Jatra Actress: ସିରିଏଲ ଠାରୁ ଯାତ୍ରାରେ ଭଲ ପଇସା ମିଳେ, ଟିଭି କଳାକାର ଏବେ ଜଲିଉଡ୍‌ ମୁହାଁ

Creat A Revolution
           

ଟିଭି ସିରିଏଲ ଠାରୁ ଯାତ୍ରାର ଅଧିକ ଡିମାଣ୍ଡ । ଖାଲି ଡିମାଣ୍ଡ ନୁହେଁ, ସିରିଏଲ ଅପେକ୍ଷା ଯାତ୍ରା କଲେ ଭଲ ପଇସା ମିଳେ । ସେଥିପାଇଁ ଅନେକ ସିରିଏଲ କଳାକାର ଟିଭି ପରଦାରୁ ମୁହଁ ଫେରାଇ ଯାତ୍ରା ମଞ୍ଚକୁ ଆସୁଛନ୍ତି । ନ୍ୟୁଜ୧୮କୁ ଏକଥା କହିଛନ୍ତି ପରିଚିତ ଟିଭି ସିରିଏଲ ଅଭିନେତ୍ରୀ ତମସା ମିଶ୍ର । ଦେଢ଼ ବର୍ଷ ହେଲାଣି ଯାତ୍ରା ମଞ୍ଚରେ ଅଭିନୟ କରି ଢେର ଦର୍ଶକୀୟ ଆଦୃତି ସାଉଁଟିଛନ୍ତି ତମାସା । ଯାତ୍ରା ମଞ୍ଚରେ ସିରିଏଲ କଳାକାର ତମସା ମିଶ୍ର । ଖୋଲା ମଞ୍ଚରେ ଅଭିନୟ କରି ଦର୍ଶକଙ୍କ ମନ ଜିଣୁଛନ୍ତି ତମସା । ଇଷ୍ଟର୍ଣ୍ଣ, ରଙ୍ଗମହଲ, ବାଣେଶ୍ବରୀ, ତୁଳସୀ ପରେ ଏବେ ସିଂହବାହିନୀ ଅପେରାରେ ଜଲୱା ଦେଖାଉଛନ୍ତି ତମସା । ତମସାଙ୍କ ଅଭିନୟ ଦର୍ଶକଙ୍କୁ କରୁଛି କିମିଆ । ଆଉ ମନ ଖୋଲି ତମସା କହୁଛନ୍ତି, ଟିଭି ସିରିଏଲ ଠାରୁ ଯାତ୍ରାରେ ଭଲ ପଇସା । ଯାତ୍ରାରେ ଅଭିନୟ କଲେ ଅଧିକ ଦର୍ଶକୀୟ ଆଦୃତି ବି ମିଳୁଛି ।

୨୦୦୮ରୁ ୨୦୧୮ ଯାଏଁ ଟିଭି ପରଦାରେ ଅନେକ ସିରିଏଲ କରିଥିବା ତମସା ଦେଢ଼ ବର୍ଷ ହେଲାଣି ସିରିଏଲ ଜଗତକୁ ସଂପୂର୍ଣ୍ଣ ଭାବେ ବାଏ ବାଏ କରିଛନ୍ତି । ପରୀ, ବୋହୂ, ଜୀବନ ଯମୁନାରେ ଜୁଆର ଉଠେରେ, ନଦୀ ଫେରେ ସାଗରକୁ, ଝିଲୀ, ମୁଁ ବିଜୟିନୀ ଓ କୁଆଁରୀ ବୋହୂ ଭଳି ସିରିଏଲରେ ତମାସାଙ୍କ ନିଖୁଣ ଅଭିନୟ ସମସ୍ତେ ଦେଖିଛନ୍ତି । କିନ୍ତୁ କିଛି ବର୍ଷ ହେଲା ଟିଭି ପରଦାରୁ ମୁହଁ ଫେରାଇ ତମସା ପୂରା ଯାତ୍ରା ଜଗତରେ ଜମି ଯାଇଛନ୍ତି । ଏକ ପଡକାଷ୍ଟରେ ତମସା କହିଛନ୍ତି, ଯାତ୍ରାରେ ଅଭିନୟ କରିବାର ଅନୁଭୂତି ପୂରା ନିଆରା । ଏଠି ହିଁ ଅସଲ ଅଭିନୟ କରିବାକୁ ହୁଏ ।

ଏଡିଟ୍ ସ୍କ୍ରିନ୍ ନୁହେଁ, ଯାତ୍ରାର ଲାଇଭ ମଞ୍ଚରେ ଅଭିନୟ କରିବା ଆହ୍ବାନପୂର୍ଣ୍ଣ । ସିରିଏଲରେ ସୌଖୀନ ଜୀବନଯାପନ କରେ କଳାକାର କିନ୍ତୁ ଯାତ୍ରାରେ ବିନଦାସ ଲାଇଫ ଷ୍ଟାଇଲ୍ । ଯାତ୍ରାରେ ଦର୍ଶକଙ୍କ ପ୍ରଶଂସା ସବୁଠୁ ବଡ଼ ପୁରସ୍କାର ବୋଲି ତମସା କୁହନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading