓ ବୁଝିବା କ୍ଷମତା ହ୍ରାସ କରେ । ଦୈନିକ ୨-୩ ଘଣ୍ଟାରୁ ଅଧିକ ସ୍କ୍ରିନ ଟାଇମ ମସ୍ତିଷ୍କ ପାଇଁ ବହୁତ ଖରାପ ହୋଇଥାଏ । ଯାହା ‘ଡିଜିଟାଲ ଡିମେନ୍ସିଆ’ରେ ପରିଣତ ହୋଇପାରେ । ତେଣୁ ମୋବାଇଲ ସୀମିତ ବ୍ୟବହାର କରି ଏହି ନିଶାରୁ ରକ୍ଷା ପାଆନ୍ତୁ । ଯଦି ଆପଣ ବାସ୍ତବରେ ନିଜ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ ଏବେଠୁ ହିଁ ସତର୍କ ହୋଇଯାନ୍ତୁ । ନଚେତ ଆପଣ ବି ଏହି ମାରାତ୍ମକ ମାନସିକ ରୋଗ ‘ଡିଜିଟାଲ ଡିମେନ୍ସିଆ’ରେ ଆକ୍ରାନ୍ତ ହୋଇପାରନ୍ତି ।
Discover more from odia.bnslive.in
Subscribe to get the latest posts sent to your email.
