ସୌମ୍ୟ ଭିଡ ହତ୍ୟାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଜଦଘନ୍ୟ କାଣ୍ଡର ସତ
ମୃତ କନଷ୍ଟେବଲ୍ ସୌମ୍ୟଙ୍କ ଶରୀରରେ ଥିଲା ୨୧ ଆଘାତ ଚିହ୍ନ
ସୌମ୍ୟ ଭିଡ଼ ହତ୍ୟାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଜଘନ୍ୟ କାଣ୍ଡର ସତ । ମୃତ କନଷ୍ଟେବଲ୍ ସୌମ୍ୟଙ୍କ ଶରୀରରେ ଥିଲା ୨୧ ଆଘାତ ଚିହ୍ନ । ମୁଣ୍ଡ, ମୁହଁ, ବେକ ପିଠି, ହାତ, ଗୋଡ ସବୁ ଜାଗାକୁ ପିଟିଥିଲେ ଜହ୍ଲାଦମାନେ । ମସ୍ତିଷ୍କରେ ଭୟଙ୍କର ରକ୍ତସ୍ରାବ ହୋଇଥିଲା ଏବଂ ସେହି ଆଘାତ ହିଁ ମୃତ୍ୟୁର କାରଣ ବୋଲି ଡାକ୍ତର ସ୍ପଷ୍ଟ କରିଛନ୍ତି । ସମସ୍ତ ଆଘାତ କଠିନ ଓ ଭାରୀ ବସ୍ତୁର ପ୍ରହାରରୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
ମେ ୭’ ଜଘନ୍ୟ କାଣ୍ଡର ସତ । ସୌମ୍ୟଙ୍କୁ ପିଟି ପିଟି ମାରିଦେବାର ଅକୁହା କଥା । ଆଉ ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଜଘନ୍ୟ କାଣ୍ଡର ଅକୁହା କଥା । ଏତେ ଭୟଙ୍କର ସେ ମାଡ ଆପଣଙ୍କ ଛାତି ଥରି ଉଠିବ ।ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ଶରୀରରେ ଥିଲା ମୋଟ ୨୧ଟି ଆଘାତ ଚିହ୍ନ । ମୁଣ୍ଡ, ମୁହଁ, ବେକ, ପିଠି, ହାତ ଓ ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି । ଡାହାଣ ଆଖି ଉପରେ ଗଭୀର ଚିରା ଘା’ ଓ ପିଠିରେ ମଧ୍ୟ ଗଭୀର କ୍ଷତ ରହିଥିଲା । ସେହିପରି ବାମ ଆଖିରେ ରକ୍ତସ୍ରାବ ଦେଖାଯାଇଛି । ସମ୍ପୂର୍ଣ୍ଣ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା । ମସ୍ତିଷ୍କର ବିଭିନ୍ନ ସ୍ଥାନରେ ସବ୍-ଆରାକ୍ନଏଡ୍ ହେମୋରେଜ୍ (ରକ୍ତସ୍ରାବ) ହୋଇଥିଲା । ବେକର ମାଂସପେଶୀରେ ମଧ୍ୟ ରକ୍ତସ୍ରାବ ହୋଇଥିଲା । ଉଭୟ ଫୁସଫୁସରେ ରକ୍ତ ଜମାଟ ବାନ୍ଧିଥିଲା । ମସ୍ତିଷ୍କର ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି ।
ସେପଟେ ସୌମ୍ୟ ଭିଡ଼ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଏବେ ବି ସନ୍ଦେହ ଘେରରେ ରହିଛି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଗିରଫ ହୋଇଛନ୍ତି । ତେବେ ଏବେ ସୁଦ୍ଧା କାହିଁକି ଭିଡ଼ ହତ୍ୟା ଦଫା ଲାଗିନାହିଁ ? କାହିଁକି ଉପସ୍ଥିତ ପୋଲିସ ବିରୋଧରେ ହୋଇନାହିଁ ଫୌଜଦାରୀ ମାମଲା ରୁଜୁ ହୋଇନାହିଁ ? କାହିଁକି ଓମ୍ ଓ ଦୁଇ ଯୁବତୀଙ୍କର ପଲିଗ୍ରାଫ୍ ଟେଷ୍ଟ ହେଉନାହିଁ ? ତାକୁ ନେଇ ସସ୍ପେନ୍ସ ବଢ଼ିଛି । ତେବେ ଆଗକୁ ସୌମ୍ୟ ଭିଡ଼ ହତ୍ୟା ମାମଲାର ତଦନ୍ତ କେଉଁ ଦିଗରେ ଯାଉଛି ତ’ ଉପରେ ସମସ୍ତଙ୍କ ନଜର ରହିଛି ।
Discover more from odia.bnslive.in
Subscribe to get the latest posts sent to your email.
