ରାସ୍ତାର ରୂପ ବଦଳେଇ ଦେଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ

Creat A Revolution
           

ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ବର୍ତ୍ତମାନ ରାଜ୍ୟରେ ମୋ ସରକାର ଏବଂ 5ଟି ପ୍ରଚଳନ ଦ୍ଵାରା ସାମାଜିକ ଗଣମାଧ୍ୟମ ଜରିଆରେ ହେଉଥିବା ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ପ୍ରତ୍ୟେକ ସମସ୍ୟାର ସମାଧାନ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହେଉଥିବାରୁ ଲୋକମାନେ ସୁବିଧା ପାଇପାରୁଛନ୍ତି । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକରେ ।


ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ କାଶିପାଣିରୁ ଭୁବନେଶ୍ଵରପୁର ଯିବାପାଇଁ ରାସ୍ତା ମରଣଯନ୍ତା ପାଲଟିିଥିଲା, ଥରେ ସେହି ବାଟ ଦେଇ ପାଇକମାଲ ବ୍ଲକ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ଦିପା ବାରିକ ବିଳାସପୁର ଗ୍ରାମକୁ ଗାଁର ସମସ୍ୟା ବିଷୟରେ ଜାଣି ବୁଲିବାକୁ ଯାଇଥିଲେ,ଆଉ ଦେଖିବାକୁ ପାଇଲେ ଯେ ରାସ୍ତା ବହୁତ ଖରାପ ଅଛି ।

ସେହି ଖରାପ ହୋଇଥିବା ରାସ୍ତାର ଫଟୋ ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୨୦୨୨ ଫେବୃୟାରୀ ୫ ତାରିଖରେ ଅଭିଯୋଗ କରିଥିଲେ,ଲୋକେ ଯାତାୟତ କରିବାରେ ବହୁତ ଅସୁବିଧାର ସମ୍ମୁଖିନ ହେଉଥିଲେ,ଗେଟି,ପଥର ସବୁ ଉପୁଡ଼ି ଯାଇଥିଲା. ଅଭିଯୋଗ କରିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ତତ୍ପରତା ପ୍ରକାଶ ପାଇଥିଲା ଏବଂ ତୁରନ୍ତ ରାସ୍ତା ମରାମତି କାର୍ଯ୍ୟ କରାଯାଇଥିଲା । ମାର୍ଚ୍ଚ ମାସ ୩ ତାରିଖରେ ମରାମତି କାର୍ଯ୍ୟ ସମ୍ପାଦନ ହେବା ପରେ ଏକ ଫୋଟୋ ଉଠେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଦୀପା ଙ୍କୁ ଟ୍ୱିଟର ମାଧ୍ୟମରେ ଜଣେଇଛନ୍ତି ।ରାସ୍ତା ମରାମତି ପରେ ସ୍ୱେଚ୍ଛାସେବୀ ଦୀପା ବାରିକଙ୍କୁ ଝାରବନ୍ଧ ଅଞ୍ଚଳବାସୀ ଧନ୍ୟବାଦ ଅର୍ପଣ କରିଛନ୍ତି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading